ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକି ପାଳିତ

0

ପାର୍ବତୀଗିରୀ ଅନାଥ ବୄଦ୍ଧାଶ୍ରମରେ ବସ୍ତ୍ର ଓ ଫଳ ବଣ୍ଟନ

ବରଗଡ଼/ଶାସକପ୍ରଶାସକ – ବରପାଲି ବ୍ଲକ ଅନ୍ତର୍ଗତ ଲେଣ୍ଡା ଗ୍ରାମର ସ୍ବୟଂସିଦ୍ଧା ଫାଉଣ୍ଡେସନ ପକ୍ଷରୁ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକି ସମଲାଇପଦରସ୍ଥିତ ପାର୍ବତୀଗିରି ଅନାଥା ବୄଦ୍ଧାଶ୍ରମ ଠାରେ ପାଳିତ ହୋଇଯାଇଛି ।ସ୍ବୟଂସିଦ୍ଧା ଫାଉଣ୍ଡେସନର ଉପଦେଷ୍ଟା କୌସ୍ତୁଭ ବୁଧିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବୟୋଜ୍ୟେଷ୍ଠ ସ୍ବାଧୀନତା ସଂଗ୍ରାମୀ ଜିତେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଏବଂ ସାହିତ୍ୟିକ ତଥା ଶିକ୍ଷାବିତ ଟେକଚାନ୍ଦ ଦୁଆନ,ବରିଷ୍ଠ ସାମ୍ବାଦିକ ଉମେଶ ବିଶ୍ବାଲ,ଯୁବ ସମାଜସେବୀ ଏମ.ଭେଙ୍କଟ ରାଓ  ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମହାତ୍ମାଗାନ୍ଧୀ ଓ ବହ୍ନିକନ୍ୟା ପାର୍ବତୀଗିରିଙ୍କ ପ୍ରତିଛବିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଓ ତ୍ୟାଗଶ୍ବତ ଜୀବନଦର୍ଶା ଉପରେ ଆଲୋଚନା କରିଥିଲେ ।ଏହି ଅବସରରେସ୍ବାଧୀନତା ସଂଗ୍ରାମୀ ଜିତେନ୍ଦ୍ର ପ୍ରଧାନଙ୍କୁ ଉପଡୌକନ ଓ ଟ୍ରଫି ଦେଇ ଫାଉଣ୍ଡେସନର ଟ୍ରଷ୍ଟି ଅନିରୁଦ୍ଧ ବାଗ ସମ୍ମାନିତ କରିଥିଲେ ।ସ୍ବୟଂସିଦ୍ଧା ଫାଉଣ୍ଡେସନ ପକ୍ଷରୁ ବୄଦ୍ଧାଶ୍ରମର ଅନ୍ତେବାସୀଙ୍କୁ ବସ୍ତ୍ର ଓ ଫଳ ବଣ୍ଟନ କରାଯାଇଥିଲା ।ଏହି ଅବସରରେ କବି ଲକ୍ଷଣ ସୁନା ଏକ କ୍ରାନ୍ତିକାରୀ କବିତା ପାଠ କରିଥିଲେ ।ସ୍ବୟଂସିଦ୍ଧା ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟି ଡ. ଶୁସିଲ କୁମାର ବାଗ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଟ୍ରଷ୍ଟି ରମେଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଉତ୍ସବରେ ପାର୍ବତୀଗିରି ଅନାଥା ବୄଦ୍ଧାଶ୍ରମର ପରିଚାଳକ ଜଳନ୍ଧର ପଟେଲ,ଉପେନ୍ଦ୍ର ମହାପାତ୍ର,ରାଜ୍ୟ ଯାଦବ ସମାଜ ଉପସଭାପତି ଧନସିଂ ଭୋଇ,ସାମ୍ବାଦିକ ସୁବ୍ରତ କୁମାର ସାହୁ,ସୁଦାମ ଭୋଇ,ମିତ୍ରଭାନୁ ନାଗ,ତଥା ବୄଦ୍ଧାଶ୍ରମର ଅନ୍ତେବାସୀ ମାନେ ଯୋଗଦେଇଥିଲେ ।

Leave A Reply

Your email address will not be published.