ସାମ୍ବାଦିକ କହି ଲୋକଙ୍କୁ ବ୍ଲାକମେଲ କରୁଥିବା ୪ ଦଲାଲ ଗିରଫ

0 1

ବରଗଡ଼- ସାମ୍ବାଦିକ ପରିଚୟ ଦେଇ ବଟି ଆଦାୟ କରୁଥିବା ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବରଗଡ ଟାଉନ ଥାନା ପୁଲିସ । ଏହାସହ ସେମାନଙ୍କ ପାଖରୁ ବୁମ୍, କ୍ୟାମେରା, ପରିଚୟ ପତ୍ର, ମୋବାଇଲ ସହ ନଗଦ ଟଙ୍କା ଜବତ ହୋଇଛି । ବରଗଡ ଅଂଚଳରେ ନିଜକୁ ସାମ୍ବାଦିକ କହି ବିଭିନ୍ନ ଅନୁଷ୍ଠାନ କର୍ମକର୍ତ୍ତାଙ୍କ ଠାରୁ ବଟି ଆଦାୟ କରୁଥିବା ବ୍ୟକ୍ତିମାନେ ହେଉଛନ୍ତି ଉତ୍ତର ପ୍ରଦେଶର ଅନୁଜ ଓଗ୍ରୱାଲ, ବୁଲନ୍ଦର ସହରର ବିଶାଳ ଗମ୍ଭୀର, ଦିଲ୍ଲୀ ଗେଟ୍ ଗାଜିଆବାଦର ଇମ୍ରାନ ଖାନ ଏବଂ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଭାକର ସାହିର ତପନ କୁମାର ସାହୁ ।ଗିରଫ ଅଭିଯୁକ୍ତମାନେ ଗତ ୧୧ ତାରିଖ ଦିନ ବରଗଡ ଜିଲ୍ଲା ଶିଳ୍ପ ତାଲିମ କେନ୍ଦ୍ରକୁ ଆସି କେନ୍ଦ୍ରର ମ୍ୟାନେଜର ମନୋଜ କୁମାର ଶତପଥୀଙ୍କୁ ଭେଟି ସିମେଂଟ ଇଟା ତିଆରି ପାଇଁ କଥାବାର୍ତ୍ତା କରିଥିଲେ । ଏହାସହ ସେନେଇ କିଛି ଟଙ୍କା ତାଙ୍କୁ ଯାଚି ଥିଲେ । ପରେ ସେହି ସମୟର କର୍ଥାବାର୍ତ୍ତକୁ ରେକର୍ଡିଂ କରି ମନୋଜଙ୍କୁ ବ୍ଲାକ ମେଲିଂ କରୁଥିଲେ । ୫ ଲକ୍ଷ ଟଙ୍କା ନଦେଲେ ଭିଡିଓ ଭାଇରାଲ କରିଦେବେ ବୋଲି ଧମକ ଦେଉଥିଲ । ଏନେଇ ମନୋଜ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏହି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

Leave A Reply

Your email address will not be published.