ଭଞ୍ଜନଗରରେ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ‘ସେବା ସମ୍ମାନ’: ତ୍ରିରଙ୍ଗା ମିଡ଼ିଆ ଓ ସାମାଜିକ ଅନୁଷ୍ଠାନର ପ୍ରଶଂସନୀୟ ପଦକ୍ଷେପ

10

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ​ରୋଗୀଙ୍କ ଜୀବନ ବଞ୍ଚାଇବା ଓ ଉଚିତ ଚିକିତ୍ସା ସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ୧୦୮ ଆମ୍ବୁଲାନ୍ସ ସେବାର ବ୍ୟବସ୍ଥା କରିଛନ୍ତି। ପ୍ରତି ଆମ୍ବୁଲାନ୍ସରେ ନିୟୋଜିତ ତିନିଜଣିଆ କର୍ମଚାରୀ ଦଳ ଖରା, ବର୍ଷା, ଶୀତ କିମ୍ବା ନିଜର ଶହ ଶହ ସମସ୍ୟାକୁ ଖାତିର ନକରି ଦିନରାତି ଜନସେବାରେ ନିଜକୁ ନିୟୋଜିତ ରଖିଥାନ୍ତି।
​ଏହି ଅବିରତ ସେବାକୁ ସମ୍ମାନ ଜଣାଇ ଭଞ୍ଜନଗରର ଅଗ୍ରଣୀ ପଞ୍ଜିକୃତ ‘ତ୍ରିରଙ୍ଗା ମିଡ଼ିଆ ଓ ସାମାଜିକ ଅନୁଷ୍ଠାନ’ ପକ୍ଷରୁ ଏକ ବିଶେଷ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଭଞ୍ଜନଗର ମେଡ଼ିକାଲ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୯ ଜଣ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ‘ସେବା ସମ୍ମାନ’ରେ ସମ୍ମାନିତ କରାଯାଇଛି। ସେମାନଙ୍କୁ ଉପଢୌକନ, ମାନପତ୍ର, ଶୁଖିଲା ଖାଦ୍ୟ ଓ ବିଭିନ୍ନ ଉପହାର ପ୍ରଦାନ କରାଯାଇଥିଲା।
​ଆଜିକାଲିର ସମାଜରେ ଅନେକ ସମୟରେ ବିନା କାର୍ଯ୍ୟରେ ସମ୍ମାନ ହାସଲ କରୁଥିବା ଲୋକଙ୍କ ଗହଣରେ, ପ୍ରକୃତ ସେବାବ୍ରତୀଙ୍କୁ ଖୋଜି ବାହାର କରି ସମ୍ମାନିତ କରିଥିବାରୁ ଆମ୍ବୁଲାନ୍ସ କର୍ମଚାରୀମାନେ ତ୍ରିରଙ୍ଗା ମିଡ଼ିଆ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ମଧ୍ୟ ସମାଜର ବିଭିନ୍ନ କ୍ଷେତ୍ରରେ ନିଷ୍ଠାର ସହ ସେବା ଯୋଗାଉଥିବା ବ୍ୟକ୍ତିବିଶେଷଙ୍କୁ ଏହିପରି ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ସଦସ୍ୟମାନେ ପ୍ରତିଶ୍ରୁତି ଦେଇଛନ୍ତି।

Leave A Reply

Your email address will not be published.