ଗର୍ଭପାତ ଆଇନସିଦ୍ଧ ହୋଇ ବି ସ୍ଥିତି ଉଦବେଗଜନକ , ଭାରତରେ ପ୍ରାୟ ୬୦ପ୍ରତିଶତ ଗର୍ଭପାତ ନିରାପଦ ନୁହେଁ

0

 

ନୂଆଦିଲ୍ଲୀ : ଭାରତରେ ଗତ ୪୬ ବର୍ଷ ଧରି ଗର୍ଭପାତକୁ ଆଇନସିଦ୍ଧ କରାଯାଇଥିବା ବେଳେ ପ୍ରତିବର୍ଷ ହେଉଥିବା ଗର୍ଭପାତର ୬୦% ନିରାପଦ ନୁହେଁ । ତେଣୁ ଭାରତରେ ହେଉଥିବା ଅସୁରକ୍ଷିତ ଗର୍ଭପାତ, ଯେଉଁ ସବୁ ଦେଶରେ ଗର୍ଭପାତକୁ ବେଆଇନ ଘୋଷିତ କରାଯାଇଛି ସେ ସେବୁ ଦେଶରେ ହେଉଥିବା ଅସୁରକ୍ଷିତ ଗର୍ଭପାତ ସହ ସମାନ  । ଏହାର ବିଭିନ୍ନ କାରଣ ମଧ୍ୟରୁ ପ୍ରମୁଖ କାରଣ ହେଉଛି ଡାକ୍ତରଖାନା ବା ଡାକ୍ତରୀସେବା ସେମାନଙ୍କ ପାଖରେ ଅନେକସ୍ଥଳରେ ଅପହଂଚ, ସଚେତନତାର ଅଭାବ ଓ ଗର୍ଭପାତକୁ ନେଇ ଲୋକଙ୍କ ଭିତରେ ରହିଥିବା କୁତ୍ସିତ ବା କଳଙ୍କିତ ଭାବନା  । ଏହା ଜଣାପଡିଛି ଆନ୍ତର୍ଜାତୀୟ ମେଡିକାଲ ଜର୍ଣ୍ଣାଲ  ଲ୍ୟାନସେଟ୍   ସଦ୍ୟପ୍ରକାଶିତ ଏକ ରିପୋର୍ଟରୁ । 

ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଓ ଗଟ୍ମାକେର ଇନଷ୍ଟିଚୁ୍ୟଟ୍ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣକୁ ଆଧାର କରି ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି ଯେ, ୬୨ଟି ଦେଶ ଗର୍ଭପାତକୁ ନିଷିଦ୍ଧ କରାଯିବା ନେଇ କଠୋର ଆଇନ ରହିଛି  । ଏ ସବୁ ଦେଶରେ ୭୫% ଗର୍ଭପାତ ଅସୁରକ୍ଷିତ ଓ ଗର୍ଭପାତକୁ ଆଇନସିଦ୍ଧ କରିଥିବା ୫୭ଟି ଦେଶରେ ୧୩ ପ୍ରତିଶତ ଗର୍ଭପାତ ଅସୁରକ୍ଷିତ । ହେଲେ ଭାରତରେ ଅସୁରକ୍ଷିତ ଗର୍ଭପାତ ଲଗାତାର  ଉଦ୍ବେଗଜନକ ଭାବେ ଅଧିକ ରହିଛି  । 

ଏହି ସର୍ବେକ୍ଷଣରୁ ଜଣାପଡିଛି ଯେ, ୨୦୧୦ରୁ ୨୦୧୪ ଭିତରେ ବିଶ୍ୱବ୍ୟାପୀ ୫୫.୭ ନିୟୁତ ଗର୍ଭପାତ ହୋଇଥିବା ବେଳେ ସେଥିମଧ୍ୟରୁ ୩୦.୬ ନିୟୁତ ହେଉଛି ନିରାପଦ ଗର୍ଭପାତ  । ୧୭.୧ ନିୟୁତ କମ୍ ନିରାପଦ ଓ ୮ ନିୟୁତ ସବୁଠୁ କମ୍ ନିରାପଦ  । ତେଣୁ ୪ବର୍ଷ ଭିତରେ ମୋଟ ୨୫.୧ ନିୟୁତ ଗର୍ଭପାତ ଅସୁରକ୍ଷିତ ଭାବେ ହୋଇଛି  । ଏଥିମଧ୍ୟରୁ ୨୪.୩ ନିୟୁତ ଅର୍ଥାତ ୯୭ ପ୍ରତିଶତ ହେଉଛି ବିକାଶଶିଳ ରାଷ୍ଟରେ  ।

ଗଟମାକେର ଇନଷ୍ଟିଚୁ୍ୟଟ୍ର ସୁଶୀଳା ସିଂଙ୍କ କହିବା ଅନୁଯାୟୀ ‘ହାରାହାରି ଅସୁରକ୍ଷିତ ଗର୍ଭପାତ ଦକ୍ଷିଣ କେନ୍ଦ୍ର ଏସିଆ ଅଂଚଳରେ  । ଏ ଅଂଚଳରେ  ପାକିସ୍ଥାନ, ବାଂଲାଦେଶ, ଶ୍ରୀଲଙ୍କା ଓ ଭାରତ ରହିଛି, ଯେଉଁ ଅଂଚଳରେ ଅସୁରକ୍ଷିତ ଗର୍ଭପାତ ହାରାହାରି ୫୮ପ୍ରତିଶତ  ।’

‘ଯଦିଓ ଗତକିଛିବର୍ଷ ମଧ୍ୟରେ ଭାରତରେ ସ୍ଥିତିରେ ଯଥେଷ୍ଟ ଉନ୍ନତି ଘଟିଛି ,ହେଲେ ଅସୁରକ୍ଷିତ ଗର୍ଭପାତର ପ୍ରତିଶତ ଏବେ ବି ଉଦବେଗଜନକ ଅଛି  ।ଯଦିଓ ଭାରତର ନିଦ୍ଧିଷ୍ଟ ଭାବେ ଗର୍ଭପାତ ଆକଳନ ନାହିଁ, ତଥାପି ଗର୍ଭପାତ ଓ ଏହାର ମାତୃସ୍ୱାସ୍ଥ୍ୟ ଉପରେ ପ୍ରଭାବକୁ ନେଇ ସଠିକ ଆକଳନ ପାଇଁ ଏକ ସ୍ପେସିଫିକ୍ ଷ୍ଟଡି କରାଯାଉଛି’ବୋଲି ସୁଶୀଳା କହିଛନ୍ତି  ।  

ବିଶେଷଜ୍ଞଙ୍କ କହିବା ଅନୁଯାୟୀ କେବଳ ମେଡିକାଲ ସେବାକୁ ଲୋକଙ୍କ ନିକଟକୁ ପହଂଚାଇବା ସହ ଅଧିକ ନର୍ସ, ସ୍ୱାସ୍ଥ୍ୟକର୍ମୀ ଓ ଆୟୁଷ ଡାକ୍ତରଙ୍କ ନିୟୋଜନ ଦ୍ୱାରା ଅସୁରକ୍ଷିତ ଗର୍ଭପାତହାରକୁ ହ୍ରାସ କରାଯାଇପାରିବ  ।   

Leave A Reply

Your email address will not be published.