ଆଦର୍ଶ ମୁଖ୍ୟମନ୍ତ୍ରୀଙ୍କ ଶ୍ରେଷ୍ଠ ନଜର ଟିକେ ପଡିବ କି ????? ଓପିଜିସିର ରାଜସ୍ବ କଣ ଏଇଏସର ବାପା ସମ୍ପତ୍ତି, ସରକାର କଣ ଓଥରା !!!!!!
ମାର୍କେଟ ବେସଡ ସାଲାରି ନାଁରେ ଏଇଏସ ଚଳାଇଛି ଲୂଟର ସାମ୍ରାଜ୍ୟ !
ଓପିଜିସିରେ କୁହୁଳିଲାଣି ନିଆଁ, ତାତିଲେଣି କର୍ମଚାରୀ
ମାର୍କେଟ ବେସଡ ସାଲାରି ବନାମ ମୂଳ କର୍ମଚାରୀ
ଏଇଏସର ବଚସ୍କର ସାଜିଲେ ମାର୍କେଟ ବେସଡ ସାଲାରି
ଦରମାରେ ଫାଇଦା ବାର୍ଷିକ ୧୫ ଲକ୍ଷ ରୁ ୨୫ ଲକ୍ଷ
ଜେନେରାଲ ମ୍ୟାନେଜର ଓପିଜିସିରେ ଥିଲେ, ପାଉଥିଲେ ମାସିକ ପାୟ ଦେଢଲକ୍ଷ , ମାନେ ବାର୍ଷିକ ପ୍ରାୟ ୧୮ ଲକ୍ଷ ଟଙ୍କା ତାଙ୍କ ପାଉଣା । ଆଉ ସର୍କାରୀ ରାଜକୋଷକୁ ଲୁଟିବା ପାଇଁ ସୁଚିନ୍ତିତ ଭାବେ ଏଇଏସ ଦ୍ୱାରା ପରିକଳ୍ପିତ ‘ମାର୍କେଟ ବେସଡ୍ ସାଲାରି’ ସ୍କିମ୍ର ଉପଭୋକ୍ତା ହେବା ପାଇଁ ଓପିଜିସିରୁ ଇସ୍ତଫା ଦେଲେ । ଆଉ ତା ପରଦିନ ହେଲେ ସିନିୟର ଜିଏମ୍ । ସେଇ କାମ କରୁଥିଲେ ଜିଏମ ଭାବେ ଆଉ ସିନିୟର ଜିଏମ ଭାବେ ସେଇ ଦାୟିତ୍ୱରେ ରହିଲେ । ବିନା ଡିପିସିରେ ବିନା ନୀତିନିୟମରେ ସିଧାସଳଖ ‘ମାର୍କେଟ ବେସଡ ସାଲାରି’ରେ ନିଯୁକ୍ତି ପାଇବା ପରେ ଓପିଜିସିର କଣ ଲାଭ ହେଲା ତାହା ସରକାରଙ୍କୁ ଜଣା,ହେଲେ ନିରଞ୍ଜବାବୁଙ୍କ ଦରମାରେ ଫାଇଦା ହେଲା ବାର୍ଷିକ ପ୍ରାୟ ୩୦ଲକ୍ଷଟଙ୍କାରୁ ଊଦ୍ଧ୍ୱର୍ । ଆଉ ଏବେ ଅବସର ପରେ ପୁନଃନିଯୁକ୍ତି ଦେବା ପାଇଁ ଏଇଏସ ଯୋଜନା ଚଳାଇଥିବା ବେଳେ ତାଙ୍କୁ କୁଆଡେ ବାର୍ଷିକ ୬୦ଲକ୍ଷଟଙ୍କା ପାଉଣାରେ ରଖିବ ବୋଲି ଶୁଣିବାକୁ ମିଳୁଛି । କେବଳ ନିରଞ୍ଜନ ବାବୁ ନୁହନ୍ତି, ଏମିତି ଅଜିତ, ସରୋଜ,ବିଜୟଲାଲ, ଉମାକାନ୍ତ, ମନୋରଞ୍ଜନ, ଦିଲ୍ଲୀପ, ବିଭୁତି, ତୁଷାର, ସନ୍ତୋଷ ନାମଧାରୀ ବାବୁମାନଙ୍କୁ(ମ୍ୟାନେଜରରୁ ଜେନେରାଲ ମ୍ୟାନେଜର ପର୍ଯ୍ୟନ୍ତ) ମାର୍କେଟ ବେସଡ ସାଲାରିରେ ନିଯୁକ୍ତି ଦିଆଯାଇ ପତ୍ୟେକ ବାର୍ଷିକ ୧୫ ଲକ୍ଷରୁ ୨୫ଲକ୍ଷଟଙ୍କାର ଅତିରିକ୍ତ ଫାଇଦା ଦିଆଯାଇଛି । ଇଏ ପୁଣି ଭାରି ଅଜବ ଢଙ୍ଗରେ ହୋଇଛି । ସେମାନଙ୍କ ଦରମା ପୂରା କନଫିଡେନସିଆଲ ବା ଗୋପନୀୟ, ଆଉ ସାପ୍ ସିଷ୍ଟମରେ କାହାର ଦରମା ଜଣାବପଡିବନି । କେବଳ ଜାଣିପାରିବେ ଓପିଜିସିରେ ଏଇଏସର ଗେହ୍ଲାପୁଅ ସିନିୟର ଜେନେରାଲ ମ୍ୟାନେଜର (ଅର୍ଥ) ନିରଞ୍ଜନ ସ୍ୱାଇଁ ଓ ମ୍ୟାନେଜର ଭବାନୀ ଶଙ୍କର ସାହୁୁ । କଥା ହେଉଛି, ପଇସା ରାଜ୍ୟ ସରକାରଙ୍କର ବା ରାଜ୍ୟବାସୀଙ୍କର । ସେଥିରୁ ଦରମା ଦିଆଯିବ । ହେଲେ ଓପିଜିସି କର୍ମଚାରୀ ବା ରାଜ୍ୟ ସରକାର ଜାଣିପାରିବେନି ! ରାଷ୍ଟପତିଙ୍କ ଠାରୁ ଆରମ୍ଭ କରି ବିଧାୟକ ରାଜ୍ୟ ସରକାରୀ କର୍ମଚାରୀ ଓ ରାଜ୍ୟର ସମସ୍ତ ନିଗମ କର୍ମଚାରୀଙ୍କ ଦରମା ଯଦି ଗୋପନୀୟ ନୁହେଁ, ତେବେ ‘ମାର୍କେଟ ବେସଡ ସାଲାରି’ରେ ନିଯୁକ୍ତି ପାଇଥିବା ଅଧିକାରୀମାନେ କେଉଁ ଗାଈର ଗୋବର କି ଯେ ସେମାନଙ୍କ ଦରମା ଗୋପନୀୟ ରହିବ !!!! ଏହାକୁ ନେଇ ଓପିଜିସିର ମୂଳ କର୍ମଚାରୀ ତଥା ଅଧିକାରୀ ବନାମ ‘ମାର୍କେଟ ବେସଡ୍ ସାଲାରି’ରେ ନିଯୁକ୍ତ ଅଧିକାରୀଙ୍କ ମଧ୍ୟରେ ଗୋଟାଏ ଶୀତଳଯୁଦ୍ଧ ଆରମ୍ଭ ହୋଇ ତୀବ୍ରରୂପ ଧାରଣ କରିବାକୁ ଯାଉଛି । ଆମେ ପରବର୍ତୀ ପର୍ଯ୍ୟାୟରେ ‘ମାର୍କେଟ ବେସଡ ସାଲାରି’ ଅନ୍ୟାନ୍ୟ ୭ପ୍ରକାର ସାଲାରି ପାଉଥିବା ଓପିଜିସି କର୍ମଚାରୀ ବା ଅଧିକାରୀଙ୍କ ବିଷୟରେ ସବିଶେଷ ଖୁଲାସା କରିବୁ । କେମିତି ଏଇଏସ କମ୍ପାନୀ ‘ମାାର୍କେଟ ବେସଡ ସାଲାରି’ ନାଁରେ ନିଯୁକ୍ତ କିଛି ଅଧିକାରୀଙ୍କ ମାଧ୍ୟମରେ ଓପିଜିସିକୁ ଲୁଟ୍ କରିବା ସହ ସରକାରଙ୍କୁ ଭୁଆଁ ବୁଲାଇ ବା ରାଜ୍ୟ ସରକାର-ରାଜ୍ୟବାସୀଙ୍କୁ ବନ୍ଧା ପକାଇ ପାୱାର ଫାଇନାନ୍ସ କର୍ପୋରେସନରୁ ଓପିଜିସି ନାଁରେ ସହସ୍ରାଧିକ କୋଟି ଟଙ୍କା ଋଣ ଆଣି ଲୁଟିବାକୁ ଉଦ୍ୟମ ଚଳାିଛି ତାହାର ଚର୍ଚ୍ଚ କରିବୁ । ହେଲେ ଏଇ ସଂଖ୍ୟାରେ ‘ମାର୍କେଟ ବେସଡ ସାଲାରି’ର ଗୋପନ ରକ୍ଷକ ସିନିୟର ଜେନେରାଲ ମ୍ୟାନେଜର ନିରଞ୍ଜନ ସ୍ୱାଇଁଙ୍କ କାରନାମ ବିଷୟରେ ସବିଶେଷ ତଥ୍ୟ ରଖୁଛୁ । ଶ୍ରୀ ସ୍ୱାଇଁ ୨୭.୨.୨୦୦୩ରେ ଓପିଜିସିରୁ ଇସ୍ତଫା ଦେଇ କେନ୍ଦ୍ର ସରକାରଙ୍କ ହିନ୍ଦୁସ୍ଥାନ ଏରୋନାଟିକ୍ସ ଲିମିଟେଡ(ହାଲ)ରେ ଚାକିରୀ କରି ୨୫.୪.୨୦୦୩ରେ ପୁଣି ସେଠାରୁ ଇସ୍ତଫା ଦେଇ ଓପିଜିସିରେ ୨୬.୪.୨୦୦୩ ତାରିଖରେ ପୁଈଣି ସେହି ମ୍ୟାନେଜର (ଅର୍ଥ) ପଦବୀରେ ନିଯୁ୍କ୍ତି ପାଇଥିଲେ । କିନ୍ତୁ ଆଶ୍ଚର୍ଯର ବିଷୟ ସୂଚନାଅଧିକାର ଆଇନ ବଳରେ ମଗାଯାଇଥିବା ତଥ୍ୟ ଅନୁସାରେ ଓପିଜିସିି ତରଫରୁ ଶ୍ରୀ ସ୍ୱାଇଁଙ୍କର ଇସ୍ତଫା ଓ ପୁନଃନିଯୁକ୍ତି ସମ୍ବନ୍ଧରେ ୨୧.୪.୧୭ ସୁଦ୍ଧା ଚିଠି ସଂଖ୍ୟା ଓପିଜିସି/ଆରଟିଆଇ/୩୦/୨୦୧୬-୧୭/୯୫୮/ଡବ୍ଲୁଇରେ ଓପିଜିସି କୌଣସି ତଥ୍ୟ ପ୍ରଦାନ କରିନାହାନ୍ତି । ଯାଥାଶ୍ରୀ ସ୍ୱାଇଁଙ୍କର ଓପିଜିସିରୁ ଇସ୍ତଫା, ହାଲରେ ଚାକିରୀ , ହାଲରୁୁ ଇସ୍ତଫା ଦେବା ଓ ପୁନର୍ବାର ଓପିଜିସିରେ ମ୍ୟାନେଜର (ଅର୍ଥ) ପଦବୀରେ ପୁନଃନିଯୁକ୍ତି ସମ୍ପର୍କରେ ଓପିଜିସି ପରିଚାଳନା କର୍ତ୍ତୃପକ୍ଷ କୌଣସି ତଥ୍ୟ ପ୍ରକାଶ କରିନାହାନ୍ତି । ପୁଣି ସୂଚାଇଦେବାକୁ ଚାହୁଁଛୁ ଯେ, ନିରଞ୍ଜନ ସ୍ୱାଇଁ ଅନ୍ୟାୟ ଭାବେ ନିଯୁକ୍ତି ଓ ପଦୋନ୍ନତି ପାଇ ଓପିଜିସିର ଜେନେରାଲ ମ୍ୟାନେଜର (ଅର୍ଥ) ଥିବାବେଳେ ପୁଣି ଓପିଜିସିରୁ ୨.୧୨.୨୦୧୩ରେ ଇସ୍ତଫା ଦେଇ ଓପିଜିସିରୁ ସମସ୍ତ ପ୍ରାପ୍ୟ ନେବା ପରେ ୩.୧୨.୨୦୧୩ରେ ପୁଣି ଓପିଜିସିର ସିନିୟର ଜେନେରାଲ ମ୍ୟାନେଜର (ଅର୍ଥ) ପଦବୀରେ ‘ମାର୍କେଟ୍ ବେସଡ୍ ସାଲାରି’ରେ ପୁନର୍ବାର ନିଯୁକ୍ତ ହେଲେ । ଏକ ନିର୍ଭରଯୋଗ୍ୟସୂତ୍ରରୁ ଜଣାପଡିଛି ଯେ, ବାର୍ଷିକ ୫୦ଲକ୍ଷଟଙ୍କାରେ ଶ୍ରୀ ସ୍ୱାଇଁଙ୍କୁ ଏଇଏସ କର୍ତ୍ତୃପକ୍ଷ (ସରକାରଙ୍କୁ ଭୂଆଁ ବୁଲାଇ) ରଖିଛନ୍ତି । ଏଇଏସ କମ୍ପାନୀ ନିଜର କଳାକାରନାମାକୁ ଲୁଚାଇବା ପାଇଁ ଶ୍ରୀ ସ୍ୱାଇଁଙ୍କର ନିଯୁକ୍ତି କରିଛନ୍ତି, କିନ୍ତୁ ବଡଭାଇ ରାଜ୍ୟ ସରକାର ଏଇଏସର ବଚସ୍କର ସାଜି ନୀରବ ରହିଛନ୍ତି । ଶ୍ରୀ ସ୍ୱାଇଁଙ୍କର ନିଯୁକ୍ତିି ସମୟ ୩୧.୧.୨୦୧୮ରେ ସରିଯାଉଥିବା ଯୋଗୁ ଏଇଏସ କର୍ତ୍ତୃପକ୍ଷ ସରକାରୀ ଅଧିକାରୀମାନଙ୍କୁ ବଚସ୍କର ସଜାଇ ତାଙ୍କୁ ପୁନଃ ନିଯୁକ୍ତି ଦେବାକୁ ଅଣ୍ଟା ଭିଡିଛନ୍ତି । ଏଠାରେ ଦେଖାଯାଉ ରାଜ୍ୟ ସରକାରୀ ଅଧିକାରଙ୍କର ନା ଏଇଏସ ଅଧିକାରୀ କାଢ ବେଶି । ଏହା ଦେଖିବାକୁ ଭୁବନେଶ୍ୱରଠାରୁ ଇବ୍ ଥର୍ମାଲ ପର୍ଯ୍ୟନ୍ତ ତଥା ଓଡିଶାର ସବୁ ନିଗମରେ ଚର୍ଚ୍ଚାର ବିଷୟ ପାଲଟିଛି ।