ମହିଳା କମିସନ ବିଜେଡି ସରକାରଙ୍କ ଏଜେଣ୍ଟ :ଲେଖାଶ୍ରୀ, ଜଗତସିଂହପୁର ଏସପିଙ୍କୁ ବ୍ୟକ୍ତିଗତ ହାଜର ହେବା ପାଇଁ ଜାତୀୟ ମହିଳା କମିଶନଙ୍କ ନୋଟିସ , ଅକ୍ଟୋବର ୧୧ରେ ହାଜର ହେବାକୁ ନିର୍ଦେଶ
ଭୁବନେଶ୍ୱରରୁ ଗୋବିନ୍ଦ ପଣ୍ଡା : ରାଜ୍ୟ ମହିଳା କମିଶନ ମହିଳାଙ୍କ ସ୍ୱାର୍ଥପାଇଁ କାମ କରୁନାହାନ୍ତି…….? ବିଜୁ ଜନତା ଦଳର ଏଜେଣ୍ଟ ଭାବେ କାମ କରୁଛନ୍ତି ମହିଳା କମିସନ ।` ମହିଳା କମିସନ ଅଧ୍ୟକ୍ଷା ଡ଼କ୍ଟର ଲୋପାମୁଦ୍ରା ବକ୍ସିପାତ୍ର ଓ ଅନ୍ୟ ସଦସ୍ୟଙ୍କ କାର୍ଯ୍ୟଶୈଳୀ ଉପରେ ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସମନ୍ତସିଂହାର। ସୂଚନାଯୋଗ୍ୟ ଯେ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ରଙ୍କ ଭଉଣୀ ହେଉଛନ୍ତି ମହିଳା କମିସନ ଅଧ୍ୟକ୍ଷା ଡ଼କ୍ଟର ଲୋପାମୁଦ୍ରା ବକ୍ସିପାତ୍ର ।
ଲେଖାଶ୍ରୀ ସାମନ୍ତସିଂହାରଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ ସମୟରେ ତାଙ୍କୁ ଦାବି ପତ୍ର ଦେଇ ଶାସକ ବିଜେଡି ଦଳର ଶାରୀରିକ ଓ ମାନସିକ ନିର୍ଯ୍ୟାତନାର ଶୀକାର ହୋଇଥିବା ଜଗତସିଂହପୁର ଜିଲ୍ଲା ଏରସମା ଅଂଚଳର ପାର୍ବତୀ ସାସମଲଙ୍କ ମାମଲାରେ ଜଗତସିଂହପୁର ଏସପିଙ୍କୁ ସମଲେଖାଶ୍ରୀ ସାମନ୍ତସିଂହାରନ କରିଛନ୍ତି ଜାତୀୟ ମହିଳା କମିଶନ । ଆସନ୍ତା ଅକ୍ଟୋବର ୧୧ ତାରିଖ ଅପରାହ୍ନରେ ବ୍ୟକ୍ତିଗତ ଭାବେ କମିଶନଙ୍କ ଆଗରେ ହାଜିର ହେବା ପାଇଁ କମିଶନ ନୋଟିସ ଦେଇଛନ୍ତି । ରାଜ୍ୟ ପୋଲିସ ପ୍ରଶାସନର ସରକାରୀ ଦଳର ହାତବାରିସୀ ହୋଇ କାମ କରୁଥିବାର ବିଜେପି କରିଥିବା ଅଭିଯୋଗ ଉପରେ ସାମ୍ବିଧାନିକ ସଂସ୍ଥା ଜାତୀୟ ମହିଳା କମିଶନ ମୋହର ଲଗାଇଛନ୍ତି ବୋଲି କହିଛନ୍ତି । ଲେଖାଶ୍ରୀ କହିଛନ୍ତି ଯେ ଜଣେ ଛେଳି ଚରାଳୀ ଗରୀବ ମହିଳା ପ୍ରଧାନମନ୍ତ୍ରୀଙ୍କୁ ଦାବି ପତ୍ର ଦେବା କାରଣରୁ ସ୍ଥାନୀୟ ବିଜେଡି ନେତା ମାନେ ପାର୍ବତୀ ସାସମଲଙ୍କ ପରିବାର ସମେତ ପାଖ ପଡିଶାର ଲୋକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ ।
ପୋଲିସ ପ୍ରଶାସନ ସରକାରୀ ଦଳର ହାତବାରିସୀ ହୋଇଥିବା ବେଳେ ରାଜ୍ୟ ମହିଳା କମିଶନ ମହିଳାଙ୍କ ସମ୍ମାନ ଓ ଆଇନଗତ ଅଧିକାରକୁ ସୁରକ୍ଷା ଦେବା ବଦଳରେ ନୀରବଦ୍ରଷ୍ଟା ହେବା ରାଜ୍ୟ ମହିଳା କମିଶନ ନିଜର ସାମ୍ବିଧାନିକ ଦାୟିତ୍ୱ ପାଳନ କରୁ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।