ଜଳସେଚନ ବିଭାଗରେ ଅଧିକ ଦୁର୍ନୀତି ହେଉଛି,,,,,, ଏହି ବିଭାଗରେ ବ୍ୟାପକ ମାତ୍ରା ରେ ଟେଣ୍ଡର ଫିକ୍ସିଂ ହେଉଛି,,,, ଅଧିକ ରୁ ଅଧିକ ଲାଞ୍ଚ କାରବାର ହେଉଛି,,,,,,,ବିଜେପି ର ଅଭିଯୋଗ।
ଭୁବନେଶ୍ୱର(ଗୋବିନ୍ଦ ଚନ୍ଦ୍ର ପଣ୍ଡା) ବିଜେପି ବିଜେଡ଼ି ମଧ୍ୟରେ ତୁ ତୁ ମେ ମେ ଥମିବାର ନାଁ ନେଉନାହିଁ।ଏଥର ବିଜେପି ଟାର୍ଗେଟ ରେ ମୁଖ୍ୟମନ୍ତ୍ରୀଙ୍କ ଜଳସମ୍ପଦ ବିଭାଗ।ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟି କାରଣରୁ ଦେଖାଦେଇଥିବା ସମ୍ଭାବ୍ୟ ମରୁଡି ପରିସ୍ଥିତି ମନୁଷ୍ୟକୃତ ଏବଂ ଏହା ମୁଖ୍ୟମନ୍ତ୍ରୀଙ୍କ ଜଳସମ୍ପଦ ବିଭାଗର ସ୍ଥାଣୁତା ଓ ଅପାରଗତା ପାଇଁ ସୃଷ୍ଟି ହୋଇଥିବା ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁବକ୍ସି ପାତ୍ର ଅଭିଯୋଗ ଆଣିଛନ୍ତି।
ବକ୍ସିପାତ୍ର ୨ooo ରୁ ୨o୧୪ ମସିହା ପର୍ଯ୍ୟନ୍ତ ବିଜେଡି ର ଚାରଟି ନିର୍ବାଚନି ଇସ୍ତାହାରରେ କୁହାଯାଇଥିଲା ୨୦୦୦ ମସିହାରେ ୨୫ ପ୍ରତିଶତ ,୨୦୦୪ ରେ ଆଉ ୨୫ ପ୍ରତିଶତ ,୨୦୦୯ ରେ ପ୍ରତି ବ୍ଲକରେ ୩୫ ପ୍ରତିଶତ,ଓ ୨୦୧୪ ରେ ୧୦ ଲକ୍ଷ ହେକ୍ଟର ଚାଷଜମି ରେ ଜଳସେଚନ ପାଇଁ,କିନ୍ତୁ ଏହା ଏବେ ପାଣିର ଗାର ହୋଇଛି।ଫଳରେ ସ୍ୱଳ୍ପ ବୃଷ୍ଟି କାରଣରୁ ରାଜ୍ୟରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି।ଯଦି ନବୀନ ବାବୁ ତାଙ୍କ ପ୍ରତିଶ୍ରୁତି ପାଳନ କରିଥାନ୍ତେ ତେବେ ଏଭଳି ପରିସ୍ଥିତି ଉପୁଜି ନଥାନ୍ତା।
ଆହୁରି ମଧ୍ୟ ସଙ୍ଗିନ ଆଭିଯୋଗ ଆଣିଛନ୍ତି ସେ,ଜଳସମ୍ପଦ ବିଭାଗର ସିଙ୍ଗିଲ ଟେଣ୍ଡେର ମାଧ୍ୟମରେ ବ୍ୟାକ ଟୁ ବ୍ୟାକ ୫ ଲକ୍ଷ ପର୍ଯ୍ୟନ୍ତ କେତେ କାମ ନବୀନ ବାବୁ ଜଳସମ୍ପଦ ମନ୍ତ୍ରୀଙ୍କ ସମୟରେ ପ୍ରଦାନ କରାଯାଇ ପିସି କୁ ପ୍ରୋତ୍ସାହିତ କରିଛନ୍ତି ତାହା ଶ୍ୱେତ ପତ୍ର ମାଧ୍ୟମରେ ପ୍ରକାଶ କରନ୍ତୁ।
