ନାବାଳିକା ସହ ଦୁଷ୍କର୍ମ ଉଦ୍ୟମ : ଅଭିଯୁକ୍ତ ଯୁବକକୁ ଜେଲ ଓ ଜୋରିମାନା

0

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଚିଲଡ୍ରେନ୍ସ କାମ୍ ପୋକ୍ସୋ କୋର୍ଟ ଜଜ୍ ଡ଼ଃ. ଭି. ସୁଜାତା ଆଜି ଏକ ନାବାଳିକା ସହ ବଳପୂର୍ବକ ଦୁଷ୍କର୍ମ ଉଦ୍ୟମ ମାମଲା ବିଚାର କରି ଅଭିଯୁକ୍ତ ଯୁବକ ଠାକୁରମୁଣ୍ଡା ଥାନା କାଦପାଣି ଗ୍ରାମର ଘନଶ୍ୟାମ ହେମ୍ବ୍ରମଙ୍କ ପୁଅ ଲକ୍ଷ୍ଣଣ  ହେମ୍ବ୍ରମଙ୍କୁ ଦୋଷୀ ସାବ୍ୟସ୍ତ କରିବା ସଂଗେସଂଗେ ଆଇପିସି ଧାରା ୩୫୪ରେ ୫ ବର୍ଷ କାରାଦଣ୍ଡ, ୨ ହଜାର ଟଙ୍କା ଅର୍ଥଦଣ୍ଡ ଓ ଏହା ଅନାଦେୟ ହେଲେ ଅଧିକ ୨ ମାସ କାରାଦଣ୍ଡର ରାୟ ଶୁଣାଇଛନ୍ତି । ସେହିପରି ୮ ପୋକ୍ସୋ ଆକ୍ଟ ରେ ୫ ବର୍ଷ କାରାଦଣ୍ଡ, ୨ ହଜାର ଟଙ୍କା ଜୋରିମାନା ଏବଂ ଏହା ଅନାଦେୟରେ ଅଧିକ ୨ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ । ଉକ୍ତ ସମସ୍ତ ଦଣ୍ଡାଦେଶ ଏକକାଳୀନ ଲାଗୁ ହେବ ବୋଲି ରାୟରେ ଉଲ୍ଲେଖ ରହିଥିବାରୁ ଅଭିଯୁକ୍ତ ଲକ୍ଷ୍ଣଣ  ହେମ୍ବ୍ରମ ମୋଟ ୫ ବର୍ଷ କାରାଦଣ୍ଡ ସହ ୪ ହଜାର ଟଙ୍କା ଅର୍ଥଦଣ୍ଡ ଏବଂ ଏହା ଅନାଦେୟ ହେଲେ ଅଧିକ ୪ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଗତ ୨୦୧୩ ଅଗଷ୍ଟ ୨୯ରେ ଏକ ନାବାଳିକା ତାର ସାଙ୍ଗମାନଙ୍କ ସହ ନିକଟସ୍ଥ ନଦୀ ତୁଠକୁ କାଣ୍ଡିଆର ଫଳ ଖାଇବାକୁ ଯାଇଥିବା ବେଳେ ଆସାମୀ ଲକ୍ଷ୍ଣଣ  ନାବାଳିକାକୁ କୌଶଳ କ୍ରମେ ଭୂଲାଇ ନଦୀର ଅପର ପାଶ୍ୱର୍କୁ ନେଇ ତା ସହ ବଳପୂର୍ବକ ଦୁଷ୍କର୍ମ କରିବା ନିମନ୍ତେ ଉଦ୍ୟମ କରିଥିବା ବେଳେ ନାବାଳିକା ଜୋରରେ ଚିକ୍ରାର ସହ କାନ୍ଦିବାରୁ ଆସାମୀ ପଳାଇଯାଇଥିଲା । ନାବାଳିକା ଘରକୁ ଆସି ସମସ୍ତ ବିଷୟ ପ୍ରକାଶ କରିବା ପରେ ତାର ବାପା ଠାକୁରମୁଣ୍ଡା ଥାନାରେ ଲିଖିତ ଅଭିଯୋଗକରିବା ପରେ ଥାନାରେ ୪୨/୨୦୧୩ରେ ଏକ ମାମଲା ରୁଜୁ ହୋଇଥିଲା । ଆଜି ଉକ୍ତ ମାମଲାରେ ଥିବା ୯ ସାକ୍ଷୀମାନଙ୍କ ବୟାନ ଓ ସମସ୍ତ ପ୍ରମାଣପତ୍ରକୁ ଭିତ୍ତିକରି ଆଦାଲତ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ସରକାରଙ୍କ ପକ୍ଷରୁ ଅଭିନ୍ନ ପଟ୍ଟନାୟକ ମାମଲାକୁ ପରିଚାଳନା କରିଥିଲେ । 

Leave A Reply

Your email address will not be published.