ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କ ନେତୃତ୍ୱ ତାଲିମ ଶିବିର

0

 

ବଲାଙ୍ଗିରରୁ ନିରୋଜ ମିଶ୍ର  : ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ  ଠାରେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ନେତୃତ୍ୱ ସମ୍ବନ୍ଧୀୟ ୧୦ଦିନିଆ ତାଲିମ  ଶିବିର ତା.୨୯.୦୧.୨୦୧୮ ରୁ  ୦୭.୦୨.୨୦୧୮ରିଖ ପର୍ଯ୍ୟନ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଅନୁଷ୍ଠିତ  ହୋଇଯାଇଛି । ଏହି ତାଲିମ ଶିବିରରେ ପରାମର୍ଶଦାତା ଭାବେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଚନ୍ଦନ କୁମାର ସାହୁ, ମଧୂପ ସୁନା, ପ୍ରଶାନ୍ତ କୁମାର ନିଖଣ୍ଡିଆ, ସସ୍ମିତା ସାହୁ, ଆରତୀ ସାହୁ, ଚିନ୍ମୟୀ ସାହୁ, ମନ୍ଦରଧର ସାହୁ, ଅଳକା ସାମଲ, ମମତା ମଂଜରୀ ସାହୁ ପ୍ରମୁଖ ତାଲିମ ପ୍ରଦାନ କରିଥିଲେ ।  ଜିଲ୍ଲାର ବିଭିନ୍ନ ସରକାରୀ ଉଚ୍ଚ ବିଦ୍ୟାଳୟର ୩୦ ଜଣ ପ୍ରଧାନ ଶିକ୍ଷକ  ଶିକ୍ଷୟିତ୍ରୀ ଯୋଗଦାନ କରି ବିଦ୍ୟାଳୟର ସୁପରିଚାଳନା ସମ୍ବନ୍ଧୀୟ ତାଲିମ ଗ୍ରହଣ କରିଥିଲେ । 

 

 

 

 

 

Leave A Reply

Your email address will not be published.