ଦୃଢ ଗଣତନ୍ତ୍ରରେ ମତଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ :  ଜିଲ୍ଲାପାଳ

0

 

ଯାଜପୁର/Jayshankar Dash: ଦୃଢ ଓ ପ୍ରଗତିଶୀଳ ଗଣତନ୍ତ୍ର ପାଇଁ ସମସ୍ତ ଭୋଟରଙ୍କ ମତଦାନ ଅତ୍ୟନ୍ତ ଜରୁରୀ ।  ତେଣୁ ନିଜ ସାମ୍ୱିଧାନିକ ଅଧିକାରକୁ ସାବ୍ୟସ୍ତ କରିବା ସହ ଗଣତନ୍ତ୍ରକୁ ସୁଦୃଢ କରିବାକୁ ଜିଲ୍ଲାପାଳ ତଥା ଜିଲ୍ଲା  ନିର୍ବାଚନ ଅଧିକାରୀ ରଂଜନ କୁମାର ଦାସ ଆହ୍ୱାନ ଦେଇଚ୍ଥନ୍ତି ।  ଗୁରୁବାର ପୂର୍ବାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଜିଲ୍ଳ୍ା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ଅଷ୍ଟମ ଜାତୀୟ ମତଦାତା ଦିବସ ପାଳିତ ହୋଇଥିଲା ।  ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ଦାସ ସମ୍ପ୍ରତ୍ତି ମତଦାନ କେନ୍ଦ୍ର ମାନଙ୍କରେ ଭୋଟର ମାନଙ୍କ ଅନୁପସ୍ଥିତ ଗଣତନ୍ତ୍ର ପାଇଁ ନିରାଶଜନକ ହୋଇଚ୍ଥି ବୋଲି କହିଥିଲେ ।  ଗଣତନ୍ତ୍ରରେ ଭୋଟରଙ୍କ ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ।  ଏପରିକି ନିର୍ବାଚନ କମିଶନ ଭୋଟରଙ୍କ ମନ ପସନ୍ଦର ପ୍ରାର୍ଥୀ ନ ମିଳିଲେ ‘ନୋଟା’ ବ୍ୟବହାରର ବ୍ୟବସ୍ଥା କରିଚ୍ଥନ୍ତି ।  ଯେଊଁଥିରେ ଭୋଟର ନିଜର ମନୋନୀତ ପ୍ରାର୍ଥୀ ନାହାଁନ୍ତି ବୋଲି ଅନୁଭବ କଲେ ମଧ୍ୟ ନିଜ ମତ ସାବ୍ୟସ୍ତ କରିବାର ସୁଯୋଗ ଲାଭ କରୁଚ୍ଥନ୍ତି ।  ନୂଆ ଭୋଟର ମାନେ ସେମାନଙ୍କର ଭୋଟ ପରିଚୟ ପତ୍ର ଗୁଡିକୁ ଯତ୍ନ ସହ ରଖିବା ଓ ସଠିକ ଅଚ୍ଥି ନା ନାହିଁ  ଦେଖି ଯଦି ତୃଟି ରହୁଚ୍ଥି ତେବେ ତୁରନ୍ତ ତାହାର ସଂଶୋଧନ କରାଇ ନେବାକୁ ଶ୍ରୀ ଦାସ ପରାମର୍ଶ ଦେବା ସହ ଯୁବ ଭୋଟର ମାନେ ନିଶ୍ଚିତ ନିର୍ବାଚନ ମାନଙ୍କରେ ମତଦାନ ପାଇଁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଥିଲେ ।  ଅତିରିକ୍ତ ଜିଲ୍ଲାପାଳବ୍ରଜବନ୍ଧୁ ଭୋଳ ମତଦାନ ପାଇଁ ପ୍ରତ୍ୟେକ ଆଗଭର ହେବା ଓ ନିଜ ଅଧିକାରରକୁ ସାବ୍ୟସ୍ତ କରିବାର ସୁଯୋଗକୁ ସଦ୍ବ୍ୟବହାର କରିବାକୁ ଅନୁରୋଧ କରିଥିଲେ ।  ଊପଜିଲ୍ଳ୍ାପାାଳ ନାରାୟଣ ଚନ୍ଦ୍ର ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ଏହି ଦିବସରେ ଜିଲ୍ଲା  ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଯୋଗଦେଇ ମତଦାତା ଆମ ଗଣତନ୍ତ୍ର ପାଇଁ ବଡ ଊପଲବ୍ଧି ଓ ଗୈାରବ ବୋଲି ଅଭିହିତ କରିଥିଲେ ।  ଶେଷରେ ଡେପୁଟୀ କଲେକ୍ଟର କାଜଲ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।  ପରେ ଭୋଟର ତାଲିକାରେ ଊଲ୍ଲେଖନୀୟ କାର୍ଯ୍ୟ ପାଇଁ ସୁପରଭାଇଜର  ବି.ଏଲ୍.ଓ. ମାନଙ୍କୁ ସମ୍ୱର୍ଦ୍ଧିତ କରିବା ସହ ପୂର୍ବରୁ ଅନୁଷ୍ଠିତ  ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ନୂଆ ଭୋଟର ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା ।  ଏହି ଅବସରରେ ଜିଲ୍ଳ୍ାପାଳ ସମସ୍ତଙ୍କୁ ମତଦାତା ଦିବସର ଶପଥପାଠ କରାଇଥିଲେ ।   ସକାଳୁ ଭୋଟର ସଚେତନତା  ସଂପର୍କରେ ଏକ ଶୋଭାଯାତ୍ରା ସର୍କିଟ୍ ହାଊସ୍ ଠାରୁ ବାହାରି ସହର ପରିକ୍ରମା କରି ସଂସ୍କୃତି ଭବନ ଠାରେ ପହଞ୍ଚିଥିଲା ।  ଏହି କାର୍ଯ୍ୟକ୍ରମରେ ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ର, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଚ୍ଥାତ୍ର ଚ୍ଥାତ୍ରୀ ଯୋଗ ଦେଇଥିଲେ ।  ନିର୍ବାଚନ ବିଭାଗର ମୁଖ୍ୟ କିରାଣୀ ଅଲେଖ ମହାରଣା, କର୍ମଚାରୀ ପଦ୍ମନାଭ ଦାଶ, ଅଜୟ କୁମାର ମହାପାତ୍ର, ସୁବାସ କୁମାର ପଣ୍ଡା, ହରିଶ ହାଇବ୍ରୁ, ପ୍ରସନ୍ନ କୁମାର ସାହୁ, ସସ୍ମିତା ବେହେରା ପ୍ରମୁଖ କାର୍ଯ୍ୟରେ ସହଯୋଗ କରିଥିଲେ ।  

Leave A Reply

Your email address will not be published.