ଅହଂକାର ଉପରେ ନମ୍ରତାର ବିଜୟ: ବିଜୟ ନାୟକ Recent News By SPNEWS On Feb 28, 2018 0 Share ବିଜେପୁରବାସୀଙ୍କ ନିକଟରେ ଆମେ କୃତଜ୍ଞ, ବିକାଶର ଏଜେଣ୍ଡା ଆହୁରି ଶକ୍ତିଶାଳୀ ହେବ ଭୁବନେଶ୍ୱର: ବିଜେପୁର ଜନସାଧାରଣ ବିଜୁ ଜନତା ଦଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ବିପୁଳ ସମର୍ଥନ ଓ ସଦ୍ଧିଚ୍ଛା ଜ୍ଞାପନ କରିଥିବାରୁ ବିଜେପୁରବାସୀଙ୍କ ନିକଟରେ ବିଜୁ ଜନତା ଦଳ କୃତଜ୍ଞ । ବିଜେପୁରର ସଚେତନ ଭୋଟରମାନେ ପ୍ରଗତିର ପକ୍ଷଭୁକ୍ତ ହୋଇ ବିରୋଧୀଦଳର ଅର୍ଥ, ହିଂସା, ଅପପ୍ରଚାର ଆଦି ଅପକୌଶଳକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖାନ କରିଥିବାରୁ ବିଜେପୁରବାସୀ ଧନ୍ୟବାଦର ପାତ୍ର । ଓଡ଼ିଶାର ଲୋକମାନଙ୍କ ମତକୁ ଅର୍ଥବଳ, ବାହୁବଳ, ଭୟ ଓ ପ୍ରଲୋଭନ ଦ୍ୱାରା ଅପହରଣ କରିହେବ ନାହିଁ ବୋଲି ଆଜି ବିଜେପୁର ଉପ-ନିର୍ବାଚନର ଫଳାଫଳରୁ ପୁଣି ପ୍ରମାଣିତ ହୋଇଛି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ ଗଠନ ହେବା ପରଠାରୁ ଯେତେସବୁ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଛି, ତନ୍ମଧ୍ୟରୁ ବିଜେପୁର ବିଧାନସଭା ଉପ-ନିର୍ବାଚନରେ ଦଳ ସର୍ବାଧିକ ୪୧,୯୩୩ ଭୋଟ୍ ବ୍ୟବଧାନରେ ବିଜୟ ହାସଲ କରିବା ଏକ ରେକର୍ଡ । ବିଜେପୁରର ଫଳ ବିଜେଡ଼ି ପାଇଁ ଉତ୍ସାହପ୍ରଦ ହୋଇଥିବା ବେଳେ ବିରୋଧୀଦଳଙ୍କ ପାଇଁ ନୂତନ ଶିକ୍ଷା ହୋଇଛି । ବିରୋଧୀଦଳ, ବିଶେଷ କରି, ବିଜେପିର ଅହଂକାର, ଔଦ୍ଧତ୍ୟ ଓ ବାହାସ୍ପୋଟ ବିରୋଧରେ ବିଜେପୁରବାସୀଙ୍କର ଏହା ହେଉଛି ସ୍ପଷ୍ଟ ଜବାବ । ବିଜେଡି ଏହି ରାୟକୁ ନମ୍ରତାର ସହ ଗ୍ରହଣ କରିବା ସହିତ ଆଗାମୀ ଦିନରେ ବିକାଶର ଏଜେଣ୍ଡାକୁ ଆହୁରି ଶକ୍ତିଶାଳୀ କରିବ ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି । ବିଜେପୁର ଉପ-ନିର୍ବାଚନରେ ବିଜେପି ଯେଉଁଭଳି ହୀନ ରାଜନୀତି କରୁଥିଲା, ତାହା ଓଡ଼ିଶା ରାଜନୈତିକ ଇତିହାସରେ କଳଙ୍କିତ ଅଧ୍ୟାୟ ହୋଇ ରହିବ । ବିଜେପି ଏଥିପାଇଁ ସମସ୍ତ କଳ, ବଳ, କୌଶଳ ପ୍ରୟୋଗ କରିବାକୁ ପଛାଇ ନଥିଲା । ଏପରିକି, ମାନ୍ୟବର ନିର୍ବାଚନ କମିଶନଙ୍କୁ ମଧ୍ୟ ପ୍ରଭାବିତ କରି ନିଜ ସ୍ୱାର୍ଥ ସାଧନ ପାଇଁ ବ୍ୟବହାର କରିଥିଲା । ବିଜେପୁର ଉପ-ନିର୍ବାଚନ ପାଇଁ ବିଜୁ ଜନତା ଦଳ ପୂର୍ବତନ ବିଧାୟକ ସ୍ୱର୍ଗତ ସୁବଳ ସାହୁଙ୍କ ଧର୍ମପତ୍ନୀ ରୀତା ସାହୁଙ୍କ ନାମ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ, କାଳେ ଅନୁକମ୍ପା ଭୋଟ୍ ବିଜେଡି ସପକ୍ଷରେ ଯିବ, ସେଥିପାଇଁ ବିଜେପି ଜାଣିଶୁଣି ନିର୍ବାଚନ ତାରିଖ ଘୋଷଣାରେ ଚକ୍ରାନ୍ତ କରୁଥିଲା । ଦେଶର ଅନ୍ୟ ରାଜ୍ୟମାନଙ୍କରେ ଉପ-ନିର୍ବାଚନ ପାଇଁ ନିର୍ବାଚନ କମିଶନର ତାରିଖ ଘୋଷଣା କରୁଥିଲେ ମଧ୍ୟ ସେଥିରୁ ବିଜେପୁର ବାଦ୍ ପଡୁଥିଲା । ଏଥିପାଇଁ ବିଜେପୁରରେ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ପରେ ବିଜେପି ଉପ-ନିର୍ବାଚନକୁ କିଭଳି ସ୍ଥଗତି ରଖାଯାଇପାରିବ ସେଥିପାଇଁ କ୍ଷେତ୍ର ପ୍ରସ୍ତୁତ କରୁଥିଲା । ପ୍ରତ୍ୟେକ ସମୟରେ କଥା କଥାକେ ରାଜ୍ୟ ସରକାର ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ଅପପ୍ରଚାର କରିବା ସହିତ ମିଥ୍ୟା ଦୋଷାରୋପ କରି ନିର୍ବାଚନ କମିଶନଙ୍କୁ ପ୍ରଭାବିତ କରୁଥିଲା । ଗତ ନିର୍ବାଚନର ସବୁଠାରୁ ଉଲ୍ଲେଖନୀୟ ଘଟଣା ହେଉଛି, ବିଜେପିର ଅର୍ଥ ଓ ବାହୁବଳର ପ୍ରୟୋଗ । ଓଡ଼ିଶାର କୌଣସି ନିର୍ବାଚନ ମଣ୍ଡଳୀରେ ପୂର୍ବରୁ କେବେବି କୌଣସି ଦଳ ଏତେ ପରିମାଣରେ ଅର୍ଥ ଓ ଅନ୍ୟାନ୍ୟ ପ୍ରଲୋଭନ ଲୋକମାନଙ୍କୁ ଦେଇନଥିଲା । ଆଗରୁ କୌଣସି ନିର୍ବାଚନ ମଣ୍ଡଳୀରେ ଏଭଳି ହିଂସାତ୍ମକ କାର୍ଯ୍ୟକଳାପ ଦେଖିବାକୁ ମିଳିନଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭାରେ ଚପଲ ଫିଙ୍ଗା ଠାରୁ ଆରମ୍ଭ କରି ବିଜେଡି କର୍ମୀଙ୍କୁ ଧମକ ଚମକ ଦେବା, ବିଜେପିର ଗୁଣ୍ଡାମାନେ ବନ୍ଧୁକ ଧରି ଆତଙ୍କ ସୃଷ୍ଟି କରିବା, ବିଜେଡି କର୍ମୀ ଦିଲେଶ୍ୱର ସାହୁଙ୍କୁ ଜୀବନରୁ ମାରିଦେବା ଏବଂ ସ୍ୱୟଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ପ୍ରୋତ୍ସାହିତ କରିବା ସହିତ ନିଜେ ଏକ ପେଟ୍ରୋଲ ପମ୍ପକୁ ଯାଇ ମାଲିକଙ୍କୁ ଧମକ ଦେବା ଭଳି କାର୍ଯ୍ୟ ବିଜେପିକୁ ସର୍ବସାଧାରଣରେ ଘୃଣ୍ୟ ଭାବରେ ବିବେଚିତ କରିଥିଲା । ବିଜେପି ପ୍ରତି ଲୋକଙ୍କ ଅସନ୍ତୋଷ ଓ ବିରକ୍ତି ତଥା ବିଜେଡି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଚରଣ, ଉଚ୍ଚାରଣ ଓ ବିକାଶଧାରା ପ୍ରତି ସ୍ୱତଃସ୍ଫୂର୍ତ୍ତ ସମର୍ଥନ ହେଉଛି ବିଜେପୁର ଉପ-ନିର୍ବାଚନର ଫଳାଫଳ ବୋଲି ଶ୍ରୀ ନାୟକ କହିଛନ୍ତି । 0 Share FacebookTwitterGoogle+ReddItWhatsAppPinterestEmail