ମହାପୁରୁଷଙ୍କ ଜୀବନୀ ଆଗାମୀ ପିଢୀର ଯୁବକ ଯୁବତୀମାନଙ୍କୁ ନିଶ୍ଚିତ ଭାବେ ଉତ୍ସାହିତ କରିବ ରାଜ୍ୟ By SPNEWS On Jan 26, 2018 0 Share ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ । ବାରିପଦାରୁ ଦିଲ୍ଲୀପ ମହାନ୍ତି – ମହାରାଜପୁରସ୍ଥିତ ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟ ପରିସରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ହୋଇଯାଇଛି । ଇତିହାସ ବିଭାଗ ଆନୁକୂଲ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଉଦ୍ଭିଦ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଶତାବ୍ଦୀକା ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ । ଇତିହାସ ବିଭାଗର ମୁଖ୍ୟ ବିଜୟା ନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୀବନୀ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସଭାପତି ପ୍ରଦୀପ କୁମାର ନାୟକ ଏହି ମହାପୁରୁଷ ଦ୍ୱୟଙ୍କ ଜୀବନୀ ଆଗାମୀ ପିଢୀର ଯୁବକ ଯୁବତୀମାନଙ୍କୁ ନିଶ୍ଚିତ ଭାବେ ଉତ୍ସାହିତ କରିବ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାରିପଦାର ପୂର୍ବତନ ବିଧାୟକ ତଥା ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମ୍ୟାନେଜମେଣ୍ଟର ପରିଚାଳନା କମିଟିର ଅଧ୍ୟକ୍ଷ କିଶୋର ଦାଶ ଯୋଗ ଦେଇ ମହାନ ସଂଗ୍ରାମୀ ଦ୍ୱୟ ଆଗାମୀ ସହସ୍ର ବର୍ଷ ନିମନ୍ତେ ସମଗ୍ର ଭାରତକୁ ନିଜର ବଳିଷ୍ଠ ବ୍ୟକ୍ତିତ୍ୱ ମାଧ୍ୟମରେ ଆଲୋକ ବର୍ତ୍ତିକା ଭଳି ସଂଗ୍ରାମର ବହ୍ନି ପ୍ରଜ୍ୱଳିତ କରିବା ନିମନ୍ତେ ଯୁବ ସମାଜର ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବରେ ବେତନଟୀ ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକ ଶ୍ରୀନିବାସ ଭଞ୍ଜ ଯୋଗଦେଇ ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ଜୀବନୀ ସମ୍ପର୍କରେ ଅନୁଶୀଳନାତ୍ମକ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବେ ବଳାଙ୍ଗୀ ମହୋତ୍ସବର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ ଯୋଗ ଦେଇ ଆଜିର ସମୟରେ ସୁଭାଷ ଚନ୍ଦ୍ର ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜୀବନୀ ବଳିଷ୍ଠ ପ୍ରେରଣାର ସ୍ରୋତ ବୋଲି ମତବ୍ୟକ୍ତ କରିବା ସହ ଯୁବଶକ୍ତି ଏହାକୁ କାର୍ଯ୍ୟରେ ଲଗାଇବାକୁ ଆହ୍ୱାନ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ରୂପେ ମୟୂରଭଞ୍ଜ +୨ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷା ସଂଘମିତ୍ରା ରାଉତ ନିଜର ମତବ୍ୟକ୍ତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ରୂପେ ରାଇରଙ୍ଗପୁର ମହାବିଦ୍ୟାଳୟର ଇଂରାଜୀ ବିଭାଗର ମୁଖ୍ୟ ଅଧ୍ୟାପକ ସୁନୀଲ ଜେନା ମହାନ ସଂଗ୍ରାମୀଙ୍କର ଜୀବନି ପାଳନର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ କୁମାରେଶ ନାୟକ ନେତାଜୀ ଓ ସୁରେନ୍ଦ୍ର ସାଏ ଦୁଇ ସର୍ବଜନବିଦିତ ବ୍ୟକ୍ତିତ୍ୱ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ମଦନ ମୋହନ ସାହୁ, ମୀରା ସେନାପତି, ପଞ୍ଚାନନ ସାହୁ, ଗଣେଶ ଚନ୍ଦ୍ର ପରିଡା, ଅମୀର ମଲ୍ଲିକ, ଅଭିଜିତ ପାତ୍ର, ବିବେକ ବେହେରା, ସୀମା ଦାସ, ତନୁଶ୍ରୀ ପାଣ୍ଡେ ପ୍ରମୁଖ ସହଯୋଗ କରିଥିଲେ । ସର୍ବଶେଷରେ ଛାତ୍ରୀ ତେଜସ୍ୱିନୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । 0 Share FacebookTwitterGoogle+ReddItWhatsAppPinterestEmail