ନାବାଳକଙ୍କ ହତ୍ୟାକାରୀ ଦ୍ୱୟଙ୍କୁ ଫାଶୀ ଦଣ୍ଡ ସହ କ୍ଷତିପୂରଣ ଦାବି

0

Kandhamal/ Gagan Ku Pradhan : ଦାରିଙ୍ଗବାଡ଼ି ଥାନା କଟାବାଡ଼ି ଗ୍ରାମର ଆଠବର୍ଷର ନାବାଳକ ରିତେଶ ପ୍ରଧାନକୁ ଅତି ଅମାନୁଷିକ ଭାବେ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଥିବା ମୀନକେତନ ପ୍ରଧାନ ଓ ସାଂମସନ ପ୍ରଧାନଙ୍କୁ ଫାଶିଦଣ୍ଡା ଦେଶ ଦିଆଯାଉ ବୋଲି ଦାବି କରି ଦାରିଙ୍ଗବାଡି ଅଞ୍ଚଳବାସୀ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।ଏହି ଅବସରରେ ଶତାଧିକ ମହିଳା ପୁରୁଷ ଏକାଠି ହୋଇ ହେଲିପେଡ଼ ପଡ଼ିଆରୁ ଜ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରି ଦାରିଙ୍ଗବାଡି ବଜାର ପରିକ୍ରମା କରିବା ସହ ରିତେଶର ଆତ୍ମାର ସଦଗତି କାମନା କରିଥିଲେ।ଏବଂ ହତ୍ୟାକାରୀଙ୍କୁ ଫାଶି ଦଣ୍ଡା ଦେଶ ଦେବା ସହ ମୃତକଙ୍କ ପରିବାରକୁ ଉଚିତ ନ୍ୟାୟ ପ୍ରଦାନ ସମେତ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି।

Leave A Reply

Your email address will not be published.