MV 79 ପୋଲିସ ଦ୍ୱାରା ସଡ଼କ ସୁରକ୍ଷା ସଚେତନତା ରାଲି ଓ ସଚେତନତା କାର୍ଯ୍ୟକ୍ରମ

8

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ MV 79 ଠାରେ ସୋମବାର ଦିନ ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ MV 79 ଡାକ୍ତର ଶ୍ୟାମା ପ୍ରସାଦ ଜୁନିଅର କଲେଜ ଠାରୁ ଆରମ୍ଭ କରି MV 79 ବଜାର ପର୍ଯ୍ୟନ୍ତ ଏକ ସଚେତନତା ରାଲି ଆୟୋଜନ କରାଯାଇଥିଲା । ଏହି ରାଲିରେ MV 79 ଥାନା ଅଧିକାରିଣୀ ପୁର୍ଣିମା ଟେଟେ ଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ଏବଂ କଲେଜ ର ପ୍ରାୟ ୫୦୦ ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଓ ସାଧାରଣ ଜନତା ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମରେ ଟ୍ରାଫିକ ନିୟମ ଓ ମୋଟର ଯାନ ଆଇନର ନିୟମାବଳୀ ବିଷୟରେ ଆଲୋଚନା କରାଯାଇଥିଲା । ଗାଡି ଚାଳନା ସମୟରେ ହେଲମେଟ ବ୍ୟବହାର, ନିଶାଦ୍ରବ୍ୟ ଓ ମଦ୍ୟପାନ କରି ଗାଡି ନ ଚଲାଇବା, ନୋ ପାର୍କିଂ ଜୋନରେ ଗାଡି ନ ରଖିବା, ଆରସି, ଡ୍ରାଇଭିଂ ଲାଇସେନ୍ସ, ଇନସୁରାନ୍ସ ଭଳି ଆବଶ୍ୟକ କାଗଜପତ୍ର ରଖିବା ବିଷୟରେ ସଚେତନ କରାଯାଇଥିଲା । ଏହା ସହିତ ପିଏମ ରାହତ ଯୋଜନା ଏବଂ ଦୁର୍ଘଟଣା ସହାୟତା ସମ୍ବନ୍ଧୀୟ ଅନ୍ୟାନ୍ୟ ଯୋଜନା ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ଦୁର୍ଘଟଣା ସମୟରେ ସହାୟତା ପାଇଁ ୱାଟସଆପ୍ ଚାଟବଟ୍ ନମ୍ବର ପ୍ରଦାନ କରାଯାଇ ଏହାର ବ୍ୟବହାର ବିଧି ବିଷୟରେ ବୁଝାଯାଇଥିଲା ।

Leave A Reply

Your email address will not be published.