ଆନନ୍ଦପୁର: କେନ୍ଦୁଝର ଜିଲାରେ ଛାତ୍ର ସଂସଦ ନିର୍ବାଚନ ଶେଷ ହୋଇଥିବା ବେଳେ ଆନନ୍ଦପୁର ଉପଖଣ୍ଡର ପ୍ରମୁଖ ଶାଳପଡ଼ା କନକ ମଂଜରୀ ମହିଳା ମହାବିଦ୍ୟାଳୟର ଚଳିତବର୍ଷ ନିର୍ବାଚନ ଓ ଫଳାଫଳକୁ ନେଇ ସମଗ୍ର ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ନିର୍ବାଚନ ଶେଷ ହୋଇଥିବା ବେଳେ ଏହାର ଫଳାଫଳ ପୋଷ୍ଟମର୍ଟମ ଜିଲା ରାଜନୈତିକ ସମୀକରଣରେ ପରିବର୍ତନର ଆଭାସ ସାମ୍ନାକୁ ଆସିଛି । ଫଳାଫଳ ଅନୁଯାୟୀ ବିଜେଡି ନିର୍ବାଚନରେ ବାଜିମାତ କରିଥିବା ବେଳେ ସନାସେନା କଡ଼ା ଟକ୍କର ଦେଇଥିଲା, ଯେଉଁଠି , ମନ୍ତ୍ରୀ ପରିବାରର ଆତଙ୍କରାଜ ଆଗରେ କେହି ମୁହଁ ଖୋଲିବାକୁ ସାହସ kariparunathile। ସେହିପରି ପ୍ରଥମକରି ପ୍ରାର୍ଥୀ ଦେଇଥିବା ବିଜେପି ଏହି ନିର୍ବାଚନରେ ତୃତିୟ ସ୍ଥାନରେ ରହି ଏକ ପ୍ରକାର ସତ୍ତ୍ୱହୀନ ହୋଇଯାଇଛି । ଯଦିଓ ନିର୍ବାଚନରେ ଶାସକ ବିଜେଡି ବ୍ୟାପକ ଜାଲିଆତି କରି ବିଜୟ ଲାଭ କରିଥିବା ଅଭିଯୋଗ ଆସିଛି କିନ୍ତୁ ପୁରା ନିର୍ବାଚନ ପ୍ରକ୍ରିୟାରେ ବିଜେଡି, ବିଜେପି ଓ ସନାସେନାର ଅସ୍ତିତ୍ୱ ମଧ୍ୟ ପଦାକୁ ଆସିଛି । ଗୋଟିଏ ଛାତ୍ର ସଂସଦ ନିର୍ବାଚନକୁ ବିଜେଡି ଯେଉଁଭଳି ଢଙ୍ଗରେ ଲଢିଲା ତାହା ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପରିକି ପରାଜୟ ଭୟ ତଥା ନିଜ ସମ୍ମାନ ବଂଚାଇବାକୁ ଯାଇ ଏହି ନିର୍ବାଚନରେ ଖୋଦ ଜିଲାର ବିଜେଡି କରିତକରମା ବୋଲାଉଥିବା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଓ ତାଙ୍କର ଦୁଇ ସୁପୁତ୍ର ନିଜେ ନିର୍ବାଚନର ମଙ୍ଗ ଧରିବା ଏବଂ ନିର୍ବାଚନ ଦିନ କଲେଜ ସମ୍ମୁଖ ରାସ୍ତାରେ ହଜାର ହଜାର ସମର୍ଥକଙ୍କ ସହ ଡେରା ପକେଇ ବସି ରହିବା ବିଜେଡିର ଅସହାୟତାକୁ ପଦାରେ ପକାଇ ଦେଇଥିଲା । ଘସିପୁରା ନିର୍ବାଚନ ମଣ୍ଡଳୀର ତଳସ୍ତରର କର୍ମୀଙ୍କ ଠାରୁ ଆରମ୍ଭ କରି ଖୋଦ ମନ୍ତ୍ରୀ ଓ ତାଙ୍କ ଦୁଇ ପୁଅ ସକାଳ୯ଟାରୁ ରାତି ୮ଟା ପର୍ଯ୍ୟନ୍ତା କଲେଜ ପାଶ୍ୱର୍ରେ ଡେରା ପକାଇବା ଘଟଣା କୌଣସି ଛାତ୍ର ସଂସଦ ନୁହଁ ବରଂ ସାଧାରଣ ନିର୍ବାଚନର ଭ୍ରମ ସୃଷ୍ଟି କରିଥିଲା । ତେବେ ବିଜେଡିକୁ ନିର୍ବାଚନରେ ଟକ୍କର ଦେବା ପାଇଁ ସନାସେନା ମଧ୍ୟ ବେଶି ପଛରେ ରହି ନଥିଲା । ସନାସେନାର ୫ଶହରୁ ଉଦ୍ଧ୍ୱର୍ କର୍ମୀ ମଧ୍ୟ କଲେଜ ନିକଟରେ ଉପସ୍ଥିତ ରହି ବିଜେଡି ରଣନୀତିର ମୁକାବିଲା କରିଥିଲେ । ଏପରିକି ପୋଲିସ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମଧ୍ୟରେ ବାକଯୁଦ୍ଧ ଠାରୁ ଆରମ୍ଭ କରି ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା । ତେବେ ଏସବୁ ଭିତରେ ବିଜେପିର ଭୂମିକାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ପୂର୍ବରୁ କେବେ ଏହି କଲେଜରେ ବିଜେପି ପ୍ରାର୍ଥୀ ଦେଇ ନଥିବା ବେଳେ ଚଳିତବର୍ଷ ପ୍ରଥମ କରି ଦଳ ପ୍ରାର୍ଥୀ ଦେବା ଘଟଣା ସମସ୍ତଙ୍କୁ ଚକିତ କରିଥିଲା । ଯଦିଓ ଦଳ ପକ୍ଷରୁ ପ୍ରାର୍ଥୀ ଦିଆଯାଇଥିବା ନେଇ କୌଣସି ବିଧିବଧ ସୂଚନା ଦିଆଯାଇ ନାହିଁ । ତଥାପି କଂଗ୍ରେସ ଛାଡ଼ି ନୂଆକରି ଦଳରେ ସାମିଲ ହୋଇଥିବା ନେତା ପୃଥ୍ୱୀରାଜ କୂଅଁରଙ୍କ ନେତୃତ୍ୱରେ କନକ ମଂଜରୀ ମହିଳା ମହାବିଦ୍ୟାଳୟରେ ଚଳିତ ଛାତ୍ର ସଂସଦ ନିର୍ବାଚନରେ ପ୍ରର୍ଥୀ ଦିଆଯିବା ଘଟଣା କାହାରିକୁ ଅଛପା ନାହାଁ । ତେବେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏହି କଲେଜରେ ପୃଥ୍ୱୀରାଜଙ୍କ ପ୍ରାର୍ଥୀ ଦେବା ନିଶାକୁ ନେଇ ଏବେ ରାଜନୈତିକ ମହଲରେ ଭିନ୍ନ ଭିନ୍ନ ଆଲୋଚନା ହେଉଛି । ବିଜେଡି ବିରୋଧୀ ଭୋଟକୁ ଭାଙ୍ଗିବା ପାଇଁ ଏବଂ ବିଜେଡିକୁ ପରୋକ୍ଷରେ ଫାଇଦା ଦେବାକୁ ଯାଇ ଏହା ଏକ ସୁଚିନ୍ତିତ ରଣନୀତି ବୋଲି କୁହାଯାଉଛି । ତେବେ ପ୍ରାର୍ଥୀ ଦେଇ ବିଜେପି ଯେଉଁ ଢଙ୍ଗରେ ନିର୍ବାଚନ ଲଢିଲା ତାହାକୟ ନେଇ ମଧ୍ୟ ସନ୍ଦେହ ଘନିଭୂତ ହୋଇଛି । ନିର୍ବାଚନ ଦିନ କଲେଜ ସମ୍ମୁଖରେ ମନ୍ତ୍ରୀ ଓ ସେମାନଙ୍କ ପୁଅଙ୍କୁ ଟକ୍କର ଦେବା ପାଇଁ ପୌରଉପାଧ୍ୟକ୍ଷ ତଥା ସନାସେନା ମୁଖ୍ୟ ସୁରେଶ ସାହୁ ନିଜ ସମର୍ଥକଙ୍କ ସହ ଉପସ୍ଥିତ ଥିଲେ । ଏପରିକି ବିଜେଡି ଓ ସନାସେନା ସମର୍ଥକ ବିଭିନ୍ନ ସମୟରେ ମୁହାଁମୁହିଁ ହେଉଥିବା ବେଳେ ବିଜେପିର ହାତଗଣତି ଜଣେ ଦୁଇ ଜଣ କର୍ମୀଙ୍କୁ ଛାଡ଼ି ଦେଲେ ତଥାକଥିତ ନେତା ମଧ୍ୟ ସେଠାକୁ ମାଟି ମାଡ଼ି ନଥିଲେ । ସେହିପରି ନିର୍ବାଚନରେ ଜାଲିଆତି ହୋଇଥିବା ପ୍ରସଙ୍ଗରେ ସନାସେନା ଆନ୍ଦଳନାତ୍ମକ ପନ୍ଥା ଗ୍ରହଣ କରିବା ସହ ଏହାର ପ୍ରତିବାଦ କରିଥିବା ବେଳେ ଉକ୍ତ ପ୍ରସଙ୍ଗରେ ବିଜେପିର ନିରବତା