ଓଡ଼ିଶାରେ ପ୍ରଥମ ଥର ପାଇଁ ଏଫଟିଆଇଆଇ ଫିଲ୍ମ ଆପ୍ରିସିଏସନ୍ ପାଠ୍ୟକ୍ରମ

20

ପାଠ୍ୟକ୍ରମ ଅନ୍ତର୍ଗତ ୧୦୦ଜଣଙ୍କୁ ପ୍ରଶିକ୍ଷିତ କରାଯିବ

ପୁନେର ଭାରତୀୟ ଫିଲ୍ମ ଏବଂ ଟେଲିଭିଜନ୍ ପ୍ରତିଷ୍ଠାନ  (ଏଫଟିିଆଇଆଇ)  ତରଫରୁ ପ୍ରଥମ ଥର ପାଇଁ ଓଡ଼ିଶାରେ ଏକ ସପ୍ତାହବ୍ୟାପୀ ଫିଲ୍ମ ଆପ୍ରିସିଏସନ୍ କୋର୍ସ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଫେବୃଆରୀ ୧୪ ତାରିଖ ଠାରୁ ଏହି କାର୍ଯ୍ୟକ୍ରମ ଭାରତୀୟ ଜାତୀୟ ଚଳଚ୍ଚିତ୍ର ସଂଗ୍ରହାଳୟ (ଏନଏଫଏଆଇ), ପୁନେ ଠାରୁ ପ୍ରାପ୍ତ ଇନ୍ପୁଟ ତଥା ଓଡ଼ିଶା ସରକାରଙ୍କ ବୈଷୟିକ ଶିକ୍ଷା ଓ ତାଲିମ ନିଦେ୍ର୍ଧଶାଳୟ (ଡ଼ିଆଇଇଟି)ର ମିଳିତ ସହଯୋଗରେ ଆୟୋଜିତ ହେବ । ଭୁବନେଶ୍ୱର ଆଦିବାସୀ କଳା ଓ ହସ୍ତକଳା ସଂଗ୍ରହାଳୟଠାରେ ଏହା ଅନୁଷ୍ଠିତ  ହେବ । ଏହା ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରହିଥିଲେ ସୁଦ୍ଧା ‘ଫାଷ୍ଟ୍ କମ୍ ଫାଷ୍ଟ୍ ସର୍ଭି ରେ ଏହି ପାଠ୍ୟକ୍ରମରେ ପ୍ରଥମ ୧୦୦ଜଣଙ୍କୁ ହିଁ ଗ୍ରହଣ କରାଯିବ । 

