ସୁସ୍ଥ ପରମ୍ପରା : ଗୋଟିଏ ମଞ୍ଚରେ ଦୁଇ ପ୍ରତିଦ୍ବନ୍ଦ୍ବୀ 

0

ଏଫଏମ କଲେଜ୍ ଛାତ୍ର ସଂସଦ ବାର୍ଷିକ ଉତ୍ସବରେ ରବୀନ୍ଦ୍ର ଆଉ ଶ୍ରୀକାନ୍ତ 

ବାଲେଶ୍ୱର/UJJWAL KAR  କଲେଜ କାର୍ଯ୍ୟକ୍ରମକୁ କାହାକୁ ଅତିଥି ଭାବେ ଡକାଯିବ ତାକୁ ନେଇ ଅନେକ ଜାଗାରେ ନିଶାପ ହୋଇ ପାରୁନି ଯେ ବଡିଆପିଟା ଆଉ ଫଙ୍କସନ ବନ୍ଦ ହେଲା ପର୍ଯ୍ୟନ୍ତ କଥା ଯାଉଛି  |  ହେଲେ ବାଲେଶ୍ୱର  ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ର ସଂସଦର ୭୧ତମ ବାର୍ଷିକ  ଉତ୍ସବରେ କିନ୍ତୁ ଦେଖିବାକୁ ମିଳିଥିଲା ଭିନ୍ନ ଝଲକ | ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ ଦୁଇ ପ୍ରତିଦ୍ବନ୍ଦ୍ବୀ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା  ଓ ବର୍ତ୍ତମାନ ସଂସଦ ରବୀନ୍ଦ୍ର ଜେନା | ଉଭୟ ଭାଷଣ ଦେଇଥିଲେ ଓ ପରସ୍ପରକୁ ସମ୍ବୋଧନ ବି କରିଥିଲେ | ହେଲେ ରାଜନୀତି ନଥିଲା ଭାଷଣରେ ନଗଣ୍ୟ ବ୍ୟତିକ୍ରମକୁ ଛାଡି `| ବେଶ ସୁରୁଖୁରୁରେ ସାରିଥିଲା ବାର୍ଷିକୋତ୍ସବ | 

 ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଫକୀର ମୋହନ ସ୍ୱୟଂଶାସିତ କଲେଜ ବାର୍ଷିକୋତ୍ସବ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ  ହୋଇଯାଇଛି । ବାଲେଶ୍ୱର ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନା ଏଥିରେ ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିବା ସହିତ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଗୁଣାତ୍ମକ ଶିକ୍ଷା ବିକାଶର ଭିତ୍ତି ପ୍ରସ୍ତର ହୋଇଥିବା ବେଳେ ଏନେଇ ପ୍ରତ୍ୟେକ ମହଲରୁ ଯତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ଅନନ୍ତ ଦାସ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବ୍ୟକ୍ତିତ୍ୱ ନିର୍ମାଣରେ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସଫଳତାର ବିଭିନ୍ନ ଦିଗ ଉପରେ ଅଲୋଚନା କରିଥିଲେ । ତେବେ ଗୁଣାତ୍ମକ ଶିକ୍ଷା  ସହିତ ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ ଛାତ୍ରଛାତ୍ରୀଙ୍କ ମାନସିକ ଭିତ୍ତିଭୂମି ସୁଦୃଢ଼ ହେବା ଉଚିତ ବୋଲି ସେ କହିଥିଲେ । ସତ୍ୟସାଇ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନର ଅଧ୍ୟକ୍ଷ  ଇଂଜିନିୟର ବେଣୁମାଧବ ପଣ୍ଡା ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ  ଛାତ୍ରଛାତ୍ରୀମାନେ ଶିକ୍ଷାଗ୍ରହଣ ସହିତ  ସମୟାନୁବର୍ତ୍ତିତା ହେବାକୁ ପରାମର୍ଶ ଦେଇଥିଲେ ।  ମହାବିଦ୍ୟାଳୟ ଛାତ୍ରସଂସଦର ସଭାପତି ହରେକୃଷ୍ଣ ପ୍ରଧାନଙ୍କ ପୋରହିତ୍ୱରେ ଆୟୋଜିତ ଏହି ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଶ୍ରୀମୟ ଦାସଅଧିକାରୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଛାତ୍ର ସଂସଦର ଉପଦେଷ୍ଟା ଅଧ୍ୟାପକ ଡ. ବିରଜା ଶଙ୍କର ରଥ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଛାତ୍ର ସଂସଦର ସମ୍ପାଦକ ଚନ୍ଦନ ଦାସ ଏଥିରେ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଉପ-ସଭାପତି ମାନସ ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ର ସଂସଦର ସହ-ସମ୍ପାଦିକା ଲିପ୍ସା ପଣ୍ଡା ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଭାପରେ ଅନୁଷ୍ଠିତ  ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମନଭରି ଉପଭୋଗ କରିଥିଲେ । 

Leave A Reply

Your email address will not be published.