୨୬ରୁ ୨୮ ପର୍ଯ୍ୟନ୍ତ ଓଏସଆରଟିସି  ବସ ଚଳାଚଳ ବନ୍ଦ 

0

 ଯୁଗ୍ନ ଶ୍ରମ ଆୟୁକ୍ତଙ୍କ ମଧ୍ୟସ୍ଥତା ବିଫଳ, ମନ୍ତ୍ରୀଙ୍କ ସହ ଆଲୋଚନାରେ ମିଳିଲାନି ଫଳ

ଭୁବନେଶ୍ୱର/ ଚକ୍ରଧର ମାଝି :  ଓଏସଆରଟିସି   କର୍ମଚାରୀ  ସଂଘର ବିଭିନ୍ନ ଦାବି ଯଥା-ଠିକା କର୍ମଚାରୀଙ୍କୁ ସ୍ଥାୟୀ କରିବା, ସରକାରଙ୍କ ହାରରେ ନିଗମ କର୍ମଚାରୀଙ୍କୁ ଦରମା ଦେବା, ବିଭିନ୍ନ ବର୍ଗର କର୍ମଚାରୀଙ୍କୁ  ପଦୋନ୍ନତି ଦେବା, ଠିକା କର୍ମଚାରୀଙ୍କ ମଜୁରୀ ବୃଦ୍ଧି କରିବା, ୪ର୍ଥ, ୫ମ ଓ ଷଷ୍ଠ  ବେତନ ଅନୁସାରେ ବକେୟା ଦରମା ପ୍ରଦାନ କରିବା, ଅନ୍ୟାୟ ଭାବେ ହେଉଥିବା ଅର୍ଥ ଭରଣା ବନ୍ଦ୍ କରିବା ଇତ୍ୟାଦି ଦାବି କୁ ନେଇ  ସହକାରୀ ଶ୍ରମ ଆୟୁକ୍ତଙ୍କ ମଧ୍ୟସ୍ଥତା ରେ ହୋଇଥିବା ଆଲୋଚନା ବିଫଳ ହୋଇଥିବା ବେଳେ , ମନ୍ତ୍ରୀ ନୃସିଂହ ସାହୁଙ୍କ ସହ ଆଲୋଚନାରେ କିଛି   ଫଳ ମିଳିଲାନି ! ତେଣୁ ଫେବୃୟାରୀ ୨୬ରୁ ୨୮ ପର୍ଯ୍ୟନ୍ତ ଓଏସଆରଟିସି   କର୍ମଚାରୀ  ସଂଘ ପକ୍ଷରୁ ଦିଆଯାଇଥିବା ଧର୍ମଘଟ ହେବା ନିଶ୍ଚିତ | ତେଣୁ ଓଏସଆରଟିସି  ବସ ଚଳାଚଳ ବନ୍ଦ ରହିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି |

