ମର୍ମନ୍ତୁଦ ସଡକ ଦୁର୍ଘଟଣା : ଚାଲିଗଲା 5 ଜୀବନ

0

ଧର୍ମଗଡ଼ ରୁ ସୁଶାନ୍ତ ରାଉତ: କଳାହାଣ୍ଡି ଜିଲ୍ଲାର ଡେଥ ଜୋନ  ବା ଏକ୍ସିଡେଣ୍ଟ ପଏଣ୍ଟ ଭାବେ ଜଣାଶୁଣା ଜାରିଙ୍ଗରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜୀବନ ହାନି ହୋଇଛି। ଘଟଣାରୁ ପ୍ରକାଶଯେ ,ଖରସେଲଗୁଡାର ସମ୍ରାନ୍ତ ବ୍ୟକ୍ତି ଆସୁତୋଷ ବେହେରାଙ୍କ ପରିବାର ବିଶାଖାପାଟଣାରୁ ସ୍ବାସ୍ଥ୍ୟପରିକ୍ଷା କରାଇ ଘରକୁ ଫେରୁଥିଲେ । ୭ଜଣ ବ୍ୟକ୍ତି ନିଜ ୱାଗନର ଗାଡିରେ ଫେରୁଥିବା ସମୟରେ ଭୋରରେ ଜୁନାଗଡ ବ୍ଲକର ଜାରିଙ୍ଗ ନିକଟରେ ଏକ ଟ୍ରକ ଓର0୮ ୮୨୯୨ସେମାନଙ୍କ ଗାଡିକୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ୪ ଜଣକ ମୃତ ହୋଇଯାଇଥିବାବେଳେ। ୩ ଜଣଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଜଣକ ମୃତ୍ୟୁ ହୋଇଯାଇଥିବା ବେଳେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

Leave A Reply

Your email address will not be published.