ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ  ବହୁ ଅର୍ଥ ହଡପ ଯୋଜନା

0

 ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧି ସଂପୃକ୍ତ ଅଭିଯୋଗ।

କଳାହାଣ୍ଡି/ ତୁଳମଣି ନାଗ : ସରକାର ଦାଦନ ସମସ୍ୟା ରୋକିବା ତଥା ଗ୍ରାମାଞ୍ଚଳରେ ରେ ଲୋକଙ୍କୁ ଦିନର ୧୦୦ କାର୍ଯ୍ୟ ଯୋଗାଇ ଦେବାକୁ ଆରମ୍ଭ କରିଛନ୍ତି ମହାତ୍ମା ଗାନ୍ଧୀ ଗ୍ରାମ୍ୟ କର୍ମ ନିଶ୍ଚିତ ଯୋଜନା ହେଲେ ମାଲାମାଲ ଦଲାଲ ଯାଗୁଁ ତୃଣମୂଳ ରେ ସଫଳ ରୂପାୟନ ହୋଇପାରୁନାହିଁ । କିଛି ପ୍ରଭାବଶାଳୀ ବ୍ୟକ୍ତି ଏହାକୁ ଅର୍ଥ ଉପାର୍ଜନ ର ଧନ୍ଧା ରୂପେ ବାଛି ନେଇଛନ୍ତି।ଏମିତି ଏକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବାଣ୍ଡି ଗାଁ ଗ୍ରାମପଞ୍ଚୟତ ରେ।ଉକ୍ତ ପଞ୍ଚୟତ ର ନାୟକାନିଗୁମା ଠାରେ ନାମକୁ ମାତ୍ର ସୂଚନା ଫଳକ ନିର୍ମାଣ କରି ବିନା କୋଡ଼ ନମ୍ବର ରେ କାର୍ଯ୍ୟ ଆରମ୍ଭ କରାଯାଇଛି। ସୂଚନା ଫଳକ କେବଳ କାର୍ଯ୍ୟର ନାମ,ଅଟକଳ ମୂଲ୍ୟ ଲେଖାଯାଇଛି କିନ୍ତୁ ବିନା କୋଡ଼ ନମ୍ବର ରେ କାର୍ଯ୍ୟ ଟି କିପରି ଆରମ୍ଭ କରାଯାଇଛି ତାହା ବିଭାଗୀୟ ଅଧିକାରୀ ଉପରେ ବହୁ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତଥା କାର୍ଯ୍ୟ ର ସଠିକତା ଓ ସ୍ଵଛତା ଉପରେ ମଧ୍ୟ ସନ୍ଦେହ ସୃଷ୍ଟି କରୁଛି।ଏଥିରେ ନାମକୁ ମାତ୍ର କାର୍ଯ୍ୟ କରି ବହୁ ଅର୍ଥ ଆତ୍ମସାତ କରିବାର ଯୋଜନା ରହିଛି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।ବିନା କୋଡ଼ ନମ୍ବର ରେ କେମିତି ଜିଓଟେଗିଙ୍ଗ ହେଲା ଓ କାର୍ଯ୍ୟ ଆରମ୍ଭ ହେଲା ବୋଲି ଗ୍ରାମ ରୋଜଗାର ସେବକ କୁ ପଚାରିବାରୁ ସେ ଏହା ମୁ ଜାଣିନାହିଁ ବୋଲି ସଫେଇ ଦେଇଛନ୍ତି।ଏମିତି ଏହି ବାଣ୍ଡି ଗାଁ ଗ୍ରାମପଞ୍ଚୟତ ରେ ବହୁ ସଂଖ୍ୟକ ମହାତ୍ମା ଗାନ୍ଧୀ ଯୋଜନା ରେ ଘୋଟାଲା ଅଛି ବୋଲି ଶୁଣାଯାଉଛି।ଉକ୍ତ ଗ୍ରାମପଞ୍ଚୟତ କୁ ଏକ ଭିଜିଲାନ୍ସ ତଦନ୍ତ କଲେ ବହୁ ସତ୍ୟ ପଦାକୁ ଆସିବ ବୋଲି ସାଧାରଣ ରେ ଦାବି ହେଉଛି ।

Leave A Reply

Your email address will not be published.