ସମସ୍ତଙ୍କୁ ଆତ୍ମିୟତା ପୁର୍ଣ ବକ୍ତବ୍ୟରେ ଇମୋସନାଲ କରିଦେଲେ ଜିଲ୍ଲାପାଳ

0

ମୋ ଘର ଆଗରେ ଥିବା ସ୍କୁଲ ନିକଟରେ ପ୍ରଚୁର ମଦ ବେପାର ହେଉଛି : ଜିଲ୍ଲାପାଳ

ଜଗତସିଂହପୁର(ରମେଶ ମହାନ୍ତି)-  “ଆମେ ସମସ୍ତେ ଗୋଟିଏ ଜିଲ୍ଲାବାସୀ । ମୋର ଘର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକ ଶଙ୍ଖେଶ୍ୱର ଗ୍ରାମରେ ।ମୁଁ ତିନି ଦିନ ହେଲା ମୋ ଗ୍ରାମରେ ଥିଲି ସେଠାରେ ତିନିଦିନ ଯାକ ଲାଇନି ନଥିଲା ।ମୋ ଘର ଆଗରେ ଥିବା ସ୍କୁଲ ନିକଟରେ ପ୍ରଚୁର ମଦ ବେପାର ହେଉଛି।ମୋ ନିଜ ଗ୍ରାମର ରାସ୍ତା ଅବସ୍ଥା ଅତ୍ୟନ୍ତ ଖରାପ ,ଏବଂ ମୋ ଗ୍ରାମରେ ବର୍ଷ କୁ ଥରେ ଯାତ୍ରା ହୁଏ ।ତାହାର ଅନୁମତି ପାଇଁ ମୋ ଗାଁ ଲୋକ ୧୦ ଦିନ ଜଗତସିଂହପୁର ଜିଲ୍ଲାପାଳଙ୍କ ଅଫିସକୁ ଦଉଡି ଦୌଡ଼ି ଅନୁମତି ମିଳିପାରେ ନାହିଁ ।ଶେଷରେ ମୁଁ ଏ ଡି ଏମ ଙ୍କୁ କହିବା ପରେ ଅନୁମତି ମିଳେ ।” ଏପରି  ଆତ୍ମିୟତା ପୁର୍ଣ ବକ୍ତବ୍ୟରେ ସମସ୍ତଙ୍କୁ ଇମୋସନାଲ କରିଦେଲେ ଜଗତସିଂପୁର ଜିଲ୍ଲାର ନୂଆ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର
ନୂତନ ଜିଲ୍ଲାପାଳ ଶ୍ରୀ ମହାପାତ୍ର ସୋମବାର ଦିନ କାର୍ଯ୍ୟରେ ଯୋଗଦେବା ଅବସରରେ ଏକ ସୌଜନ୍ୟ ମୂଳକ ସାକ୍ଷାତକାର କରିବା ପାଇଁ କର୍ମଚାରୀମାନଙ୍କୁ  ଜିଲ୍ଲାପାଳଙ୍କ ସଦଦ୍ଭାବନା ସଭାଗୃହକୁ ଡକାଯାଇଥିଲା । ଏଥିରେ ଜିଲ୍ଲାପାଳ ଯୋଗଦେଇ  କହିଲେ ,ମୁଁ ଜିଲ୍ଲାପାଳ ଭାବେ ଯୋଗ ଦେଇଛି ସତ କିନ୍ତୁ ଆମେ ସମସ୍ତେ ଭାଇ ଭାଇ ସମସ୍ତଙ୍କର ସହଯୋଗ ରହିଲେ ସବୁ କାର୍ଯ୍ୟ ଠିକ ଭାବେ ହୋଇପାରିବ । କାର୍ଯ୍ୟ ଯଦି ଠିକ ଭାବରେ ନ ହୁଏ  ପରେ କୌଣସି କଥା ଶୁଣାଯିବ ନାହିଁ । ଯାହାହେଉ ମୋ ଜିଲ୍ଲାବାସୀଙ୍କ ସେବା କରିବା ପାଇଁ ମୋତେ ସୁଯୋଗ ମିଳିଛି  ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.