ଆଧାର କାର୍ଡ ସଂଶୋଧନ ଉପରେ  ଜିଏସଟି ମାଡ

0

ଲାଗୁ ହେବ ୧୮ ପ୍ରତିଶତ ଜିଏସ୍‌ଟି

ନୂଆଦିଲ୍ଲୀ: ଆଧାରକାର୍ଡ଼ କୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଥିବା ଓ ଏହାର ପ୍ରୟୋଗ ସନ୍ଦେହଘେରରେ ଥିବା ବେଳେ ଏବେ ତା ଉପରେ ଜିଏସଟି ମାଡ ପଡିଛି | ଆଧାର କାର୍ଡ ରେ ଅଜ୍ଞାନତା ବଶତଃ ହୋଇଥିବା ତ୍ରୁଟି ବା କୌଣସି ସମୟରେ କୌଣସି ସଂଶୋଧନ ପାଇଁ ଧାର୍ଯ୍ୟ ଶୁଳ୍କ ଉପରେ ୧୮% ଜିଏସଟି ଦେବାକୁ ପଡିବ  | ପୂର୍ବରୁ ଆଧାର କାର୍ଡରେ ନାମ, ଠିକଣା, ଫୋନ୍‌ନମ୍ବର, ଇ-ମେଲ୍‌ ଆଦି ସଂଶୋଧନ, ପରିବର୍ତ୍ତନ ଅଥବା ଅନ୍ତର୍ଭୁକ୍ତ କରିବାକୁ ହେଲେ ୨୫ ଟଙ୍କାର ଦେୟ ଦେବା ପାଇଁ ପଡୁଥିଲା। କିନ୍ତୁ, ଏବେ ୟୁନିକ୍‌ ଆଇଡେନ୍‌ଟିଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ (ୟୁଆଇଡିଏଆଇ) ଏହି ସବୁ କାର୍ଯ୍ୟ ପାଇଁ ୨୫ ଟଙ୍କାର ଦେୟ ଉପରେ ଆଉ ଅତିରିକ୍ତ ୧୮ ପ୍ରତିଶତ ଜିଏସ୍‌ଟି ଧାର୍ଯ୍ୟ କରିଛନ୍ତି।  ଏଣିକି ଆଧାର କାର୍ଡରେ ଥିବା ତଥ୍ୟରେ ଯଦି କେହି ସଂଶୋଧନ କରିବାକୁ ଚାହାନ୍ତି ତେବେ ଯେ କୌଣସି ପ୍ରକାରର ସଂଶୋଧନ, ପରିବର୍ତ୍ତନ ଅଥବା ଅନ୍ତର୍ଭୁକ୍ତିକରଣ ପାଇଁ କାର୍ଡଧାରୀଙ୍କୁ ୨୫ ଟଙ୍କା  ଉପରେ ଆଉ ୪ଟଙ୍କା ୫୦ ପଇସା ଜିଏସଟି ବାବଦରେ ଦେବାକୁ ପଡିବ | 

Leave A Reply

Your email address will not be published.