ଆଞ୍ଚଳିକ ପରିବହନ ବିଭାଗ ଆନୁକୂଲ୍ୟରେ ହେଲମେଟ ପିନ୍ଧିବା ଉପରେ ସଚେତନତା କାର୍ଯ୍ୟକ୍ରମ

13

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ଏସ ବି ଆଇ ଛକ ନିକଟରେ ଗଜପତି ଆଞ୍ଚଳିକ ପରିବହନ ବିଭାଗ ଆନୁକୂଲ୍ୟରେ ହେଲମେଟ ଚେକିଂ କରିବା ସହ ଯେଉଁମାନେ ହେଲମେଟ ପିନ୍ଧି ନାହାନ୍ତି ସେମାନଙ୍କୁ ହେଲମେଟ ପ୍ରଦାନ କରି ସଚେତନ କରେଇବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମରେ ଜୁନିଅର ମୋଟର ଭେଇକେଲ ଇନ୍ସପେକ୍ଟର ସର୍ବେଶ୍ୱର ଛୋଟରାୟ ଓ କାଶୀନଗର ଥାନା ଏସ.ଆଇ ଅଭିନାଶ ସାହୁଙ୍କ ଉପସ୍ଥିତିରେ ମୋଟର ଚାଳକ ମାନଙ୍କୁ ହେଲମେଟ ବଣ୍ଟନ କରିବା ସହ ଏହାର ବ୍ୟବହାର କରିବା ଦ୍ୱାରା କିପରି ଉପକାରିତା ପାଇ ପାରିବେ ସେ ସମ୍ପର୍କରେ ବୁଝେଇ ଥିଲେ। ହେଲମେଟ ପିନ୍ଧିବା ଦ୍ୱାରା ଦୁର୍ଘଟଣାରୁ ଆମେ ରକ୍ଷା ପାଇପାରିବା ବୋଲି ଥାନା ଏସ.ଆଇ ଶ୍ରୀ ସାହୁ ମୋଟର ଗାଡି ଚାଳକ ମାନଙ୍କୁ ବୁଝେଇ ସଚେତନତା କରିଥିଲେ।
ଏହି କାର୍ଯ୍ୟକ୍ରମ ପରିବହନ ବିଭାଗ, ଗଜପତି ଓ କାଶୀନଗର ଥାନାର ମିଳିତ ସହାଭାଗିତାରେ ଆୟୋଜନ ହୋଇଥିଲା। ଗଜପତି ପରିବହନ ଅଧିକାରୀ ତପନ କୁମାର ବେଟିଙ୍କ ପ୍ରତ୍ୟକ୍ଷ ପ୍ରତ୍ୟକ୍ଷ ତତ୍ତ୍ୱଧାନରେ ହୋଇଥିଲା। କାଶୀନଗର ମଧ୍ୟରେ ଥିବା ଛକ ସ୍ଥାନରେ ହେଲମେଟ ଚେକିଂ କରାଯିବ ବୋଲି ମଧ୍ୟ ଜୁନିଅର ମୋଟର ଭେଇକେଲ ଇନ୍ସପେକ୍ଟର ଶ୍ରୀ ଛୋଟରାୟ ସୂଚନା ଦେଇଥିଲେ।

Leave A Reply

Your email address will not be published.