ଜଳସମ୍ପଦ ବିଭାଗରେ ଟେଣ୍ଡର ଫିକ୍ସିଂ ସବୁ ବିଭାଗ ଠୁ ଆଗରେ ଓ ମୁଖ୍ୟମନ୍ତ୍ରୀ ପିସି ମଷ୍ଟ ଷ୍ଟପର ଦୃଢୋକ୍ତି ପ୍ରକାଶ କରୁଥିବା ବେଳେ ଜଳସମ୍ପଦ ବିଭାଗରେ ସର୍ବାଧିକ ପିସି କାରବାର ହେଉଥିବା ଅଭିଯୋଗ ଆଣିଛନ୍ତି ବକ୍ସିପାତ୍ର। ଆହୁରିମଧ୍ୟ କହିଛନ୍ତି, ଦକ୍ଷିଣ ଓଡିଶାର ୪ପ୍ରମୁଖ ନଦୀ ବଂଶଧାରା, ନାଗବଳୀ, ମହେନ୍ଦ୍ରତନୟା, ଓ ଋଷିକୂଲ୍ୟାର ଉପରମୁଣ୍ଡରେ ଥିବା ଓଡିଶା ରାଜ୍ୟ ସରକାର ପ୍ରବାହିତ ପାଣିକୁ ବ୍ୟବହାର କରିପାରୁନାହାନ୍ତି।କିନ୍ତୁ ଅନ୍ୟପଟେ ଏହିସବୁ ନଦୀମାନଙ୍କର ତଳ ମୁଣ୍ଡରେ ଥିବା ଆନ୍ଧ୍ରପ୍ରଦେଶ ସରକାର ଏହି ପାଣିକୁ ବ୍ୟବହାର କରି ଚାଷକମରେ ଲଗାଇ ଚାଷୀ ଙ୍କ ଉତ୍ପାଦନ ବଢ଼ାଉଛନ୍ତି ।
ସେହିପରି ମହାନଦୀ ଏବଂ ଅନ୍ୟ ନଦୀର ପ୍ରବାହିତ ପାଣିକୁ ବନ୍ଧ କରି ଉପଯୋଗ କରିବାରେ ରାଜ୍ୟ ସରକାର ସମ୍ପୁର୍ଣ୍ଣ ବିଫଳ। ରାଜ୍ୟସରକାର କେବଳ ଅନ୍ୟ ଉପରେ ଦୋଷ ଦେଇ ଖସିଯିବାକୁ ଯେଉଁ ଅପଚେଷ୍ଟା କରୁଛନ୍ତି ତାହାର ଜବାବ ଓଡ଼ିଶାବାସୀ ଦେବେ।ରାଜ୍ୟରେ ଶାସକ ବିଜୁ ଜନତା ଦଳର ଅଂହାକାର ଓ ମୁଖ୍ୟମନ୍ତ୍ରୀ ଙ୍କ ସ୍ଥାଣୁତା ଏବଂ ଇଛାଶକ୍ତିର ଅଭାବ କାରଣରୁ ଓଡ଼ିଶାର ଚାଷୀ ଚାଷପାଇଁ ପାଣି ପାଇପାରୁନାହାନ୍ତି।ଏହି କାରଣରୁ ଚାଷୀଟିଏ କ୍ଷତିଗ୍ରସ୍ତ ହୋଇ ଆତ୍ମହତ୍ୟା କରୁଥିବା ମଧ୍ୟ କହିଛନ୍ତି ବକ୍ସିପାତ୍ର। ଏହି ସାମ୍ବାଦିକ ସମ୍ମିଳନୀ ରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ସୁଦୀପ୍ତ ରାୟ ଓ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଉପସ୍ଥିତ ଥିଲେ ।