ରାଜ୍ୟସ୍ତରୀୟ ଜନଜାତି କବାଡ଼ି ପ୍ରତିଯୋଗିତା, ଉଦ୍ଘାଟନୀ ସଭାରେ ସାମ୍ବିଧାନିକ ପ୍ରଟୋକଲର ଅବମାନନା 

0

ପୁର୍ନଜନ୍ମ ହେଲେ ଭଗବାନ  ମୋତେ ଆଦିବାସୀ ପରିବାରରେ ଜନ୍ମ ଦିଅନ୍ତୁ :ଅନନ୍ତ

ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବାକୁ ଉଦ୍ୟମ କରନ୍ତୁ ଜନଜାତି କ୍ରୀଡାବିତମାନେ : ସାନନ୍ଦ

୩୦ଟି ଜିଲାରୁ ୯୫୦ରୁ ଅଧିକ ପ୍ରତିଯୋଗି ଓ ୧୫୦ରୁ ଅଧିକ ଅଫିସିଆଲ ଯୋଗଦାନ

ବାରିପଦାରୁ ଦିଲ୍ଲିପ ମହାନ୍ତି – ଭାରତରେ ଧଳା ପୋଷାକଧାରୀ କ୍ରିକେଟ ଖେଳ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ ଅନ୍ୟାନ୍ୟ କ୍ରୀଡ଼ାକୁ ଅଣଦେଖା ପ୍ରଦର୍ଶନ କରାଯାଉଥିବାରୁ ଅଲମ୍ପିକ କ୍ରୀଡ଼ାପ୍ରତିଯୋଗିତାରେ ୧୨୫ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତରୁ ପ୍ରତିନିଧିତ୍ୱ କରୁଥିବା ପ୍ରତିଯୋଗିମାନଙ୍କୁ ଖାଲି ହାତରେ ଫେରିବାକୁ ପଡ଼ିଥାଏ । ବଣର ମଲ୍ଲୀ ବଣରେ ଫୁଟି ମଉଳି ଯିବା ଭଳି ବହୁ ପ୍ରତିବାନ କ୍ରୀଡ଼ାବିତ୍ ଉପଯୁକ୍ତ ପ୍ରଶିକ୍ଷଣ, ପ୍ଲାଟଫର୍ମ ଓ ପ୍ରୋତ୍ସାହନ ଅଭାବରୁ ନିଜର ପ୍ରତିଭା ପ୍ରଦର୍ଶନ କରାଇବାରୁ ବଞ୍ଚିତ ହେଉଥିବା ବେଳେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ନେତୃତ୍ୱରେ ପରିଚାଳିତ ସରକାର ଆଧୁନିକ ଷ୍ଟାଡ଼ିଅମ ନିର୍ମାଣ କରାଇ ରାଜ୍ୟରେ ଆନ୍ତର୍ଜାତି କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ମାଧ୍ୟମରେ ଓଡ଼ିଶା ତଥା ମୟୂରଭଞ୍ଜର ସ୍ଥାନକୁ ଉପରକୁ ନେଇଯାଇଛନ୍ତି । ଏଥି ସହିତ ପୁର୍ନଜନ୍ମ ହେଲେ ଭଗବାନ  ମୋତେ ଆଦିବାସୀ ପରିବାରରେ ଜନ୍ମ ଦିଅନ୍ତୁ ବୋଲି ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ଅନନ୍ତ ଦାସ ଓଡ଼ିଶା କ୍ରୀଡ଼ା ଓ ଯୁବ ସେବା ବ୍ୟାପାର ବିଭାଗ ପକ୍ଷରୁ ଓ ମୟୂରଭଞ୍ଜ ଜିଲାପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲାର ସଦର ମହକୁମା ବାରିପଦା ରିଜର୍ଭ ପୁଲିସ ପଡ଼ିଆ ପରିସରରେ ଚଳିତ ଫେବୃଆରୀ ୦୯ରୁ ୧୨ ପର୍ଯ୍ୟନ୍ତ ଆୟୋଜିତ ରାଜ୍ୟସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତା(କବାଡ଼ି)-୨୦୧୮ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜର ମତ ବକ୍ତ କରିଥିଲେ । ସେହିପରି ଓଡ଼ିଶା ବିଧାନସଭାର ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି ଯୋଗ ଦେଇ ମଞ୍ଚରେ ଉପସ୍ଥିତ ରହିଥିବା ଜିଲାପାଳଙ୍କଠାରୁ ଆରମ୍ଭ କରି ଉପବାଚସ୍ପତି, ରାଜ୍ୟସଭା ସାଂସଦ, ଅତିରିକ୍ତ ଜିଲାପାଳ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ, ଜିଲାପରିଷଦ ସଭାପତି, ସମସ୍ତ ଉପସ୍ଥିତ ବିଧାୟକ ଆଦି ପ୍ରାୟ ୮୦ ଭାଗରୁ ଅଧିକ ଆଦିବାସୀ ସମ୍ପ୍ରଦାୟର ପ୍ରତିନିଧିମାନେ ରହିଛନ୍ତି । ତେଣୁ ଆଜିର ଏହି ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ସମସ୍ତ ଜନଜାତିର । ତେଣୁ ଆଶା କରୁଛି ପ୍ରତିଯୋଗି ଛାତ୍ରୀଛାତ୍ରମାନେ ଭବିଷ୍ୟତରେ ଏହି ପ୍ରକାର ମଞ୍ଚାସୀନ ହୋଇପାରିଲେ ମୁଖ୍ୟମନ୍ତ୍ରୀ ନବୀନ ଆଦିବାସୀମାନଙ୍କ କ୍ରୀଡ଼ାର ବିକାଶ ନିମନ୍ତେ ଦେଖିଥିବା ସ୍ୱପ୍ନ ସାର୍ଥକ ହେବ । କେବଳ ଏତିକି ନୁହେଁ ପ୍ରତ୍ୟେକ ପ୍ରତିଯୋଗି ଛାତ୍ରଛାତ୍ରୀ ନିଜ ନିଜ ମଧ୍ୟରେ ରହିଥିବା ଦକ୍ଷତା ଓ ପ୍ରତିଭା ପ୍ରଦର୍ଶନ ମାଧ୍ୟମରେ ଏହି ରାଜ୍ୟସ୍ତରୀୟ କ୍ରୀଡ଼ାରେ ନୁହେଁ ଆନ୍ତର୍ଜାତୀୟ ଓ ଅଲମ୍ପିକ କ୍ରୀଡ଼ା ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରି ପଦକ ଜିଣି ଫେରିଲେ ମୁଖ୍ୟମନ୍ତ୍ରୀ ନବୀନ ସ୍ୱତନ୍ତ୍ର ଭାବେ ଆଦିବାସୀ ତଥା ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଦେଖିଥିବା ସ୍ୱପ୍ନ ସାକାର ହେବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ, ଜିଲାପରିଷଦ ସଭାପତି ସୁଜାତା ମୁର୍ମୁ, ମୟୂରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଦେବାଶିଷ ମାର୍ଣ୍ଡି, ବିଧାୟକ ଗୋଲକ ବିହାରୀ ନାୟକ, ବିଧାୟକ ସୁଦାମ ମାର୍ଣ୍ଡି, ବିଧାୟକ ଭାଦବ ହାଁସଦାଃ, ଭାରପ୍ରାପ୍ତ ଅତିରିକ୍ତ ଜିଲାପାଳ ତଥା ସିପର ପିଡ଼ି ଆର ଓ ଆର ଶତ୍ରୁଘନ କର ପ୍ରମୁଖ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ ମାଧ୍ୟମରେ ପ୍ରତିଯୋଗି ଛାତ୍ରୀଛାତ୍ରମାନଙ୍କୁ ଉତ୍ସାହିତ କରାଇଥିଲେ । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ଗଙ୍ଗାଧର ନାୟକ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ, ଅବସରପ୍ରାପ୍ତ କ୍ରୀଡ଼ା ପ୍ରଶିକ୍ଷକ କୁମାର ରଞ୍ଜନ ପଣ୍ଡା ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ । 

