ରାସଗୋବିନ୍ଦପୁର ୧୬/୧୧ : ସୋମବାର ରାସଗୋବିନ୍ଦପୁର ପ୍ରେସ କ୍ଲବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବିନୋଦ ବିହାରୀ ଆଞ୍ଚଳିକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ବସନ୍ତ କୁମାର ମହାନ୍ତ, ମୁଖ୍ୟବକ୍ତା ଭାବେ ଶିକ୍ଷକ ସଂଘର ସଭାପତି କ୍ଷେତ୍ରମୋହନ ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ। ଅତିଥି ମାନେ ନିଜ ଅଭିଭାଷଣରେ ସାମ୍ବାଦିକତା କେବଳ ଖବର ପରିବେଷଣ ନୁହେଁ,ବରଂ ଜନସାଧାରଣଙ୍କ ସମସ୍ୟାକୁ ଲୋକ ଲୋଚନକୁ ଆଣିବା ଓ ଅନ୍ୟାୟ ବିରୋଧରେ ସ୍ୱରଉତ୍ତୋ ଳନ କରିବାର ଏକ ମାଧ୍ୟମ ବୋଲି ମତ ପ୍ରକାଶ କରିଥିଲେ।କାର୍ଯ୍ୟ କ୍ରମରେ ପ୍ରେସ କ୍ଲବର ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ମହାନ୍ତି, ସରପଞ୍ଚ ସୁଧାଂଶୁ ନାଏକ, ଲକ୍ଷ୍ମୀ ହାଁସଦାଙ୍କ ସମେତ ଅନ୍ୟ ସମ୍ମାନିତ ଅତିଥିମାନେ ଯୋଗଦେଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭାପତି ଅଶୋକ କୁମାର ମହାନ୍ତି ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିବା ବେଳେ ସମ୍ପାଦକ ସତ୍ୟବ୍ରତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ରାସଗୋବିନ୍ଦପୁର ସମସ୍ତ ସାମ୍ବାଦିକ ଉପସ୍ଥିତ ରହି ସୁଚାରୁ ରୂପେ ପାରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.