ବିଜେପୁର ଉପନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ On Feb 9, 2018 18 Share ଭୁବନେଶ୍ୱର : ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ଉପନିର୍ବାଚନ ନିମନ୍ତେ ଭାରତର ନିର୍ବାଚନ ଆୟୋଗ ଦୁଇ ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତିା ସାଧାରଣ ପର୍ଯ୍ୟବେକ୍ଷକ ଭାବେ ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଅଭିଷେକ ଚନ୍ଦ୍ରାଙ୍କୁ ନିଯୁକ୍ତ କରାଯାଇଛି (ମୋ. ନଂ- ୯୫୫୬୫୪୬୨୭୦, ଇ ମେଲ–[email protected])) | ସେହିପରି ବ୍ୟୟ ପର୍ଯ୍ୟବେକ୍ଷକ ଭାବେ ଭାରତୀୟ ରାଜସ୍ୱ ସେବାର ବରିଷ୍ଠ ଅଧିକାରୀ ସୁନିଲ୍ କୁମାର ଯାଦବଙ୍କୁ ନିଯୁକ୍ତ କରାଯାଇଛି (ମୋ. ନଂ-୯୫୫୬୫୪୨୮୭୦, ଇ ମେଲ[email protected]) ଉପରୋକ୍ତ ମୋବାଇଲ୍ ନମ୍ବର ଓ ଇମେଲ ଯୋଗେ, ଜନସାଧାରଣ ଆଦର୍ଶ ଆଚରଣ ବିଧି ଉଲଂଘନ ଏବଂ ନିର୍ବାଚନ ସିଲିଂ ବହିର୍ଭୁକ୍ତ ଖର୍ଚ୍ଚ ସଂପର୍କରେ ଏବଂ ନିର୍ବାଚନ ସଂପର୍କିତ ସମସ୍ତ ଆପତ୍ତି ଅଭିଯୋଗଗୁଡ଼ିକୁ ସଂପୃକ୍ତ ପର୍ଯ୍ୟବେକ୍ଷକଙ୍କୁ ଜଣାଇପାରିବୋ ବିଜେପୁର ଉପନିର୍ବାଚନ ନିମନ୍ତେ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିଲା | ରିଟର୍ଣ୍ଣିଂ ଅଧିକାରୀଙ୍କଠାରୁ ପ୍ରାପ୍ତ ସୂଚନା ଅନୁସାରେ ଜଣେ ସ୍ୱାଧୀନ ପ୍ରାର୍ଥୀ ସଦାଶିବ ନାଗ ତାଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି ଏବଂ ଉପନିର୍ବାଚନରେ ୧୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି | 18 Share FacebookTwitterGoogle+ReddItWhatsAppPinterestEmail