ବାରିପଦା(ଦିଲ୍ଲୀପ ମହାନ୍ତି )- ଦଳ ବିରୋଧୀ କାର୍ଯ୍ୟକଳାପ ନିମନ୍ତେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜ୍ୟ କମିଟି ସଦସ୍ୟ ପୂର୍ଣ୍ଣ ମାର୍ଣ୍ଡିଙ୍କୁ ଦଳରୁ ୨ ବର୍ଷ ନିମନ୍ତେ ନିଲମ୍ବିତ କରାଇଛନ୍ତି ରାଜ୍ୟ ସଭାପତି ମହେଶ ହେମ୍ବ୍ରମ । ଜେଏମଏମ ଦଳ ମୟୂରଭଞ୍ଜ ଜିଲାରେ ପ୍ରମୁଖ ବିରୋଧୀ ଦଳ ଭୂମିକା ଲିଭାଇ ଆସୁଛି । ମାତ୍ର ରାଜ୍ୟ କମିଟି ସଦସ୍ୟ ତଥା ୨୦୧୪ ବିଧାନସଭା ନିର୍ବାଚନରେ ରାଇରଙ୍ଗପୁର ସଂରକ୍ଷିତ ଆସନରୁ ଜେଏମଏମ ଦଳର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିବା ପୂର୍ଣ୍ଣ ମାର୍ଣ୍ଡି ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ କାର୍ଯ୍ୟକରି ଦଳକୁ ତୃଣମୂଳ ସ୍ତରରେ ଅଧିକ ଶକ୍ତିଶାଳୀ କରି ଗଢ଼ି ତୋଳିବା ପରିବର୍ତ୍ତେ ଦଳରେ ବିଶୃଙ୍ଖଳା ସୃଷ୍ଟି କରିବାରେ ଲାଗିଥିଲେ । ଫଳରେ ରାଜ୍ୟ ସଭାପତି ଶ୍ରୀହେମ୍ବ୍ରମ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ରାଜ୍ୟ ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି
Sign in
Sign in
Recover your password.
A password will be e-mailed to you.