ଆଇସିଜି ବଜ୍ର ହେଲା ନିବୃତ  

0

କୋଷ୍ଟଗାର୍ଡର ଅବସରକାଳୀନ ଉତ୍ସବ ପାଳିତ

20-02-18-COST-GUARD-SHIP-PHOTO.jpg - 110.08 kB

ପାରାଦୀପ :  ଆଜି  ଭାରତୀୟ ତଟରକ୍ଷୀ ବାହିନୀର ୩୦ବର୍ଷ ସେବାକରୀ ଆଇସିଜି ବଜ୍ର ଅବସର ବା ବିଦାୟ ନେଇଛି । ଏହି ପରିପ୍ରେକ୍ଷିରେ ସେନାବାହୀନୀର ମର୍ଯ୍ୟାଦୀପୂର୍ଣ୍ଣ ପାରମ୍ପରିକ ଉତ୍ସବରେ ପାଟ୍ରୋଲିଂ ଜାହଜ ବଜ୍ରକୁ ସୂର୍ଯ୍ୟଅସ୍ତ ସମୟରେ ସେବାରୁ ଅବ୍ୟାହତି ଦିଆଯାଇଛି । ଏହି ବିଦାୟ ଉତ୍ସବ ପାରାଦୀପ ବନ୍ଦରର ୪ନଂ ଗେଟ ମଧ୍ୟରେ ଥିବା ପୋତାଶ୍ରୟରେ  ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ତଟରକ୍ଷୀ ବାହିନୀ ଉତ୍ତର ପୂର୍ବାଞ୍ଚଳ କମାଣ୍ଡର ଇନ୍ସପେକ୍ଟର ଜେନେରାଲ କେଏସ ସେଓରାନଙ୍କ ଦ୍ୱାରା ସମ୍ପାଦିତ କରାଯାଇଥିଲା । ଏହି ଅବସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ୧୯୮୮ ମସିହା ଡିସେମ୍ବର ୨୨ ତାରିଖରେ ଆଇସିଜି ବଜ୍ର ତଟରକ୍ଷୀ ବାହିନୀରେ  ସାମିଲ ହୋଇଥିଲା । ଦୀର୍ଘ ୩୦ବର୍ଷ ସେବା ପ୍ରଦାନ ଅବସରରେ ଏହା ୫୨ ହଜାର ୯୬୬ ଘଣ୍ଟା ସମୁଦ୍ରରେ ଯାତ୍ରା କରି ସର୍ବମୋଟ ୫ଲକ୍ଷ ୨୪ ହଜାର ୨୯୯ ନଟିକାଲ ମାଇଲ ଅତିକ୍ରମ କରିଛି । ଏ ସମୟ ମଧ୍ୟରେ ୩୪ ଜଣ ବିପନ୍ନ ସତ୍ସ୍ୟଜୀବୀଙ୍କ ଜୀବନ ରକ୍ଷା କରିବା ସହ ୨୮ଟି ମାଛଧରା ବୋଟ ଉଦ୍ଧାର କରିଛି । ଆଜି ସୂର୍ଯ୍ୟାସ୍ତ ସମୟରେ ଶେଷ ଥର ପାଇଁ ତଟରକ୍ଷୀ ବାହୀନୀର ପତାକା ଅବତରଣ କରାଯାଇଥିଲା । ଏହି ଜାହାଜଟି ମୁମ୍ବାଇର ମାଜାଗାଁଓ  ଡକୟାର୍ଡରେ ତଟରକ୍ଷୀ ବାହିନୀ ପାଇଁ ନିର୍ମିତ ହୋଇଥିଲା । ଓଡିଶା ଓ ପଶ୍ଚିମବଙ୍ଗ ସମୁଦ୍ର ଜଳସୀମାରେ ପଇଁତରା ମାରିବା ପାଇଁ ୨୦୧୩ ମସିହାରେ ପାରାଦୀପ ବନ୍ଦରରେ ଜାହାଜଟିକୁ ନିୟୋଜିତ କରାଯାଉଥିଲା । ଏହି ଜାହାଜର ଲମ୍ବ ୭୪ ମିଟର ଥିଲାବେଳେ ଏହା ୨୨ ନଟ୍ସ ବେଗରେ ଗତି କରିପାରୁଥିଲା । ଏଥିରେ ମେସିନ୍ ଗନ୍, ୩୩ଏମ୍ଏମ୍ ଗନ୍, ହେଲିକପ୍ଟର ସୁବିଧା ଓ ପ୍ରଦୂଷଣ ନିୟନ୍ତ୍ରଣ କ୍ଷମତା ଯନ୍ତ୍ରାଂଶ ରହିଥିଲା । ତେବେ ତଟରକ୍ଷୀ ବାହିନୀରୁ ବଜ୍ର ଅବ୍ୟାହତି ନେବା ପରେ ପାରାଦୀପ ବନ୍ଦରରେ ଏହାର ସ୍ମୃତି ଓ ପର୍ଯ୍ୟଟକଙ୍କ୍ ପାଇଁ ସରଂକ୍ଷିତ କରି ରଖାଯିବାକୁ ବନ୍ଦର କତ୍ତୃପକ୍ଷ ଆଗ୍ରହ ପ୍ରକାଶ କରିଛନ୍ତି ।    

 

Leave A Reply

Your email address will not be published.