“ମାନବ ସେବାରୁ ଯେଉଁ ଆନନ୍ଦ ମିଳେ ତାହାର ବିକଳ୍ପ ନାହିଁ”

0 1

ଓଡିଶା ରେଡ଼କ୍ରସ୍ ପକ୍ଷରୁ ବାର୍ଷିକ ପୁରଷ୍କାର ବିତରଣ କାର୍ଯ୍ୟକ୍ରମ

ଭୁବନେଶ୍ୱର(Shasak Prashasak)– ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ଭୁବନେଶ୍ୱର ତରଫରୁ ବାର୍ଷିକ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରାଜଭବନ ସ୍ଥିତ ଅଭିଷେକ ପ୍ରକୋଷ୍ଠରେ  ପାଳିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମକୁ ଓଡିଶାର ରାଜ୍ୟପାଳ ତଥା ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖାର ସଭାପତି ପ୍ରଫେସର ଗଣେସି  ଲାଲ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସେତାଙ୍କ ଅଭିଭାଷଣରେ କହିଲେ ଯେ ରେଡ଼କ୍ରସର  ସ୍ୱେଚ୍ଛାସେବୀ ଭାବେ ପରିଚିତ ହେବା ଆଜିର ସମାଜରେ ଏକ ଗର୍ବ ଓ ଗୌରବର ବିଷୟ ଅଟେ । ରେଡ଼କ୍ରସ୍ ନିଜର କାର୍ଯ୍ୟକ୍ରମକୁ କେବଳସଙ୍କଟାବସ୍ଥା ମୁକାବିଲାରେ ସିମିତ ନରଖି ମନୁଷ୍ୟ ସମାଜର ସମସ୍ତ ଦୁଃଖ  ଦୁର୍ଦଶା ସମୟରେ ନିଜକୁ ସାମିଲ କରିପାରିଛି । ସେ ଆହୁରି ମଧ୍ୟ କହିଲେ ଯେ ମାନବ ସେବାରୁ ଯେଉଁ ଆନନ୍ଦ ମିଳେ ତାହାର ବିକଳ୍ପ ନାହିଁ । ରେଡକ୍ରସ ଏଭଳି ଏକ ଅନୁଷ୍ଠାନ ସେହି ଆନନ୍ଦ ପାଇବାର ସୁଯୋଗ ଦେଇଥାଏ |  ଏହାର ପୁର୍ଣ୍ଣମାତ୍ରାରେ ଲାଭ ଉଠାଇବା ଉଚିତ ।
ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ତଥା ଭାରତୀୟ ରେଡ଼କ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା କାର୍ଯ୍ୟକାରୀ କମିଟିର ଅଧ୍ୟକ୍ଷ  ନବ ଦାସ ତାଙ୍କ ଅଭିଭାଷଣରେ ବିପର୍ଯ୍ୟୟ ପରିଚାଳନା ଓ ବିପଦରେ ଥିବା ଲୋକଙ୍କୁ ସାହାଯ୍ୟ କରୁଥିବା ଓଡିଶା ରେଡ଼କ୍ରସର  କାର୍ଯ୍ୟକ୍ରମକୁ  ପ୍ରସଂଶା କରିଥିଲେ ।
ଅନ୍ୟତମ ଅତିଥି ଭାବେ ଉଚ୍ଚଶିକ୍ଷାମନ୍ତ୍ରୀ ତଥା ଯୁବରେଡକ୍ରସ କାର୍ଯ୍ୟକାରୀ କମିଟି  କମିଟିର ଅଧ୍ୟକ୍ଷ ଡଃ ଅରୁଣକୁମାରସାହୁ ବିଗତ ଫନି ବାତ୍ୟା ସମୟରେ ରେଡକ୍ରସ ସ୍ୱେଚ୍ଛାସେବୀମାନଙ୍କର ସେବା ଅତୁଳନୀୟ ବୋଲି ଉଲ୍ଲେଖ କରିଥିଲେ । ତତ୍ସହିତ ରେଡ଼କ୍ରସର  ବିଭିନ୍ନ କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀମାନଙ୍କର ଅବଦାନକୁ ଭୁୟସୀ ପ୍ରଶଂସାକରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମିର ରଂଜନ ଦାସ ଯୋଗଦେଇ କହିଲେ ରେଡ଼କ୍ରସର  ସ୍ୱେଚ୍ଛାସେବୀ ଭାବେ ପରିଚିତ ହେବା ଆଜିର ସମାଜରେ ଏକ ଗର୍ବ ଓ ଗୌରବର ବିଷୟ ଅଟେ । ରେଡ଼କ୍ରସ୍ କେବଳ  ନିଜର କାର୍ଯ୍ୟକ୍ରମକୁ ସଙ୍କଟାବସ୍ଥା ମୁକାବିଲାରେ ସିମିତ ନରଖି ମନୁଷ୍ୟ ସମାଜର ସମସ୍ତ ଦୁଃଖ  ଦୁର୍ଦଶା ସମୟରେ ନିଜର କାର୍ଯ୍ୟ ଦ୍ୱାରା ନିଜର ପରାକାଷ୍ଠାକୁ ପ୍ରତିପାଦିତ କରିପାରିଛି ।  ରେଡ଼କ୍ରସ୍ ନିଜର କାର୍ଯ୍ୟ ଦ୍ୱାରା ପୃଥିବୀର ସର୍ବବୃହତ ମାନବବାଦୀ ସେବାସଂସ୍ଥା ରୁପେ ପରିଗଣିତହୋଇଛି  ।ଓଡିଶା ରାଜ୍ୟଶାଖାର ଅବୈତନିକ ସଚିବ ମେଜର ଡ. କଳ୍ପନା ଦାସ ଉକ୍ତ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ରେଡ଼କ୍ରସ୍ ତଥା ରେଡ଼କ୍ରସର  ସ୍ୱେଚ୍ଛାସେବୀ ମାନେ କିପରି ସବୁଠି ସମସ୍ତଙ୍କ ପାଇଁ କାର୍ଯ୍ୟ  କରୁଛନ୍ତି ଏହା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହିସଭାରେ ସ୍ୱାଭିମାନର ସାଧାରଣ ସଂପାଦିକା ଡ. ସୃତି ମହାପାତ୍ର ଉପସ୍ଥିତ ଥିଲେ ।

