ତିନି ମହଲା ନବନିର୍ମିତ ବିଲ୍ଡିଂରେ ମୃତ ଦେହ ଉଦ୍ଧାର :  ପରିବାର ଲୋକଙ୍କ ସନ୍ଦେହ ” କରାଯାଇଛି ହତ୍ୟା” 

3

ସୁନ୍ଦରଗଡ / ହୋରାଚାନ୍ଦ ଦେଉରିଆ :-ଆଜି ସନ୍ଧ୍ୟାରେ  ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ବନଦୁର୍ଗା ମନ୍ଦିର ସାମ୍ନା ଗଳିର ଏକ କିଞ୍ଜିରକେଲା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ନବନିର୍ମିତ କୋଠା ଘରୁ ଏକ ସବା ଉଦ୍ଧାର ହୋଇଛି | ଘରଟି ତିଆରି ହୋଇଛି ହେଲେ ମାଲିକ ସେଠାରେ ରହୁନାହାନ୍ତି | ମୃତ ଗଜେନ୍ଦ୍ର କିଷାନ (୫୩) ପାମାରା ଅଞ୍ଚଳର ବର୍ଷେ ଉପରେ ହେବ ସେହି ନବନିର୍ମିତ ଘରେ ରହି ନୂତନ ଘରର କାମ କରିବା ସହିତ ଆଖପାଖ ଅଞ୍ଚଳରେ ମଧ୍ୟ କାମ କରି ଜୀବିକା ଅର୍ଜ୍ଜନ କରି ଆସୁଥିଲେ | ହେଲେ ସେହି ନବନିର୍ମିତ ତିନି ମହଲା ଘରକୁ ଲାଗି ରହିଥିବା ସାଇଡ ଘର ଲୋକେ ଆଜି  ଲୋକଟି ପଡି ରହିଥିବା ଦେଖି ସୁନ୍ଦରଗଡ଼ ଟାଉନ ଥାନା କୁ ଫୋନ ଯୋଗେ ଜଣାଇଲା ପରେ ଥାନା ଅଧିକାରୀ ବିବତ୍ସ ପ୍ରଧାନଙ୍କ ସମେତ ଥାନା ଷ୍ଟାଫ ଘଟଣା ସ୍ଥଳରେ ପହଞ୍ଚି ଦେଖିଲା ବେଳକୁ ଭିତରପଡୁ ରୁମ ଲକ ଅଛି | ରୁମ ଲକ ଥିବାରୁ ସାଇଡ ଘର ପଟୁ ପଶି ମୃତ ଦେହ ପଡ଼ି ରହିଥିବା ଜାଗାରେ ପହଞ୍ଚି ମୃତ ଦେହକୁ ଜବତ କରାଯାଇଛି | ଆସନ୍ତା କାଲି ସକାଳେ ସବ ବ୍ୟବଚ୍ଛେଦ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି |

ପରିବାର ବର୍ଗଙ୍କକହିବା ଅନୁଯାୟୀ ସେ ମଦମାଂସ  କିଛି ସେବନ କରୁନଥିବା ସତ୍ତ୍ୱେ କୋଉ କାରଣରୁ ତାଙ୍କର ମୃତ୍ୟୁ ହୋଇଛି  ତାହା ସେମାନେ ବୁଝି ପାରୁନାହାନ୍ତି | ଏହା  ସୁ କଳ୍ପିତ ହତ୍ୟା ହୋଇଥାଇପାରେ ବୋଲି ସେମାନେ ଅଭିଯୋଗ କରୁଛନ୍ତି | ଆହୁରି ମଧ୍ୟ ପରିବାର ଲୋକେ କହିଛନ୍ତି ସବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ |

 

Leave A Reply

Your email address will not be published.