ଅନ୍ଧାର ଜଙ୍ଗଲରେ ୨ କି.ମି. ପଦଯାତ୍ରା କରି ହାତୀର ଗତିବିଧି ଅନୁଧ୍ୟାନ; ବନବିଭାଗ ସହ ସୁରକ୍ଷା ବ୍ୟବସ୍ଥାର ତଦାରଖ କଲେ ବିଧାୟକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ହାତୀ ଆତଙ୍କରେ ଭୟଭୀତ କେତିଁଙ୍ଗି ଅଞ୍ଚଳବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିଥିବା ବେଳେ ରାତି ଅଧରେ ଜଙ୍ଗଲକୁ ଓହ୍ଲାଇଲେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ। ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ବନବିଭାଗ କର୍ମଚାରୀଙ୍କ ସହ ପ୍ରାୟ ୨ କିଲୋମିଟର ଅନ୍ଧାର ଜଙ୍ଗଲରେ ପଦଯାତ୍ରା କରି ହାତୀର ଗତିବିଧି ଓ ସୁରକ୍ଷା ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିଥିଲେ।
କେତିଁଙ୍ଗି ଅଞ୍ଚଳରେ ହାତୀର ଉପସ୍ଥିତିକୁ ନେଇ ଲୋକଙ୍କ ମଧ୍ୟରେ ଭୟ ଓ ଆଶଙ୍କା ଦେଖାଦେଇଥିବା ବେଳେ ବିଧାୟକଙ୍କ ଏହି ରାତ୍ରିକାଳୀନ ଗସ୍ତ ଗୁରୁତ୍ୱ ବହନ କରିଥିଲା। ବନବିଭାଗ କର୍ମଚାରୀଙ୍କ ସହ ଜଙ୍ଗଲ ଭିତରକୁ ଯାଇ ହାତୀର ଗତିବିଧି , ତାହାର ଚଳପ୍ରଚଳ ଅଞ୍ଚଳ ଏବଂ ଜନସାଧାରଣଙ୍କ ସୁରକ୍ଷା ସମ୍ବନ୍ଧୀୟ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ।
ବିପଦ ସମୟରେ ଅଞ୍ଚଳବାସୀଙ୍କ ସୁରକ୍ଷା ଓ ସତର୍କତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ହାତୀ ଆତଙ୍କକୁ ନିୟନ୍ତ୍ରଣ କରିବା ସହ ଲୋକଙ୍କୁ ସମ୍ଭାବ୍ୟ ବିପଦରୁ ସୁରକ୍ଷିତ ରଖିବା ପାଇଁ ବନବିଭାଗର ପଦକ୍ଷେପ ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସ୍ଥିତି ଅନୁଧ୍ୟାନ କରାଯାଇଥିଲା।
ରାତିର ଅନ୍ଧାରରେ ଜଙ୍ଗଲ ଭିତରକୁ ପ୍ରାୟ ୨ କିଲୋମିଟର ପଦଯାତ୍ରା କରି ବିଧାୟକଙ୍କ ଏହି ଅନୁଧ୍ୟାନ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ହାତୀ ଆତଙ୍କ ଭଳି ସମ୍ବେଦନଶୀଳ ସମସ୍ୟାରେ ଜନସାଧାରଣଙ୍କ ସୁରକ୍ଷା , ବନବିଭାଗର ସମନ୍ୱୟ ଓ ସତର୍କତା ରକ୍ଷା ଉପରେ ଏହି ଗସ୍ତ ଗୁରୁତ୍ୱ ଆରୋପ କରିଛି।
ଲୋକଙ୍କ ସୁରକ୍ଷା ପାଇଁ ରାତିରେ ମୈଦାନକୁ ଓହ୍ଲାଇ ବିପଦ ସ୍ଥିତିର ନିଜେ ଅନୁଧ୍ୟାନ କରିଥିବା ବିଧାୟକଙ୍କ ଏହି ପଦକ୍ଷେପ କେତିଁଙ୍ଗି ଅଞ୍ଚଳରେ ହାତୀ ଆତଙ୍କ ମୁକାବିଲା ନେଇ ନୂଆ ଆଲୋଚନା ସୃଷ୍ଟି କରିଛି।