ବେନିୟମ ଭାବରେ ଜୁଆ ଖେଳ ଉପରେ ଚଢ଼ାଉ : 4 ଗିରଫ

0 1

ପଦ୍ମପୁର(ନୀଲାମ୍ବର ଦୀପ୍):- ବରିକେଲ ଗ୍ରାମରେ ବେନିୟମ ଭାବରେ ଜୁଆ ଖେଳ ହେଉଥିବା ବିଶ୍ବସ୍ତ ସୂତ୍ର ରୁ ଖବର ପାଇ ପଦ୍ମପୁର ଆଇ.ଆଇ.ସି ମାନସ ରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ପୋଲିସ ଦ୍ୱାରା ବରିକେଲ ଗ୍ରାମରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ବାଳକୃଷ୍ଣ ସାହୁ,ସୁନୀଲ ମେହେର,ଦୋଳ ମେହେର ଓ ଜନ ମେହେର ନାମକ ୪ଜଣ ଜୁଆରୀ ଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ୩୬୧୦ ଟଙ୍କା ଜବତ କରିଛି।ପୋଲିସ ର ସୂଚନାନୁଯାୟୀ ଘଟଣା ସ୍ଥଳରେ ପୋଲିସ କୁ ଦେଖି ଘଟଣା ସ୍ଥଳରୁ କିଛି ଜୁଆରୀ ଫେରାର ହେବା ରେ ସକ୍ଷମ ହୋଇଥିଲେ ଏବଂ ସମସ୍ତ ଜୁଆରୀ ବରିକେଲ ଗ୍ରାମର ବାସିନ୍ଦା ଅଟନ୍ତି।

Leave A Reply

Your email address will not be published.