ଓଡଗାଁ ଶ୍ରୀରଘୁନାଥ ଜିଉଙ୍କ ଏକାଦଶୀ ନୀତି

0

ଓଡଗାଁ(ଶ୍ରୀକାନ୍ତ ମିଶ୍ର) : ଶ୍ରୀ ରଘୁନାଥ ଜିଉ ଓଡଗାଁଙ୍କ ମନ୍ଦିରରେ ବୈଶାଖ ଶୁକ୍ଲ ମୋହିନୀ ଏକାଦଶୀ ତିଥିର ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଯାଇଛି । ଚନ୍ଦନଯାତ୍ରା ପାଳନ ହେଉଥିବାରୁ ନୈାକାବିହାର ସାରି ଶ୍ରୀ ଜିଉମାନେ ନଗର ଭ୍ରମଣ କରି ଚାରଚେରୀ ଭୋଗ ଲାଗି ହୋଇ ରାତି ୯ଟା ପରେ ରତ୍ନବେଦିରେ ଆଳତି ଲାଗିହୋଇ ମଣି ବିମାନରେ ବସି କୃମ ବେଢାରେ ଥିବା ସୂର୍ଯ୍ୟ ମନ୍ଦିର ନିକଟରେ ଏକାଦଶୀ ଗୀତ ଗାୟନ ପରେ ବେଢା ପରିକ୍ରମା କରି ନାଟ୍ୟ ମଣ୍ଡପରେ ବିରାଜିତ ହେଲେ । ପାଳିଆ ପୂଜାପଣ୍ଡାଙ୍କ ଦ୍ୱାରା ରାଜଭୋଗ ନୈବେଦ୍ୟ , କର୍ପୁର ଆଳତି, ପିଷ୍ଟକ ଆଳତି, ଏକାଦଶୀ ବନ୍ଦାପନା ସହିତ ଶୋଡଷ ଉପଚାର ପୁଜାବିଦ୍ଧି ସମ୍ପନ୍ନ ପରେ ମହାଳତି ଲାଗିହୋଇ ଶ୍ରୀଜିଉମାନେ ରତ୍ନ ବେଦିକୁ ଫେରିଥିଲେ । ୧୦.୩୦ରେ ବଡସିଂହାର ନୀତି ସମ୍ପନ୍ନ ହେବାପରେ ରାତି ପହୁଡ ପଡିଥିଲା । 

 

Leave A Reply

Your email address will not be published.