ଗାଡି ପଲଟିଗଲା ପରେ ଗଞ୍ଜେଇ ମାଫିଆ ଛୁ

0

ବଲାଙ୍ଗିର ରୁ  (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର )

ଗତକାଲି ବିଳମ୍ବିତ ରାତିରେ ବଲାଙ୍ଗିର-ଟିଟିଲାଗଡ ରାସ୍ତାର ଦେଓଗାଁ ବଙ୍ଗଳା ଛକ ନିକଟରେ ଥିବା ସୋନଗଡ଼ ବ୍ରିଜରେ ଏକ ବୋଲେରୋ ଓଲଟି ପଡ଼ିଥିଲା। ଆଜି ସକାଳେ ଦେଓଗାଁ ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଡ୍ରାଇଭର ସହିତ ଅନ୍ୟମାନେ ଫେରାର ହୋଇ ଯାଇଥିଲେ। ପୁଲିସ ବୋଲେରୋ ଭିତରୁ ଦୁଇଟି ବସ୍ତାରେ ଥିବା ଗଞ୍ଜେଇ ଉଦ୍ଧାର କରିଥିଲା। ଯାହାର ଓଜନ ୭୫ କିଲୋଗ୍ରାମ ହେବ। ମାତ୍ର ଏହି ଗଞ୍ଜେଇ କେଉଁଠୁ ଆସୁଥିଲା ଓ କେଉଁଠିକି ଯାଉଥିଲା, ତାହା ଜଣାପଡ଼ିନି। ଗାଡ଼ି ନମ୍ବରରୁ ଗାଡିଟି ବରଗଡ ଜିଲ୍ଲାର ବୋଲି ଜଣାପଡିଛି। ପୁଲିସ ଗଞ୍ଜେଇ ଓ ଦୁର୍ଘଟଣାଗ୍ରସ୍ତ ବୋଲେରୋକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ଗାଡ଼ି ମାଲିକଙ୍କ ପରିଚୟ ଜଣାପଡ଼ି ନାହିଁ।

Leave A Reply

Your email address will not be published.