ଗଣତି ପୂର୍ବରୁ ଜଗାକୁ ଦର୍ଶନ କରି ଆଶିଷ ନେଲେ ଧର୍ମେନ୍ଦ୍ର 

0

ମହାପ୍ରଭୁଙ୍କ ଦର୍ଶନ ସହ ଏଏସ୍ଆଇ ଅଧିକାରୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ

ଶ୍ରୀମନ୍ଦିର ମରାମତି ଯୁଦ୍ଧକାଳୀନଭିତିରେ କରାଯିବ

 ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ରଥଯାତ୍ରା ସୁଦ୍ଧା ସମସ୍ତଙ୍କ ପ୍ରଚେଷ୍ଟାରେ ପୁରୀରେ ସ୍ୱଭାବିକ ସ୍ଥିତି ଫେରାଇ ଅଣାଯିବ

 ଫନୀ ପ୍ରଭାବରେ ଧନ ଜୀବନ, ପଶୁ ସମ୍ପଦ ଓ ଗରିବ ଶ୍ରେଣୀର ଲୋକମାନେ ବେଶୀ ପ୍ରଭାବିତ ହୋଇଛନ୍ତି

 ପୁରୀରେ ଟେଲିଫୋନ ସେବା, ବିଜୁଳି ସେବା, ପିଇବା ପାଣି ବ୍ୟବସ୍ଥା ଧୀରେ ଧୀରେ ସ୍ୱଭାବିକ ହେବାରେ ଲାଗିଛି

ପୁରୀ- ଭୋଟ ଗଣତି ଆଉ ମାତ୍ର ହାତଗଣତି କେତୋଟି ଦିନ ଥିବା ବେଳେ ଶ୍ରୀମନ୍ଦିର ଯାଇ ଜଗାର ଆଶିଷ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ରଥଯାତ୍ରା ସୁଦ୍ଧା ସମସ୍ତଙ୍କ ପ୍ରଚେଷ୍ଟାରେ ପୁରୀରେ ସ୍ୱଭାବିକ ସ୍ଥିତି ଫେରାଇ ଅଣାଯିବ ବୋଲି ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି |

 ସାମୁଦ୍ରିକ ଝଡବାତ୍ୟା ‘ଫନୀ’ ପ୍ରଭାବରେ ଶ୍ରୀମନ୍ଦିର ପରିସରରେ କଳ୍ପବଟ ବୃକ୍ଷ ସମେତ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଭାରତୀୟ ପ୍ରତ୍ନତତ୍ୱ ସଂସ୍ଥା(ଏଏସଆଇ) ଶ୍ରମନ୍ଦିରରେ ସମ୍ବନ୍ଧିତ ଥିବା କାମକୁ ଯୁଦ୍ଧକାଳୀନଭିତିରେ ଆରମ୍ଭ କରିଥିବା ବେଳେ ଏଏସଆଇ ଡିଜି ଖୋଦ୍ ଏଠାକୁ ଆସି ଶ୍ରୀମନ୍ଦିର ପରିଦର୍ଶନରେ ଆସି  ଯଥାଶୀଘ୍ର ଶ୍ରୀମନ୍ଦିର ମରାମତି କାର୍ଯ୍ୟକୁ ପୂରଣ କରାଯିବ ବୋଲି ସେମାନେ ଆଶ୍ୱସ୍ତ କରିଛନ୍ତି । ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ଅବସରରେ ଏଏସ୍ଆଇ ଅଧିକାରୀ ତଥା ବିଭାଗୀୟ ଡିଜିଙ୍କ ସହ ଆଲୋଚନା କରିବା ପରେ ଗଣମାଧ୍ୟମ ପ୍ରଶ୍ନର ଉତରରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ |

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ ୩ ତାରିଖରେ ସାମୁଦ୍ରିକ ଝଡ ବାତ୍ୟା ଫନୀ ପ୍ରଭାବରେ ପୁରୀ ଜିଲ୍ଲାରେ ଅପୂରଣୀୟ କ୍ଷତି ହୋଇଛି । ଧନ ଜୀବନ, ପଶୁ ସମ୍ପଦ, ଗରିବ ଲୋକମାନେ ଏହା ଦ୍ୱାରା ବେଶୀ ପ୍ରଭାବିତ ହୋଇଛନ୍ତି । ତେବେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିଥିବା ବେଳେ ଏ ଅଂଚଳରେ ଧୀରେ ଧୀରେ ସ୍ଥିତି ସ୍ୱାଭାବିକ ପରିଲିକ୍ଷିତ ହୋଇଥିବା ସେ କହିଛନ୍ତି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ପୁରୀରେ ଟେଲିଫୋନ ସେବା, ବିଜୁଳି ସେବା, ପିଇବା ପାଣି ବ୍ୟବସ୍ଥା ଧୀରେ ଧୀରେ ସ୍ୱଭାବିକ ହେବାରେ ଲାଗିଛି । ଅନେକ ପୁନରୁଦ୍ଧାର କାମ ଏବେ ମଧ୍ୟ ବାକି ରହିଥିବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ରଥଯାତ୍ରା ସୁଦ୍ଧା ସମସ୍ତଙ୍କ ପ୍ରଚେଷ୍ଟାରେ ସ୍ୱଭାବିକ ସ୍ଥିତି ଫେରାଇ ଅଣାଯିବ । ଏହା ସମସ୍ତଙ୍କର ଦାୟିତ୍ୱ । ତେବେ ସମସ୍ତେ ସେହି କାମରେ ଲାଗିଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି । 

 

Leave A Reply

Your email address will not be published.