ଆଶିଷ୍ ମିଶ୍ର “”ଜନହିତ ରାଷ୍ଟ୍ରୀୟ ସମ୍ମାନ”ରେ ସମ୍ମାନୀତ 

0 2

ଭୁବନେଶ୍ୱର: ଜନହିତ ଟ୍ରଷ୍ଟ ପକ୍ଷରୁ ବିଶାଖାପାଟଣା ସ୍ଥିତ ପବ୍ଲିକ୍ ଲାଇବ୍ରେରୀ ଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ଜାତୀୟ ଏବଂ ରାଜ୍ୟସ୍ତରୀୟ ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀତା ଲାଭ କରିଥିବା ବ୍ୟକ୍ତବି େି ଶଷ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଓଡିଶା ରାଜ୍ୟରୁ ବିଜୁ ଯୁବ ଜନତା ଦଳର ରାଜ୍ୟ ସଂପାଦକ ଶ୍ରୀ ଅଶିଷ୍ ମିଶ୍ରଙ୍କୁ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ଜନହିତ ରାଷ୍ଟ୍ରୀୟ ସମ୍ମାନରେ ସମ୍ମାନୀତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଅନ୍ଧ୍ରପ୍ରଦେଶ ରାଜ୍ୟ ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀଯୁକ୍ତ ଅବନ୍ତୀ ଶ୍ରୀନିବାସ ରାଓ, ମୁଖ୍ୟବକ୍ତା ରୂପେ ବିଶାଖାପାଟଣା ମେଟ୍ରୋପଲିଟିଆନ୍ ଆଞ୍ଚଳିକ ଉନ୍ନୟନ କର୍ତ୍ତୁପକ୍ଷ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦ୍ରୋଣମ୍ରାଜୁ ଶ୍ରୀନିବାସ ରାଓ ଏବଂ ଜନହିତ ଟ୍ରଷ୍ଟର ରାଷ୍ଟୀୟ ସଭାପତି ଶ୍ରୀଯୁକ୍ତ ବିରଭଦ୍ର ରାଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ହୋଇଥିଲା । “”ଜନହିତ ରାଷ୍ଟ୍ରୀୟ ସମ୍ମାନ” ସମାଜ ସେବା କ୍ଷେତ୍ରରେ ଆହୁରି ଅଧିକ ସେବା କରିବା ନିମନ୍ତେ ମୋତେ ପ୍ରେରଣା ଯୋଗାଇବ ବୋଲି ଆଶିଷ୍ ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ।

 

Leave A Reply

Your email address will not be published.