ବ୍ରହ୍ମପୁର ସହର ସ୍ଥାନୀୟ ବାବାଜୀତୋଟା ସାହି ସ୍ଥିତ ଡକ୍ଟରର୍ସ ଫୋରମ୍ ର କାର୍ଯ୍ୟାଳୟ ଠାରେ ଡକ୍ଟରର୍ସ ଫୋରମ୍,ବ୍ରହ୍ମପୁର ର ଚଳିତ ସେପ୍ଟେମ୍ୱର ମାସର ମାସିକ ବୈଠକ ସଭାପତି ଡାକ୍ତର.ଶଙ୍କର୍ଷଣ ପାତ୍ର ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ପ୍ରଥମେ ତିନି ଥର “ଓଁକାର ମନ୍ତ୍ର ଓ ସର୍ବେ ଭାବନ୍ତୁ ସୁଖିନଃ” ଧ୍ୱନି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହି ବୈଠକରେ ଫୋରମ୍ ବହୁ ଆନୁସାଙ୍ଗିକ ବିଷୟ ଏବଂ ଆସନ୍ତା ନଭେମ୍ଵର ମାସ ପର୍ଯ୍ୟନ୍ତ ଫୋରମ୍ ର ଅନେକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା ।
ଏହି ବୈଠକ ରେ କୋଷାଧକ୍ଷ ଡାକ୍ତର.ସମରେନ୍ଦ୍ର କୁମାର ସାହୁ ଙ୍କ ସମେତ ଡାକ୍ତର.ଇନ୍ଦୁଭୂଷଣ ପଟ୍ଟନାୟକ, ଡାକ୍ତର.ପ୍ରଶାନ୍ତ କୁମାର ପଣ୍ଡା, ଡାକ୍ତର.ଗୀତାଞ୍ଜଳି ପଟ୍ଟନାୟକ, ଡାକ୍ତର.ଟି.ଅଜୟ କୁମାର ପାତ୍ର, ଡାକ୍ତର.ସିଏଚ୍.ଗାନ୍ଧୀ ଚୌଧୁରୀ, ଡାକ୍ତର.ଭାସ୍ଵତୀ ପଣ୍ଡା, ଡାକ୍ତର.ରବୀନ୍ଦ୍ରନାଥ ଗନ୍ତାୟତ, ଡାକ୍ତର.ସିଦ୍ଧନାଥ କର ପ୍ରମୁଖ ଉପସ୍ଥିତ ଥିଲେ ।
ପରିଶେଷରେ ଜାତୀୟ ସଙ୍ଗୀତ ଗାଇବା ସହ ବୈଠକକୁ ସମାପନ କରାଯାଇଥିଲା ।
କୋଷାଧକ୍ଷ ଡାକ୍ତର.ସମରେନ୍ଦ୍ର କୁମାର ସାହୁ ଉପସ୍ଥିତ ସମସ୍ତ ଡାକ୍ତର ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।