ଗୁଣପୁରରେ ନୂତନ ‘ଲାୟନ୍ସ କ୍ଲବ୍ କଳିଙ୍ଗ’ ସ୍ଥାପନ ଉତ୍ସବ l

9

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣପୁର ସହରସ୍ଥିତ ହୋଟେଲ ଶ୍ରୀ ସତ୍ୟ ରେସିଡେନ୍ସି ସମ୍ମିଳନୀ କକ୍ଷରେ ‘ଲାୟନ୍ସ କ୍ଲବ୍ ଗୁଣପୁର କଳିଙ୍ଗ’ର ନୂତନ କମିଟି ଗଠନ ତଥା ଚାର୍ଟର ପ୍ରଦାନ ଏବଂ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ସମୁଦାୟ ୨୨ ଜଣ ସଦସ୍ୟଙ୍କୁ ନେଇ ସମାଜସେବା ଲକ୍ଷ୍ୟରେ ଏହି ନୂତନ କ୍ଲବ୍ ଗଠନ କରାଯାଇଛି।
ଏହି ସମାରୋହରେ ରାୟଗଡା କ୍ଲବ ର ପ୍ରଥମ ଜୋନାଲ ଚେୟାରପର୍ସନ ଲାଲ୍ ବିହାରୀ ଲେଙ୍କା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ରାୟଗଡା ଲାୟନ୍ସ ଜିଲ୍ଲା ଗଭର୍ଣ୍ଣର ଲାୟନ୍ ଇଂ. ଅଶ୍ୱିନୀ ଦାଶ ଏବଂ ତାଙ୍କ ଧର୍ମପତ୍ନୀ ପ୍ରଥମ ମହିଳା ଲାୟନ୍ ସୁଶ୍ରୀତା ଦାଶ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅନ୍ୟାନ୍ୟ ଅତିଥିଙ୍କ ମଧ୍ୟରେ ରିଜିଓନାଲ ଚେୟାରପର୍ସନ (ଆଞ୍ଚଳିକ ଅଧ୍ୟକ୍ଷ) ଡ. ଲାୟନ୍ ଦୁଷ୍ମନ୍ତ କୁମାର ମହାନ୍ତି, ଦ୍ୱିତୀୟ ଜୋନାଲ ଚେୟାରପର୍ସନ ଜି. ରାମକୃଷ୍ଣ, କ୍ୟାବିନେଟ ସମ୍ପାଦକ ଟି. ଜୟରାମ ଲାୟନ୍ ଉମା ଚରଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ନୂତନ ସଦସ୍ୟମାନଙ୍କୁ ସମାଜସେବା ପାଇଁ ଉତ୍ସାହିତ କରିଥିଲେ। ଏଥିସହ ରାୟଗଡ଼ାର ତିନୋଟି କ୍ଲବ୍ ଯଥା— ଲାୟନ୍ସ କ୍ଲବ୍ ରାୟଗଡ଼ା, ଅପରାଜିତା ଓ ନାଗାବଳୀର ପ୍ରମୁଖ କର୍ମକର୍ତ୍ତାମାନେ ଯୋଗଦେଇ ନୂତନ କ୍ଲବକୁ ସ୍ୱାଗତ କରି ଉତ୍ସାହିତ କରିଥିଲେ
କ୍ଲବ୍‌ର ନୂତନ କାର୍ଯ୍ୟକାରିଣୀ କମିଟି ଲୟନ ଇଂ ବିଷ୍ଣୁ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠନ କରାଯାଇଥିଲା
ନୂତନ କର୍ମକର୍ତ୍ତା ଯଥା ସଭାପତି ଭାବେ ଏସ :ବାବା ପ୍ରସାଦ ମୋନନୀତ ହୋଇଥିବା ବେଳେ ଉପ-ସଭାପତି ଭାବେ ରାଜେଶ ପଟ୍ଟନାୟକ ଏଲ୍.ସି.ଆଇ.ଏଫ୍ ଅଧ୍ୟକ୍ଷ ଡ. ଚନ୍ଦ୍ରଧ୍ୱଜ ପଣ୍ଡା ସମ୍ପାଦକ ଏ ଭେକେଟ ରାଓ, କୋଷାଧ୍ୟକ୍ଷ ଏ. ମଣିକାଣ୍ଠl ,
ଟେମର ଭାବେ ବରୁଣ ଓଝା ଟେଲ୍ ଟ୍ୱିଷ୍ଟର ଭାବେ ପ୍ରବୀଣ ପଟ୍ଟନାୟକ ଓ ବୋର୍ଡ ଅଫ ଡାଇରେକଟର ଭାବେ ୩ଜଣ ରାମ ପଣ୍ଡା, ଶଶୀ ଭୂଷଣ ମହାନ୍ତି, ଟି. ଶ୍ରୀକାନ୍ତ ପ୍ରମୁଖ ଙ୍କୁ ନିଆଯାଇଛି.ଏହି ନୂତନ ସଦସ୍ୟ ଙ୍କୁ ଇଂ ଅଶ୍ୱନୀ ଦାସ ଶପଥ ପାଠ କରାଇଥିଲେ.
ଆଗାମୀ ଦିନରେ ଗୁଣପୁର ତଥା ଆଖପାଖ ଅଞ୍ଚଳରେ ସ୍ୱାସ୍ଥ୍ୟ, ଶିକ୍ଷା ବୃକ୍ଷ ରୋପଣ ଏବଂ ଗରିବ ଅସହାୟ ଲୋକଙ୍କ ସେବା ଦିଗରେ କ୍ଲବ୍ ନିଷ୍ଠାର ସହ କାର୍ଯ୍ୟ କରିବ ବୋଲି ନବନିର୍ବାଚିତ ସଭାପତି ଓ ସଦସ୍ୟମାନେ ସଂକଳ୍ପ ନେଇଛନ୍ତି।

Leave A Reply

Your email address will not be published.