ବର୍ଷା ଯୋଗୁଁ ଡାଳୁଆ ଧାନରେ ଗଜା, ଚିନ୍ତାରେ ଚାଷୀ

0

ବୌଦ୍ଧ(ଶାସକ ପ୍ରଶାସକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜଳସେଚିତ ଅଂଚଳ ହୋଇଥିବା ଡାଳୁଆ ଚାଷର ପାଚିଲା ଧାନ ବିଲରୁ ଅମଳ ନହେଉଣୁ ବର୍ଷା ପାଣି ଖାଇବା ଯୋଗୁଁ ବହୁ ଧାନ ଗଜା ହୋଇଯାଇଥିବା ଦେଖରବାକୁ ମିଳିଥିଲା । ଅପରପକ୍ଷେ ଏହି ଦାନକୁ କିଣିବା ପାଇଁ  ମଣ୍ଡି ଓ ମିଲରସ ମାନେ ରଙ୍କrକ୍ଟ ହେଉନଥିବାରୁ କ୍ଷତିଗ୍ରସ୍ତ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ହାତ ଦେଇ ବସିଥିବା ଦେଖିବାକୁ ମିଳିଛି । ପ୍ରାପ୍ତ ସୂଚନ ଅନୁଯାଇ ହରଭଙ୍ଗା  ବ୍ଲକର ଜଳସେଚିତ ଗ୍ରାମ ଗୁଡିକ ତଥା ଗୋପପୁର, ସୁବୁଳିଆ, ମହାକୁଡପାଲି, କରଡି, ହାଟଗାଁ, ମଙ୍ଗଳପୁର, ସାମ୍ପୋଚ, ଶ୍ୟାମସୁନ୍ଦରପୁର, ପ୍ରଗଳପୁର, କେଳାକଟା, ଘୋରଡା, ମଥୁରା ସମେତ ଆଖପାଖ ପ୍ରାୟ ୧୭ ଟି ଗ୍ରାମର ଚାଷୀମାନେ ୩୪୦ ହେକ୍ଟର ଜମିରେ ଡାଳୁଆ ଧାନ ଚାଷ କରିଥିଲେ । ହେଲେ ଗତ ସପ୍ତାହେ ପୁର୍ବରୁ ହୋଇଥିବା କାଳବୈଶାଖି  ଝଡବର୍ଷାରେ ବିଲରେ ଅମଳ ନହୋଇ ପଡିଥିବା ଅଧିକାଂଶ ଧାନ ସବୁ ଭିଜିଯାଇଥିବା ବେଳେ ସେହି ଧାନ ଗୁଡିକ ଶୁଖାଇବା ସମୟରେ ମୌସୁମି ବର୍ଷା ଆସିଯିବାରୁ ଅଧିକାଂଶ ଧାନରେ ଏବେ ଗଜା ହୋଇଯାଇଥିବା ଦେଖିବାକୁ ମିଳିଛି । ତେଣୁ ଅନ୍ୟ ଉପାୟ ନପାଇ ସେମାନେ ପ୍ରତିଦିନ  ରାସ୍ତା ଉପରେ ଶହ ଶହ କୁଇଣ୍ଟାଲ ଧାନକୁ ଲାଗିପାଟି ପରିଶ୍ରମ କରି ଶୁଖାଉଥିବା ଲକ୍ଷ୍ୟ କରାଯାଇଛି । ଇତି ମଧ୍ୟରେ ସେହି ଦାନକୁ କିଣିବା ପାଇଁ ଧାନମଣ୍ଡି କିମ୍ବା ମିଲରସ କେହି ଆଗ୍ରହ ପ୍ରକାଶ କରୁ ନଥିବା ବେଳେ କ୍ଷତିଗ୍ରସ୍ତ ଚାଷୀ ଚିନ୍ତାରେ ରହିଥିବା ଜିତେନ୍ଦ୍ର ନାଏକ, ପୁରେନ୍ଦ୍ର ନାଏକ, ସୁଧାଂଶୁ ପାତ୍ର, କେଦାର ନାଏକ, କୃଷ୍ଣଚନ୍ଦ୍ର ମହାଲିକ, ଆଶିଶ ପାତ୍ର, ଜୟଦେବ ପାତ୍ର, ଜିତୁ କୁମାର ର୍ତ୍, ନବିନ ନାଏକ, ଗଣେଶ୍ୱର ଭୋକ୍ତା, ନାରାୟଣ ସାହୁ ଓ ଅଚୁ୍ୟତ ଭୋକ୍ତା ଆଦି ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି । ଏ ମ୍ପର୍କରେ ବ୍ଲକ ସହକାରୀ କୃଷି ଅଧିକାରୀ କୃଷ୍ଣଚନ୍ଦ୍ର ବଘାର ଙ୍କୁ ଦୃଷ୍ଟି ଆକର୍ଷଣ କରାଯିବାରୁ ତାଙ୍କ ନିକଟକୁ ସେଭଳି କିଛି ଅଭିଯୋଗ ଆସିନାହିଁ । ଯଦି ଅଭିଯୋଗ ଆସେ ଆମେ ତଦନ୍ତ କରି ଉଚ୍ଚ କର୍ତ୍ତୁପକ୍ଷ ଙ୍କୁ ରିପୋର୍ଟ ଦେଇ ସରକାରୀ ନିୟମ ଆନୁଯାଇ ଯାହା ସହାୟତା ରାଶି ଯୋଗାଇ ଦେବାର ବ୍ୟାବସ୍ଥା ଅଛି ତାହା ପାଇବା ପାଇଁ ବିହିତ ପଦକ୍ଷେପ ନେବୁ ବୋଲି କହିଥିଲେ ।

Leave A Reply

Your email address will not be published.