ପ୍ରଥମ ଦଫାରେ ୧୦ଟି ଜିଲ୍ଲାରେ ହେବବିଜ୍ଞାନ ପ୍ରଚାର ସମିତି

0

ଭୁବନେଶ୍ୱର(ଶାସକ ପ୍ରଶାସକ), ଛାତ୍ରଛାତ୍ରୀ ତଥା ଜିଜ୍ଞାସୁମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ସହିତ ପ୍ରତି ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର କିଞ୍ଚାବିଜ୍ଞାନ ପାର୍କ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ରାଜ୍ୟର ୧୦ଟି ଜିଲ୍ଲାରେବିଜ୍ଞାନ ପ୍ରଚାର ସମିତି ଗଠନ କାରାଯିବା ପାଇଁ  ଆଜି ଉପରୋକ୍ତ ମର୍ମରେ ପ୍ରଦତ୍ତ ପ୍ରସ୍ତାବକୁ  ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଅନୁମୋଦନ କରିଛନ୍ତି |
ରାଜ୍ୟସ୍ତରରେ ବିଜ୍ଞାନ ପ୍ରଚାର ସମିତି ରହିଥିବାବେଳେ ଏଣିକି ଜିଲ୍ଲାସ୍ତରରେ ସମିତି ମାନ ଗଠନ କରାଯିବ ବୋଲି କୁହାଯାଇଛି |  ପ୍ରଥମ ପର୍ଯ୍ୟାୟରେ  ୧୦ଟି ଜିଲ୍ଲାରେ ବିଜ୍ଞାନ ପ୍ରଚାର ସମିତି ଗଠିତ ହେବା ସୋସାଇଟି ରେଜିଷ୍ଟ୍ରେସନ୍ ଆକ୍ଟ -୧୮୬୦ ଅନୁସାରେ ସମିତିଗୁଡ଼ିକ ପଞ୍ଜୀକୃତ ହେବା ଏହି ସମିତିରେ ସଂ ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଅଧ୍ୟକ୍ଷ ରହିବେ ଓ ଜିଲ୍ଲା ଶିକ୍ଷା ଅଧିକାରୀ ସଂପାଦକ ଭାବରେ ଦାୟିତ୍ୱ ନିର୍ବାହ କରିବେ |  ଜିଲ୍ଲାସ୍ତରରେ ବିଜ୍ଞାନ ପ୍ରଚାର ସମିତି କାର୍ଯ୍ୟ କରିବା ଫଳରେ ବିଭିନ୍ନ ମହଲରେ ବିଜ୍ଞାନ ସଂପର୍କିତ ଜ୍ଞାନବିନିମୟ ହେବା ସହିତ ବିଜ୍ଞାନ ପ୍ରତି ଆଗ୍ରହ ଓ ଆଦର ବୃଦ୍ଧି ପାଇବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ଆଶା ପ୍ରକାଶ କରିଛନ୍ତିା

Leave A Reply

Your email address will not be published.