20-06-red.jpg - 72.74 kB
ଏହି କାର୍ଯ୍ୟକ୍ରମରେ ଭାରତୀୟ ରେଡ଼କ୍ରସ ସୋସାଇଟି, ଓଡିଶା ରାଜ୍ୟଶାଖା ପକ୍ଷରୁ ଉଚ୍ଚତର ସାମାଜିକ କାର୍ଯ୍ୟପାଇଁ ପ୍ରଥମ କରି ଦେବଦତ୍ତ ମେମୋରିଆଲ ସମ୍ମାନ ସମ୍ବଲପୁର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଶ୍ରେଷ୍ଠ ରେଡକ୍ରସ ପାଣ୍ଠିସଂଗ୍ରହ ପାଇଁ ୩ ଗୋଟି ଜିଲ୍ଲା ତଥା କେନ୍ଦୁଝର ଜିଲ୍ଲାପାଳ, ଯାଜପୁର ଜିଲ୍ଲାପାଳ, ସମ୍ବଲପୁର ଜିଲ୍ଲାପାଳଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଜୀବନ ବ୍ୟାପିସାଧନ ପାଇଁପୁର୍ବତନ ଓଡିଶାରେଡକ୍ରସସଚିବସ୍ୱର୍ଗତ ରବିରତ୍ନ  ଦାସ, ପ୍ରାକ୍ତନ ମୁଖ୍ୟଶାସନ ସଚିବ ସ୍ୱର୍ଗତ ସୁଧାଂଶୁ ଭୁଷଣ ମିଶ୍ର ଓ ବିଜୟ କୁମାର ସାହୁଙ୍କୁ ମାନପତ୍ରରେ ସମ୍ମାନିତ କରାଯାଇଥିଲା । ଏତଦ୍ ବ୍ୟତିତ ୨୫ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସେମାନଙ୍କୁ ସ୍ୱାବଲମ୍ବୀ ହେବାପାଇଁ ସିଲାଇ ମେସିନ୍, ଗ୍ରାଇଣ୍ଡର, ବାଦ୍ୟ ଯନ୍ତ୍ର, ଆଇମାକ୍ସ ମୋବାଇଲ ସ୍କ୍ରିନ ସେପାରେଟର ଯନ୍ତ୍ର, ଇଲେକ୍ଟ୍ରିକାଲକଟର, ହ୍ଲିଲ ଚେୟାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିପର୍ଯ୍ୟୟ ପରିଚାଳନା ସଂଯୋଜିକା ସୁମିତ୍ରା ତ୍ରିପାଠୀ ପରିଚାଳନା କରିଥିଲେ  ।

Leave A Reply

Your email address will not be published.