ଝିଅର ବ୍ୟକ୍ତିଗତ ଜୀବନ ଉପରେ ବାପାଙ୍କ ଜୋର ଚଳିବନି

0

 

ଭୁବନେଶ୍ୱର : ପୂର୍ବରୁ ମାନ୍ୟବର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଦେଇଥିବା ନିର୍ଦ୍ଦେଶ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରି କେରଳ ରାଜ୍ୟରେ ଘଟିଥିବା ଲଭ୍ ଜିହାଦ୍ ପ୍ରସଙ୍ଗରେ  ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ରଛନ୍ତି । ଝିଅର ବାପାଙ୍କୁ ତାଗିଦ କରି କହିଛନ୍ତି ଯେ ଝିଅର ବ୍ୟକ୍ତିଗତ ଜୀବନ ଉପରେ ହସ୍ତକ୍ଷେପ କରିବା ବା ମନମାନି କରିବାର ଅଧିକାର ବାପାର ନାହିଁ । କାରଣ ଝିଅର ବୟସ ୨୪ବର୍ଷ ହୋଇଥିବା ଯୋଗୁ ନିଜ ଭବିଷ୍ୟତ ସମ୍ପର୍କରେ ନିଷ୍ପତ୍ତି ନେବାକୁ ତାହାର ଅଧିକାର ଅଧିକାର ଅଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି  ।

ସୂଚନାଯୋଗ୍ୟ ଯେ, କେରଳରେ ଜଣେ ହିନ୍ଦୁ ଝିଅକୁ ମୁସଲମାନ ପୁଅ ବାହା ହେବା ଘଟଣାକୁ ଲଭ୍ ଜିହାଦ ନାମ ଦିଆଯାଇଥିଲା । ଏହି ପ୍ରସଙ୍ଗରେ ଝିଅର ବାପା କେରଳ ହାଇକୋର୍ଟରେ ମାମଲା ରୁଜୁ କରି ଦର୍ଶାଇଥିଲେ ଯେ, ତାଙ୍କ ଝିଅକୁ ମାନସିକସ୍ତରରେ ପ୍ରଭାବିତ କରି କରି ତାକୁ ଲଭ୍ ଜିହାଦ  ଜାଲରେ ଫସାଇ ଦିଆଯାଇଛି। ମାମଲାର ବିଚାର କରି ହାଇକୋର୍ଟ ଊପରୋକ୍ତ ବିବାହକୁ ଖାରଜ କରିଦେଇଥିଲେ। ତାପରେ ଏହି ମାମଲା ସୁପ୍ରିମକୋର୍ଟକୁ ଯେତେବେଳେ ଆସିଲା ମାନ୍ୟବର ଅଦାଲତ ଲଭ୍ ଜିହାଦ ଅଭିଯୋଗ ଓ ତାହାର ସମ୍ଭାବନା ଉପରେ ସବିଶେଷ ତଦନ୍ତ କରି ରିପୋର୍ଟ ଦେବାକୁ ଏନଆଇଏକୁ  ନିର୍ଦ୍ଦେଶ ଦେଇଥିଲେ  ।

ମାମଲାର ଶୁଣାଣି ବେଳେ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଖଣ୍ଡପୀଠ କହିଥିଲେ ଯେ, ଏହି ପ୍ରସଙ୍ଗଟି ଲଭ୍ ଜିହାଦ କି ନାହିଁ ତାହା ଭିନ୍ନ କଥା  । ହେଲେ ବିବାହକୁ  ଖାରଜ କରିବାର ଅଧିକାର ହାଇକୋର୍ଟଙ୍କ କଣ ଅଛି କି ବୋଲି ପ୍ରଶ୍ନ କରିଥିଲେ ଖଣ୍ଡପୀଠ । ମାମଲାର ଏନଆଇଏ ଯାଞ୍ଚ ପାଇଁ  ନିର୍ଦ୍ଦେଶ ଦେବା ପ୍ରସଙ୍ଗ ଉପରେ ବି ପ୍ରଶ୍ନ ଉଠାଇଛନ୍ତି ଖଣ୍ଡପୀଠ  ।  ହେଲେ ମାମଲାର  ପରବର୍ତୀ  ଶୁଣାଣୀ ଅକ୍ଟୋବର ୯ ତାରିଖକୁ ଧାର୍ଯ୍ୟ କରାଯାଇଛି  ।

ଏଠି ମନେ ପକାଇଦେବାକୁ ଚାହୁଁ ଯେ ଏହି ମାମଲାରେ ଏନଆଇଏ ତଦନ୍ତ  ନିର୍ଦ୍ଦେଶ ଦେଇଥିଲେ ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଜେ ଏସ ଖେହରଙ୍କୁ ନେଇ ଗଠିତ ଖଣ୍ଠପୀଠ  । ଝିଅଟିର ବ୍ରେନୱାସ କରାଯିବାର ସମ୍ଭାବନା ଉପରେ ତଦନ୍ତ କରିବା ପାଇଁ ଏନଆଇଏକୁ ସୁପ୍ରିମକୋର୍ଟ  ନିର୍ଦ୍ଦେଶ ଦେଇଥିଲେ  । 

Leave A Reply

Your email address will not be published.