ଶପଥ ନେଲେ ରୀତା 

0

 

ଭୁବନେଶ୍ୱର: ବିଜେପିର ଅଶୋକ ପାଣିଗ୍ରାହୀଙ୍କୁ ବିଶାଳ ବ୍ୟବଧାନରେ ପରାଜିତ କରି ବିଜେପୁରରୁ ଉପନିର୍ବାଚନରେ ବିଜୟୀ ହୋଇଥିବା ବିଜେଡି ପ୍ରାର୍ଥୀନୀ ରୀତା ସାହୁ ଆଜି ନିଜ ସ୍ୱାମୀଙ୍କ ଉତ୍ତରାଧିକାରୀ ବା ବିଜେପୁରର ବିଧାୟକ ଭାବେ ପାଦ ଓ ଜାପାନୀୟତାର ଶପଥ ନେଇଛନ୍ତି ! ଫରକ କେବଳ ଗୋଟିଏ, ସ୍ୱାମୀ ଥିଲେ କଂଗ୍ରେସ ବିଧାୟକ, ପତ୍ନୀ ରୀତା ହେଲେ ବିଜେଡି ବିଧାୟକ |

 ମଙ୍ଗଳବାରରେ ଓଡିଶା ବିଧାନସଭାର ବାଚସ୍ପତି  ପ୍ରଦୀପ କୁମାର ଆମାତ ତାଙ୍କ ପ୍ରକୋଷ୍ଠରେ ରୀତାଙ୍କୁ  ପଦ ଓ ଗୋପନୀୟତାର  ଶପଥ ପାଠ କରାଇଛନ୍ତି । ଏହି ଶପଥ ଗ୍ରହଣ ସମୟରେ ଜଳସଂପଦ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ  ନିରଞ୍ଜନ ପୂଜାରୀ, ଗ୍ରାମ୍ୟ ଉନ୍ନୟନ, ସଂସଦୀୟ ବ୍ୟାପାର ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ  ବିକ୍ରମ କେଶରୀ ଆରୁଖ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ  ସ୍ନେହାଙ୍ଗିନୀ ଛୁରିଆ, ସରକାରୀ ଉପମୁଖ୍ୟ ସଚେତକ  ରୋହିତ ପୂଜାରୀ, ବିଧାୟକ ଦେବୀପ୍ରସାଦ ମିଶ୍ର, ଡ. ଅରୁଣ କୁମାର ସାହୁ, ଶ୍ରୀ ପ୍ରଣବ ପ୍ରକାଶ ଦାସ, ଶ୍ରୀ ଦେବେଶ ଆଚାର୍ଯ୍ୟ, ଡ. ରାସେଶ୍ୱରୀ ପାଣିଗ୍ରାହୀ,  ଟୁକୁନି ସାହୁ, ବିଧାନସଭା ସଚିବ  ଅମୀୟ ଷଡ଼ଙ୍ଗୀ, ଉପଶାସନ ସଚିବ  ବିଜୟ କୁମାର ସାହୁ, ବିଧାନସଭାର ବହୁ ଅଧିକାରୀପ୍ରମୁଖ ଉପସ୍ଥିତଥିଲେ | ଶ୍ରୀମତୀ ସାହୁ ଶପଥ ପାଠ ପରେ ବିଜେପୁରର ସର୍ବଙ୍ଗୀନ ବିକାଶ ପାଇଁ ତାଙ୍କ ଉଦ୍ୟମ ଜାରି ରଖିବେ ବୋଲି କହିଥିଲେ । ସୂଚନାଯୋଗ୍ୟ ଯେ ବିଜେପୁରରେ ଉପ ନିର୍ବାଚନରେ ରୀତା  ବିଜେପିର ଅଶୋକଙ୍କୁ ୪୦ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ପରାଜିତ କରିଥିଲେ ।

Leave A Reply

Your email address will not be published.