ଆନନ୍ଦପୁର ପୂର୍ତ୍ତ ବିଭାଗରେ ଦୁର୍ନିତୀ, ଠିକାଦାର ମାଳମାଳ, କାମ ଦୁର୍ବଳ 

0

 

ଆନନ୍ଦପୁର: ପୂର୍ତ ବିଭାଗରେ ଅଧିକ ପିସି କାରବାର ହେଉଥିବା ବିରୋଧୀଙ୍କ ଅଭିଯୋଗ ସ୍ଥାନୀୟ ଅଂଚଳରେ ସତ୍ୟ ପ୍ରମାଣିତ ହୋଇଛି । ଏହି ସପ୍ତାହରେ ହଠାତ୍ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଡାକ୍ତରଖାନାରେ ଚାରିଆଡେ ପୂର୍ତ ବିଭାଗ ଅଧିନସ୍ଥ ରାସ୍ତା ଓ ଗୃହନିର୍ମାଣ ବିଭାଗ ପକ୍ଷରୁ ମରାମତି କାମ ଆରମ୍ଭ ହେବା ଘଟଣା ବିଭାଗର ଦୁର୍ନିତୀକୁ ପଦାରେ ପକାଇଛି । ନାଁ କୌଣସି ଏଷ୍ଟିମେଟ, ନାଁ କୌଣସି ଏଗ୍ରିମେଣ୍ଟରେ ତରବରିଆ ଭାବେ ଲକ୍ଷଲକ୍ଷ ଟଙ୍କାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ତାହା ପୁଣି ସମ୍ବେଦନଶୀଳ ଉପଖଣ୍ଡ ଡାକ୍ତରଖାନାରେ । ଡାକ୍ତରଖାନା ଭଳି କୌଣସି ଗୁରୁତ୍ୱପୁର୍ଣ୍ଣ ସରକାରୀ ପ୍ରତିଷ୍ଠାନରେ  କୌଣସି ନିର୍ମାଣ କାର୍ଯ୍ୟ ହେବାର ଥିଲେ ଯେପରି ରୋଗୀ ସେବା ବ୍ୟାହତ ନ ହୁଏ ସେ ନେଇ ଦୃଷ୍ଟି ଦିଆଯିବା ଏବଂ ସ୍ୱତନ୍ତ୍ର ନୀତି ନିର୍ଦ୍ଧାରଣର ଆବଶ୍ୟକତା ରହିଛି । ମାତ୍ର ଆନନ୍ଦପୁର ପୂର୍ତ୍ତ ବିଭାଗ ଶାସକ ଦଳ ଚାପରେ ତରବରିଆ ଭାବେ ଲକ୍ଷଲକ୍ଷ ଟଙ୍କାର ନିର୍ମାଣ କାର୍ଯ୍ୟ ପାଇଁ ଅଲିଖିତ ଅଘୋଷିତ ନିର୍ଦେଶନାମା ଜାରି କରିଥିବା କୁହାଯାଉଛି । ଫଳରେ ଏବେ ଡାକ୍ତରଖାନାର ଓଟି ଠାରୁ ଆରମ୍ଭ କରି ଆଉଟ୍ ଡୋର ଯେଉଁଆଡେ ଦେଖିଲେ ଖୋଳାଖୋଳି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ରୋଗୀ ସେବା ବୁହୁମାତ୍ରାରେ ବ୍ୟାହତ ହୋଇଥିବା ଦେଖିବାକୁ ମିଳିଛି । ଏବେ ଡାକ୍ତରଖାନାରେ ଷ୍ଟାଫଙ୍କ ତୂଳନାରେ ଅଧିକ ଠିକାଦାରଙ୍କୁ ଦେଖିବାକୁ ମିଳୁଛି । ଅନଭିଜ୍ଞ ଓ ଅଣଠିକାଦାରମାନଙ୍କୁ ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ସଂପାଦନ କରିବା ପାଇଁ ଅଲିଖିତ ନିର୍ଦେଶ  ଦିଆଯାଇଥିବା ଜାଣିବାକୁ ମିଳୁଛି । ତେଣୁ ବିନା ଯୋଜନା ଓ ଡିଜାଇନରେ ତରବରିଆ ଭାବେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ କାମର ମାନ ଅତିନିମ୍ନମାନର ବୋଲି ଅଭିଯୋଗ ହୋଇଛି । ବର୍ତାମାନ ଏହି ମୁଖ୍ୟ ଡାକ୍ତରଖାନାର ସମସ୍ତ ୱାର୍ଡ, ଆଉଟଡୋର ଓ ଚତୁଃପାଶ୍ୱର୍ ଇଟା, ବାଲି, ସିମେଂଟ ଓ  ଠିକାଦାରଙ୍କ ନିର୍ମାଣ ସାମଗ୍ରୀରେ ଭର୍ତି ହୋଇଥୀବାରୁ ରୋଗୀସେବା ବ୍ୟାହତ ହୋଇଛି । ଏପରିକି ଏହିନିର୍ମାଣ କାର୍ଯ୍ୟ ଯୋଗୁଁ ଗୁରୁତର ଅସୁସ୍ଥ ଥିବା ରୋଗୀଙ୍କ ଜୀବନ ପ୍ରତିମଧ୍ୟ ବିପଦ ସୃଷ୍ଟି ହୋଇଛି । ତରବରିଆ ଭାବେ ଡାକ୍ତରଖାନା ପରିସରର ଅଧିକାଂଶ ବିଭାଗରେ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ରୋଗୀ ସେବା ଏକ ପ୍ରକାରର ବ୍ୟାହତ ହୋଇଥିବା ପରିଲକ୍ଷିତ ହେଉଛି । ଏପରିକି ଆଉଟ୍ଡୋରକୁ ଅସ୍ଥାୟୀ ଭାବେ ଉପଖଣ୍ଡ ଚିକିସôାଧୀକାରୀଙ୍କ ପ୍ରକୋÂକୁ ମଧ୍ୟ ସ୍ଥାନାନ୍ତର କରାଯାଇଛି । ମାତ୍ର କିଛି ମାସ ତଳେ ଯେଉଁ ଯେଉଁ ଯାଗାରେ ନିର୍ମାଣ କାର୍ଯ୍ୟ ହୋଇଥିଲା ଏବେ ସେହି ସ୍ଥାନରେ ପୁଣି ଥରେ ମରାମତି କରାଯାଉଥିବା ଦେଖିବାକୁ ମିଳିଛି । ତେବେ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ବିଷୟ ଏହି କି ଯେ, ଏହି ସବୁ ମରାମତି କାର୍ଯ୍ୟର ତଦାରଖ ତ ଦୂରର କଥା ନିର୍ମାଣସ୍ଥଳରେ ଯନ୍ତ୍ରୀଙ୍କ ଦେଖା ମଧ୍ୟ ମିଳୁ ନାହିଁ । ତେଣୁ ଅଧିକାରୀ-ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ସରକାରୀ ଅନୁଦାନକୁ ହରିଲୁଟ୍ କରିବା ଲାଗି ବ୍ୟାପକ ପିସି କାରବାର ହେଉଥିବା ଅଭିଯୋଗ ହୋଇଛି । ଏନେଇ ଖୁବଶୀଘ୍ର  ଜିଲ୍ଲାପାଳ, ଭିଜିଲାନ୍ସ ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ଆନନ୍ଦପୁର ପୌରଉପାଧ୍ୟକ୍ଷ ତଥା ବିକାଶ ପରିଷଦ ସଭାପତି ସୁରେଶ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.