ଗୁରୁ ପୂଜନ ତଥା ସମ୍ବର୍ଦ୍ଧନା ଉତ୍ସବ: ଭଞ୍ଜନଗରରେ ପାଳିତ ହେଲା ଶିକ୍ଷକ ଦିବସ

8

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ​ ​ଗୁରୁ ପୂଜନ ତଥା ସମ୍ବର୍ଦ୍ଧନା ଉତ୍ସବ (ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ୧୩୯ତମ ଜନ୍ମ ଜୟନ୍ତୀ) ​ ମିଳିତ ପ୍ରାଥମିକ ଶିକ୍ଷକ ସଂଘ, ଭଞ୍ଜନଗର ଦ୍ଵାରା ଆୟୋଜିତ ହୋଇଥିଲା ବେଲେଶ୍ୱର କଲ୍ୟାଣ ମଣ୍ଡପ (କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସାମ୍ନା), ଭଞ୍ଜନଗରରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ​ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ (ମାନ୍ୟବର ବିଧାୟକ, ଭଞ୍ଜନଗର) ସମ୍ମାନୀତ ଅତିଥି ଭାବେ ​ଶ୍ରୀଯୁକ୍ତ ଗୋପବନ୍ଧୁ ମହାପାତ୍ର (ପୌରାଧ୍ୟକ୍ଷ, ଭଞ୍ଜନଗର), ​ଶ୍ରୀମତୀ ଲୋପାମୁଦ୍ରା ରଥ (ଗୋଷ୍ଠୀ ଶିକ୍ଷା ଅଧିକାରୀ). ​ଧୋବା ଗୌଡ଼,​ଜଗବନ୍ଧୁ ଜେନା, ରାମଚନ୍ଦ୍ର ଗୌଡ଼, ସରୋଜ ଶତପଥୀ (ପ୍ରାକ୍ତନ ଶିକ୍ଷକ) ସବୁ ଯୋଗଦାନ କରିଥିଲେ |
​ଅବସରପ୍ରାପ୍ତ ଶିକ୍ଷକ ସମ୍ବର୍ଦ୍ଧନା: ମିଳିତ ଶିକ୍ଷକ ମଞ୍ଚର ସହଯୋଗରେ ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ଶ୍ରଦ୍ଧା ଓ ସମ୍ମାନ ଜଣାଯାଇଥିଲା।
ଶିକ୍ଷକମାନଙ୍କ ସ୍ୱାଗତ ସଙ୍ଗୀତ ଏବଂ କୁନି କୁନି ଛାତ୍ରଛାତ୍ରୀଙ୍କ ସଚେତନତାମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ ଗୀତ ସମସ୍ତଙ୍କ ମନ ମୋହିଥିଲା। ଘୁମୁସର ଅଞ୍ଚଳର ଶହ ଶହ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଗୁରୁଜନ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
​ଅତିଥିମାନେ ସମାଜରେ ଶିକ୍ଷକଙ୍କ ଭୂମିକାକୁ ଆଇନ ସଦୃଶ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରିବା ସହ ଆଜି ମଧ୍ୟ ଗୁରୁ ପୂଜା ପରମ୍ପରାକୁ ଜୀବନ୍ତ ରଖିଥିବାରୁ ସମସ୍ତ ଶିକ୍ଷକ ଓ ଅଭିଭାବକଙ୍କୁ ଧନ୍ୟବାଦ ଜଣାଇଥିଲେ।
ପ୍ରକାରାନ୍ତରେ କହିବାକୁ ଗଲେ ଆଜି କାଲି ଦୁନିଆରେ ଅନେକ ଗୁରୁ ଅଛନ୍ତି,ଛୋଟ ଶିଶୁମାନଙ୍କର ପ୍ରତିଭାକୁ ଭୁଲି, କେବଳ ସମାଜର ତଥାକଥିତ ସମ୍ମାନନୀୟ ଶିକ୍ଷା ବ୍ୟବସ୍ଥା ରେ ଶିଷ୍ୟ ମାନଙ୍କୁ ଆଦର କରନ୍ତି। ସେହିପରି କ୍ଷେତ୍ରରେ ଶିଷ୍ୟ ମାନେ କିନ୍ତୁ ସେହି ଗୁରୁ ଶିକ୍ଷକ ମାନଙ୍କ ସହଯୋଗ ସହାନୁଭୂତି କୁ ଭୁଲିଵା କଥା ନୁହେଁ । ଠିକ୍ ସେହିପରି ଗୁରୁ ଶିକ୍ଷକ ମାନେ ମଧ୍ୟ ସମ୍ନାନ ମିଳୁ ନ ମିଳୁ ଯୋଗ୍ୟ ଶିଷ୍ୟ ମାନଙ୍କୁ ପରିତ୍ୟାଗ କରିବା କଥା ନୁହେଁ। କାହିଁକି ନାଁ ଏକ ଲବ୍ୟ ପରି ଶିଷ୍ୟ ଓ ଦ୍ରୋଣାଚାର୍ଯ୍ୟ ପରି ଗୁରୁ ଏବେବି ସଂସାରରେ କେଉଁଠି ନା କେଉଁଠି ନିଶ୍ଚୟ ବିଦ୍ୟମାନ। ତାହାକୁ କେବଳ ସଠିକ୍ ଗୁରୁ ହିଁ ଦେଖି ପାରିବ।

Leave A Reply

Your email address will not be published.