             ଉକ୍ତ ରାଜ୍ୟସ୍ତରୀୟ ଜନଜାତି କବାଡ଼ି ପ୍ରତିଯୋଗିତା ଉଦଘାଟନୀ ସମାରୋହ କାର୍ଯ୍ୟକ୍ରମରେ ପ୍ରୋଟକଲକୁ ଅଣଦେଖା କରାଯାଇ ଥିଲା । ଯାହାକୁ ନେଇ ନ ପ୍ରଶାସନକୁ ବିଭିନ୍ନ ମହଲରୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି । ନିମନ୍ତ୍ରଣପତ୍ରରେ ବିଧାନସଭାର ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି ମୁଖ୍ୟ ଅତିଥି ଭାବେ ଦର୍ଶାଯାଇଥିବା ବେଳେ ମଞ୍ଚରେ ହଠାତ୍ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଅନନ୍ତ ଦାସଙ୍କୁ ଦେଖିବାକୁ ମିଳି ଥିଲା । ସେହିପରି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ସଭାପତିତ୍ୱ କରୁଥିବା ବେଳେ ଉପବାଚସ୍ପତି ସମ୍ମାନୀତ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ । ମଞ୍ଚରେ ଉପବାଚସ୍ପତି ରହିଥିବା ବେଳେ କ୍ରୀଡ଼ାପତିଯୋଗିତାର ପତାକାକୁ ମନ୍ତ୍ରୀ ଉତ୍ତୋଳନ କରିଥିଲେ । ପୁଣି ମନ୍ତ୍ରୀ ତାଙ୍କର ଭାଷଣର ପ୍ରାରମ୍ଭରେ ଉପବାଚସ୍ପତିଙ୍କୁ ସମ୍ବୋଧନ କରିବା ବଦଳରେ ଭାଷଣ ଆରମ୍ଭ କରି ଶେଷରେ ଉପବାଚସ୍ପତିଙ୍କୁ ମନେ ପକାଇଥିଲେ । ସେହିପରି ପୂର୍ବତନ ମନ୍ତ୍ରୀ ତଥା ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡି ଉପବାଚସ୍ପତିଙ୍କୁ ସାନଭାଇ ସମ୍ବୋଧନ କରିଥିବା ବେଳେ ମୟୂରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବଡ଼ଭାଇ ସମ୍ବୋଧନ କରିଥିଲେ । ମୋଟ ଉପରେ ମଞ୍ଚରେ ପ୍ରୋଟକଲକୁ ଖୋଲାଖୋଲି ଅବମାନନା କରାଯାଇଥିବା ବେଳେ ଜିଲାପାଳ ଅତିଥିମାନଙ୍କୁ ନିମନ୍ତ୍ରଣ ଜଣାଉଥିବା ବେଳେ ଉଦଘାଟନ ଉତ୍ସବ କାର୍ଯ୍ୟସୂଚୀରେ ନିଜେ ସ୍ୱତନ୍ତ୍ର ଅତିଥି ଭାବେ ରହିଥିବାର ପରିଲକ୍ଷିତ ହୋଇଅଛି । 

           ଉକ୍ତ ବିଭିନ୍ନ ବର୍ଗର ରାଜ୍ୟସ୍ତରୀୟ ବାଳକ ଓ ବାଳିକା କବାଡ଼ି ପ୍ରତିଯୋଗିତାରେ ରାଜ୍ୟର ୩୦ଟି ଜିଲାରୁ ୯୫୦ରୁ ଅଧିକ ପ୍ରତିଯୋଗି ଓ ୧୫୦ରୁ ଅଧିକ ଅଫିସିଆଲ ଯୋଗ ଦେଇଥିବାର ଜଣାପଡ଼ିଛି ।

Leave A Reply

Your email address will not be published.