ସଂଘ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ନିଖିଳ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ଷ୍ଟାଫ୍ଆସୋସିଏନ ସହ ଯୁଗ୍ନ ଶ୍ରମ କମିଶନର ଓ ମାନ୍ୟବର ପରିବହନ ମନ୍ତ୍ରୀଙ୍କ ସହିତ ଆଳୋଚନା ବିଫଳ । ଆଗାମୀ ୨୬, ୨୭ ଓ ୨୮ ତାରିଖରେ ସାରା ରାଜ୍ୟରେ ଓ ଏସ୍. ଆର.ଟି.ସି. ର ସମସ୍ତ ବସ୍ ଚଳାଚଳ ବନ୍ଦ ରହିବ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଆଜି ଦିନ ୧୧ ଘଟିକା ସମୟରେ ମାନ୍ୟବର ଯୁଗ୍ମ ଶ୍ରମ କମିଶନର ଶ୍ରୀ ଉପେନ୍ଦ୍ର କୁମାର ମହାନ୍ତଙ୍କ ସହିତ ଓ ଦିନ ୧୨ ଘଣ୍ଟା ୩୦ ମିନିଟ୍ ସମୟରେ ମାନ୍ୟବର ପରିବହନ ମନ୍ତ୍ରୀ ଡାକ୍ତର ନୃସିଂହ ସାହୁଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା ହେଲା । ଏହି ଆଳୋଚନାରେ ଧର୍ମଘଟ ନୋଟିସରେ ଦିଆଯାଇଥିବା ୫ ଗୋଟି ଦାବୀ ଗୁଡିକ ସମ୍ପର୍କରେ ଆଳୋଚନା ହେଲା । ଏହି ଆଲୋଚନାରେ ଓ.ଏସ୍. ଆର୍.ଟି.ସି. ର ଅଧ୍ୟକ୍ଷ ତଥା ପରି·ଳନା ନିଦେ୍ର୍ଧଶକ, ଜେନେରାଲ ମ୍ୟାନେଜର, ଶ୍ରମ ଅଧିକାରୀ, ପରିବହନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ, ସାଧାରଣ ଉଦ୍ୟୋଗ ବିଭାଗ ସ୍ୱତନ୍ତ୍ର ସଚିବ ଏବଂ  ଓ.ଏସ୍. ଆର୍.ଟି.ସି ଆସୋସିଏସନ୍ ତରଫରୁ ସଭାପତି ନଳୀନୀ ରଂଜନ ପତି, ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ରାଉତ, କାର୍ଯ୍ୟକାରୀ ସଭାପତି, ଗୌରାଙ୍ଗ ମହାରଣା, ଓଡ଼ିଶା ରାଜ୍ୟ ନିଗମ କର୍ମ·ରୀ ମହାସଂଘ ତରଫରୁ ଅଧ୍ୟକ୍ଷ ନଟବର ଆ·ର୍ଯ୍ୟ, ମହା ସଚିବ ସରୋଜ କାନ୍ତ ମଲ୍ଲିକ, ଯୁଗ୍ମ ସଂପାଦକ ଧ୍ରୁବ ଚରଣ ସାହୁ, କାର୍ଯ୍ୟକାରୀ ସଭ୍ୟ ଜଗନ୍ନାଥ ମିଶ୍ର ଓଡିଶା କର୍ମ·ରୀ ସଂଗ୍ରାମ ସମିତିର କୋଷାଧ୍ୟକ୍ଷ,  ଶୁଭେନ୍ଦୁ କୁମାର ରାଉତରାୟଙ୍କ ସହ ସୂର୍ଯ୍ୟନାରାୟଣ ଭଞ୍ଜ, ରମେଶ ଚକ୍ରବର୍ତ୍ତିଙ୍କ ସହିତ ଅନ୍ୟାନ୍ୟ ବହୁ ସଦସ୍ୟ ଉପସ୍ଥିତ ଥିଲେ । ଏହି ଆଲୋଚନାରେ ମ୍ୟାନେଜମେଣ୍ଟ ତରଫରୁ ଦାବୀ ପୂରଣ ଦିଗରେ କୌଣସି ନିଷ୍ପତ୍ତି ଘୋଷଣା କରି ନପାରିବା ଫଳରେ ବାଧ୍ୟ ହୋଇ ଓ.ଏସ୍.ଆର୍.ଟି.ସି ଆସୋସିଏସନ ତାର ନିର୍ଦ୍ଧାରିତ ସୂଚନା ଅନୁସାରେ ଚଳିତ ଫେବୃଆରି ୨୬, ୨୭, ୨୮ ତାରିଖରେ ଓଡ଼ିଶାରେ ଚଳାଚଳ କରୁଥିବା ସମସ୍ତ ବସ୍ ଓ ଅଫିସ୍ ବନ୍ଦ ରହିବ ବୋଲି ସଂଘର ସଭାପତି  ନଳୀନୀ ରଂଜନ ପତି ଓ ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ରାଉତ ବିବୃତ୍ତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.