ଓଡ଼ିଶାର ଚଳଚ୍ଚିତ୍ର ଶିଳ୍ପର ଦୀର୍ଘ ୭୫ ବର୍ଷର ଗୌରବୋଜ୍ଜ୍ୱଳ ଇତିହାସ ରହିଛି ଏବଂ ଏହା ସମୟକ୍ରମେ ଏକ ବିଶାଳ ଶିଳ୍ପରେ ପରିଣତ ହୋଇଛି । ଏଫଟିଆଇଆଇ ପକ୍ଷରୁ ସଂପ୍ରତି ଦେଶବ୍ୟାପୀ ଚଳଚ୍ଚିତ୍ର ସଂକ୍ରାନ୍ତ ଶିକ୍ଷାକୁ ଲୋକପ୍ରିୟ କରିବା ସକାଶେ ଚାଲୁ ରହିଥିବା ଅଭିଯାନର ଅଂଶବିଶେଷ ସ୍ୱରୂପ, ଭୁବନେଶ୍ୱର ଠାରେ ଏହି ଫିଲ୍ମ ଆପ୍ରିସିଏସନ୍ କୋର୍ସର ପରିକଳ୍ପନା କରାଯାଇଛି । ପାଂଚ ଦଶନ୍ଧିରୁ ଅନୁଷ୍ଠିତ  ହେଉଥିଲା । ଭାରତଭଳି କୋଟି କୋଟି ସିନେମାପ୍ରିୟ ଦର୍ଶକ ତଥା  ବିଶାଳ ଐତିହ୍ୟ ଥିବା ରାଷ୍ଟ୍ର ସକାଶେ ଏହା କୌଣସି ମାନ୍ୟତା ରଖୁନଥିଲା । ତେଣୁ ଏଫଟିଆଇଆଇ ଫିଲ୍ମ ଆପ୍ରିସିଏସନ୍ କୋର୍ସ ମାଧ୍ୟମରେ ଦେଶରେ ଚଳଚ୍ଚିତ୍ର ସାକ୍ଷରତା ପ୍ରସାର ସକାଶେ ଏଭଳି କାର୍ଯ୍ୟକ୍ରମର ବ୍ୟବସ୍ଥା କରିଛି ଯାହା ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଆୟୋଜିତ ହେବ । ଏହାଦ୍ୱାରା ଚଳଚ୍ଚିତ୍ର ଶିକ୍ଷା ସମସ୍ତଙ୍କ ପାଇଁ ସୁଲଭରେ ସହଜଲବ୍ଧ ହୋଇପାରିବ । ବିଶ୍ୱର ଏକ ପ୍ରମୁଖ ଚଳଚ୍ଚିତ୍ର ପ୍ରତିଷ୍ଠାନ  ଠାରୁ ଓଡ଼ିଶାର ଚଳଚ୍ଚିତ୍ର ପ୍ରେମୀମାନେ ଚଳଚ୍ଚିତ୍ର ସମ୍ବନ୍ଧୀୟ ଶିକ୍ଷା ଲାଭ କରିପାରିବେ । ବିଗତ ୯ ମାସ ମଧ୍ୟରେ ଏଫଟିଆଇଆଇ ପୁନେ, ମୁମ୍ବାଇ, ନାଗପୁର, ଦିଲ୍ଲୀ, ଜୟପୁର, ଗୁଆହାଟି, ଶ୍ରୀନଗର, (ଜାମ୍ମୁ ଓ କାଶ୍ମୀର), ହରିଦ୍ୱାର ଏବଂ ଶ୍ରୀନଗର (ଉତରାଖଣ୍ଡ) ଠାରେ ଏଭଳି ଫିଲ୍ମ ଆପ୍ରିସିଏସନ୍ କୋର୍ସର ଆୟୋଜନ କରିସାରିଛି ବୋଲି ଏହାର ପୁନେସ୍ଥିତ ପ୍ରତିଷ୍ଠାନ  ନିର୍ଦ୍ଦେଶକ  ଭୁପେନ୍ଦ୍ର କେଂଥୋଲା ପ୍ରକାଶ କରିଛନ୍ତି । ଏହି କୋର୍ସ ବିଶିଷ୍ଟ ଚଳଚ୍ଚିତ୍ର ପ୍ରଶିକ୍ଷକ ପଙ୍କଜ ସାକ୍ସେନା, ଯିଏକି ଏଫଟିଆଇଆଇର ଜଣେ ପ୍ରାକ୍ତନ ଛାତ୍ର, ତାଙ୍କ ଦ୍ୱାରା ପରିଚାଳନା କରାଯିବ । ଶ୍ରୀ ସାକ୍ସେନା ଦିଲ୍ଲୀର ଜଣେ ଚଳଚ୍ଚିତ୍ର ନିର୍ମାତା ତଥା ଟେଲିଭିଜନ୍ ପ୍ରୋଗ୍ରାମର୍  । ତାଙ୍କର ପେଶାଦାର ଜୀବନ ପ୍ରାୟ ତିନି ଦଶନ୍ଧିରୁ ଅଧିକ ସମୟ ବ୍ୟାପ୍ତ । ସେ ଡ଼ିସକଭରୀ ଚାନେଲ, ବିବିସି ୱାର୍ଲ୍ଡୱାଇଡ଼ ଚାନେଲ୍, ଲୋକସଭା ଟେଲିଭିଜନ୍ ଏବଂ ଟାଇମ୍ସ ଟେଲିଭିଜନ୍ ପାଇଁ କାର୍ଯ୍ୟ କରିଛନ୍ତି । ଫେବୃୟାରୀ ୨୦, ୨୦୧୮ ତାରିଖ ଦିନ ଏହି ଫିଲ୍ମ ଆପ୍ରିସିଏସନ୍ କୋର୍ସ ସମାପ୍ତ ହେବ ।

 

 

Leave A Reply

Your email address will not be published.