ମଧ୍ୟ ବହୁ ପ୍ରଶ୍ନ ସୃଷ୍ଟି କରିଛି । ସମଗ୍ର ରାଜ୍ୟରେ ସଂନ୍ଧ୍ୟାସୁଧା ଭୋଟ ଗଣତି ପରେ ଫଳାଫଳ ଘୋଷଣା କରାଯାଇଥିବା ବେଳେ ଉକ୍ତ କଲେଜରେ ଫଳାଫଳ ଘୋଷଣା ରାତି ପ୍ରାୟ ୯ଟା ହୋଇଯାଇଥିଲା । ଜାଲିଆତି ଉଦେଶ୍ୟରେ ଜାଣିଶୁଣି ଶାସକ ଦଳ ତଥା ମନ୍ତ୍ରୀଙ୍କ ଚାପରେ ଏଭଳି କରାଯାଇଥିବା ଅଭିଯୋଗ ହୋଇଛି । ସେହିପରି ଭୋଟବାକ୍ସ ଗୁଡ଼ିକୁ ଗଣତିକେନ୍ଦ୍ରକୁ ନିଆଯିବା ପରିବର୍ତ୍ତେ କଲେଜ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ନିଆଯିବା ଘଟଣା ଜାଲିଆତି ସନଦେହକୁ ଅଧିକ ଘନିଭୁତ କରିଛି । ଏନେଇ ସନାସେନା ସମର୍ଥିତ ପ୍ରାର୍ଥୀମାନେ ଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ।
ଆନନ୍ଦପୁର ପୂର୍ତ୍ତ ବିଭାଗରେ ଦୁର୍ନିତୀ
ଠିକାଦାର ମାଳମାଳ, କାମ ଦୁର୍ବଳ (ଫଟୋ ଅଛି)
ଆନନ୍ଦପୁର: ପୂର୍ତ ବିଭାଗରେ ଅଧିକ ପିସି କାରବାର ହେଉଥିବା ବିରୋଧୀଙ୍କ ଅଭିଯୋଗ ସ୍ଥାନୀୟ ଅଂଚଳରେ ସତ୍ୟ ପ୍ରମାଣିତ ହୋଇଛି । ଏହି ସପ୍ତାହରେ ହଠାତ୍ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଡାକ୍ତରଖାନାରେ ଚାରିଆଡେ ପୂର୍ତ ବିଭାଗ ଅଧିନସ୍ଥ ରାସ୍ତା ଓ ଗୃହନିର୍ମାଣ ବିଭାଗ ପକ୍ଷରୁ ମରାମତି କାମ ଆରମ୍ଭ ହେବା ଘଟଣା ବିଭାଗର ଦୁର୍ନିତୀକୁ ପଦାରେ ପକାଇଛି । ନାଁ କୌଣସି ଏଷ୍ଟିମେଟ, ନାଁ କୌଣସି ଏଗ୍ରିମେଣ୍ଟରେ ତରବରିଆ ଭାବେ ଲକ୍ଷଲକ୍ଷ ଟଙ୍କାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ତାହା ପୁଣି ସମ୍ବେଦନଶୀଳ ଉପଖଣ୍ଡ ଡାକ୍ତରଖାନାରେ । ଡାକ୍ତରଖାନା ଭଳି କୌଣସି ଗୁରୁତ୍ୱପୁର୍ଣ୍ଣ ସରକାରୀ ପ୍ରତିଷ୍ଠାନରେ କୌଣସି ନିର୍ମାଣ କାର୍ଯ୍ୟ ହେବାର ଥିଲେ ଯେପରି ରୋଗୀ ସେବା ବ୍ୟାହତ ନ ହୁଏ ସେ ନେଇ ଦୃଷ୍ଟି ଦିଆଯିବା ଏବଂ ସ୍ୱତନ୍ତ୍ର ନୀତି ନିର୍ଦ୍ଧାରଣର ଆବଶ୍ୟକତା ରହିଛି । ମାତ୍ର ଆନନ୍ଦପୁର ପୂର୍ତ୍ତ ବିଭାଗ ଶାସକ ଦଳ ଚାପରେ ତରବରିଆ ଭାବେ ଲକ୍ଷଲକ୍ଷ ଟଙ୍କାର ନିର୍ମାଣ କାର୍ଯ୍ୟ ପାଇଁ ଅଲିଖିତ ଅଘୋଷିତ ନିର୍ଦେଶନାମା ଜାରି କରିଥିବା କୁହାଯାଉଛି । ଫଳରେ ଏବେ ଡାକ୍ତରଖାନାର ଓଟି ଠାରୁ ଆରମ୍ଭ କରି ଆଉଟ୍ ଡୋର ଯେଉଁଆଡେ ଦେଖିଲେ ଖୋଳାଖୋଳି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ରୋଗୀ ସେବା ବୁହୁମାତ୍ରାରେ ବ୍ୟାହତ ହୋଇଥିବା ଦେଖିବାକୁ ମିଳିଛି । ଏବେ ଡାକ୍ତରଖାନାରେ ଷ୍ଟାଫଙ୍କ ତୂଳନାରେ ଅଧିକ ଠିକାଦାରଙ୍କୁ ଦେଖିବାକୁ ମିଳୁଛି । ଅନଭିଜ୍ଞ ଓ ଅଣଠିକାଦାରମାନଙ୍କୁ ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ସଂପାଦନ କରିବା ପାଇଁ ଅଲିଖିତ ନିର୍ଦେଶ ଦିଆଯାଇଥିବା ଜାଣିବାକୁ ମିଳୁଛି । ତେଣୁ ବିନା ଯୋଜନା ଓ ଡିଜାଇନରେ ତରବରିଆ ଭାବେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ କାମର ମାନ ଅତିନିମ୍ନମାନର ବୋଲି ଅଭିଯୋଗ ହୋଇଛି । ବର୍ତାମାନ ଏହି ମୁଖ୍ୟ ଡାକ୍ତରଖାନାର ସମସ୍ତ ୱାର୍ଡ, ଆଉଟଡୋର ଓ ଚତୁଃପାଶ୍ୱର୍ ଇଟା, ବାଲି, ସିମେଂଟ ଓ ଠିକାଦାରଙ୍କ ନିର୍ମାଣ ସାମଗ୍ରୀରେ ଭର୍ତି ହୋଇଥୀବାରୁ ରୋଗୀସେବା ବ୍ୟାହତ ହୋଇଛି । ଏପରିକି ଏହିନିର୍ମାଣ କାର୍ଯ୍ୟ ଯୋଗୁଁ ଗୁରୁତର ଅସୁସ୍ଥ ଥିବା ରୋଗୀଙ୍କ ଜୀବନ ପ୍ରତିମଧ୍ୟ ବିପଦ ସୃଷ୍ଟି ହୋଇଛି । ତରବରିଆ ଭାବେ ଡାକ୍ତରଖାନା ପରିସରର ଅଧିକାଂଶ ବିଭାଗରେ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ରୋଗୀ ସେବା ଏକ ପ୍ରକାରର ବ୍ୟାହତ ହୋଇଥିବା ପରିଲକ୍ଷିତ ହେଉଛି । ଏପରିକି ଆଉଟ୍ଡୋରକୁ ଅସ୍ଥାୟୀ ଭାବେ ଉପଖଣ୍ଡ ଚିକିସôାଧୀକାରୀଙ୍କ ପ୍ରକୋÂକୁ ମଧ୍ୟ ସ୍ଥାନାନ୍ତର କରାଯାଇଛି । ମାତ୍ର କିଛି ମାସ ତଳେ ଯେଉଁ ଯେଉଁ ଯାଗାରେ ନିର୍ମାଣ କାର୍ଯ୍ୟ ହୋଇଥିଲା ଏବେ ସେହି ସ୍ଥାନରେ ପୁଣି ଥରେ ମରାମତି କରାଯାଉଥିବା ଦେଖିବାକୁ ମିଳିଛି । ତେବେ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ବିଷୟ ଏହି କି ଯେ, ଏହି ସବୁ ମରାମତି କାର୍ଯ୍ୟର ତଦାରଖ ତ ଦୂରର କଥା ନିର୍ମାଣସ୍ଥଳରେ ଯନ୍ତ୍ରୀଙ୍କ ଦେଖା ମଧ୍ୟ ମିଳୁ ନାହିଁ । ତେଣୁ ଅଧିକାରୀ-ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ସରକାରୀ ଅନୁଦାନକୁ ହରିଲୁଟ୍ କରିବା ଲାଗି ବ୍ୟାପକ ପିସି କାରବାର ହେଉଥିବା ଅଭିଯୋଗ ହୋଇଛି । ଏନେଇ ଖୁବଶୀଘ୍ର ଜିଲ୍ଲାପାଳ, ଭିଜିଲାନ୍ସ ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ଆନନ୍ଦପୁର ପୌରଉପାଧ୍ୟକ୍ଷ ତଥା ବିକାଶ ପରିଷଦ ସଭାପତି ସୁରେଶ ସାହୁ ସୂଚନା ଦେଇଛନ୍ତି ।