ହିଞ୍ଜିଳିକାଟୁ ସମ୍ବାଦ ପକ୍ଷରୁ ଛାତ୍ରଛାତ୍ରୀଙ୍କ ଭିତରେ ସୃଜନାତ୍ମକ ପ୍ରତିଯୋଗିତା

14


ହିଞ୍ଜିଳିକାଟୁ:୦୬/୦୯/୨୬(ରଜତ ପଟ୍ଟନାୟକ)
: ହିଞ୍ଜିଳିକାଟୁ ସମ୍ବାଦ ପକ୍ଷରୁ ଏନଏସି ହାଇସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କ ଭିତରେ ସୃଜନାତ୍ମକ ପ୍ରତିଯୋଗିତା ଅନୁଷ୍ଠିତ ହୋଇହୋଇଛି।ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସୃଜନାଶୀଳତା ଓ ଦକ୍ଷତାକୁ ଉନ୍ନତ କରିବା।ସାମ୍ବାଦିକ ନିଳାଞ୍ଚଳ ସାହୁଙ୍କ ସଂଯୋଜନାରେ,ଛାତ୍ର ଛାତ୍ରୀ ମାନେ ଚିତ୍ରାଙ୍କନ,ହସ୍ତାକ୍ଷର, ଭାଷାଜ୍ଞାନ ଏବଂ ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶ ନେଇଛନ୍ତି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ହିଞ୍ଜିଳିକାଟୁ ପୌର ପରିଷଦର ଅଧ୍ୟକ୍ଷ ସୁବାଷ ପଲେଇ,ଉପାଧ୍ୟକ୍ଷା ଶ୍ରୀମତୀ ସୁଚିତ୍ରା ପଣ୍ତା ଯୋଗ ଦେଇଥିଲେ।

ସେହିପରି ମୁଖ୍ୟ ବକ୍ତା ଭାବେ ହିଞ୍ଜିଳିକାଟୁ ବ୍ଲକ୍ ର ଗୋଷ୍ଟି ଉନ୍ନୟନ ଅଧିକାରୀ ସୁଶ୍ରୀ ସାଗରିକା ଷଡଙ୍ଗୀ ଯୋଗ ଦେଇଥିଲେ।ଏହି ପ୍ରତିଯୋଗିତା ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।

Leave A Reply

Your email address will not be published.