ମେଲଛାମୁଣ୍ଡା ଅଂଚଳରେ ଉଡିଲା ତ୍ରିରଙ୍ଗା

0

ମେଲଛାମୁଣ୍ଡା,(ମନୋଜ ଭୋଇ) ମେଲଛାମୁଣ୍ଡା ଅଂଚଳବାସୀ ଗୁରୁବାର ଦିନ ମହାସମାରୋହରେ ୭୩ତମ ସ୍ୱାଧିନତା ଦିବସ ପାଳନ କରିଛନ୍ତି । ଅଂଚଳର ସମସ୍ତ ଶିକ୍ଷାନୁଷ୍ଠାନ , ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବ୍ୟତିତ ବିଭିନ୍ନ ଛକ, ବଜାର, ଦୋକାନ ଏବଂ ସର୍ବୋପରୀ ଘର ମାନଙ୍କର ଛାତରେ ତ୍ରିରଙ୍ଗା ପତାକା ଫର ଫର ହୋଇ ଉଡିଥିଲା । ଅଂଚଳଟି ଦିକ ପାଇଁ ତ୍ରିରଙ୍ଗାମୟ ହୋଇ ଉଠିଥିଲା । ମେଲଛାମୁଣ୍ଡା ଜୟହନୁମାନ କ୍ଳବ ଏବଂ ଜନ କଲ୍ୟାଣ ପରିଷଦ ତରଫରୁ ବୁଧବାର ଭୋରରୁ ଗ୍ରାମରେ ରଘୁପତି ରାଘବ ରାଜାରାମ…. ଗାନ କରି ପ୍ରଭାତ ଫେରି ସହ ବିଭିନ୍ନ ସ୍ଲୋଗାନରେ ଅଂଚଳଟି ପ୍ରକମ୍ପିତ ହୋଇ ଉଠିଥିଲା । ମେଲଛାମୁଣ୍ଡା ଥାନାରେ ଥାନାଧିକାରୀ ସ୍ୱପ୍ନାରାଣୀ ଗୋଚ୍ଛାୟତ, କଲେଜରେ ଅଧ୍ୟକ୍ଷ ବିନୋଦ ବିହାରୀ ମିଶ୍ର, ଉଚ୍ଚବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବାଳମକୁନ୍ଦ ସାହୁ, ସରସ୍ୱତୀ ଶିଶୁ ମନ୍ଦିରରେ ପରିଚାଳନା କମିଟି ସଭାପତୀ ଡା.ଲୋକପାଳ ଭୋଇ, ଆର.ଆଇ ଅଫିସରେ ରାଜସ୍ୱ ନିରିକ୍ଷକ ଅନିତା ପଧାନ, କୃଷି ସମବାୟ ସମିତିରେ ବୋଡ ସଭାପତୀ ଚକ୍ରଧର ସାହୁ, ଗ୍ରାମ ପଂଚାୟତ ଅଫିସରେ ସରପଂଚ ସୁନିତା ବରିହା, ହୋମିଓପ୍ୟାଥିକ ଚିକିତ୍ସାଳୟରେ ଡା.ପୁଷ୍ପଲତା ସାମଲ, ପିଏଚସିରେ ଡା.ଆଦିତ୍ୟ ଭୋଇ, ଉକ୍ରଲ ଗ୍ରାମ୍ୟ ବ୍ୟାଙ୍କରେ ସହ ଶାଖା ପରିଚାଲକ ପ୍ରଦୋଷ ବିଶ୍ୱାଲ, ବସଷ୍ଟାଣ୍ଡ ଛକରେ ଗୋପବନ୍ଧୁ ବିଶି, ଜନକଲ୍ୟାଣ ପରିଷଦରେ ସଭାପତୀ ସାଧୁ ଚରଣ ବାରିକ ଏବଂ ଦିପ୍ତିପୁରସ୍ଥିତ ଷ୍ଟେଟ ବ୍ୟାଙ୍କରେ ଶାଖା ପରିଚାଲକ କୁମୁଦ ମିଶ୍ର ଓ କେନ୍ଦୁଲିଫରେ ଫରେଷ୍ଟର ପାହଲ ବେହେରା ପ୍ରମୁଖ ପତାକା ଉତୋଳନ କରିବା ହସ ଅଭିବାଦନ ଗ୍ରହଣ କରିଥିଲେ । ମେଲଛାମୁଣ୍ଡାସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ଛାତ୍ର ଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ପ୍ୟାରେଡ ଏବଂ ଶଦ୍ଧ ନୃତ୍ୟ ବେଶ ମନ ମୁଗ୍ଧକର ହୋଇଥିଲା । 

Leave A Reply

Your email address will not be published.