ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ ଓ ହିଞ୍ଜିଳିକାଟୁ ପତଞ୍ଜଳି ଯୋଗଶାଖାର ବାର୍ଷିକ ଉତ୍ସବ

16


ହିଞ୍ଜିଳିକାଟୁ:୦୬/୦୯/୨୬(ରଜତ ପଟ୍ଟନାୟକ)ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ,ହିଞ୍ଜିଳିକାଟୁ ପତଞ୍ଜଳି ଯୋଗୋଶାଖାର ବାର୍ଷିକ ଉତ୍ସବ ବିଶେଷ ଅବସରରେ ବ୍ରହ୍ମଲିନ ବେଦାନ୍ତ କେଶରୀ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଶତବାର୍ଷିକୀ ଜନ୍ମଜୟନ୍ତୀ ଓ ଜନ୍ମାଷ୍ଟମୀ ତିଥିର ବଳିଦାନ ଦିବସ ଉପଲକ୍ଷେ ସମର୍ପିତ ପୂର୍ବକ ଅନେକ ସ୍ଵୟଂସେବକ ଓ ଆଞ୍ଚଳିକ ସମାଜସେବୀ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ରହି ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ସ୍ମୃତିଚାରଣ ସଭା ସହ ସମୂହ ଦୀପଦାନ ଭଳି ସୁନ୍ଦର କାର୍ଯକ୍ରମ ଅନୁଷ୍ଠିତ କରାଯାଇଥିଲା।ଏଠାରେ ସ୍ୱାମୀଜୀ ଙ୍କ ସେବା ଓ ସାଧନା ଆମ ହିନ୍ଦୁ ସମାଜ ପାଇଁ କିପରି ପ୍ରେରଣାର ଉତ୍ସ ଓ ମହତ୍ତ୍ୱପୂର୍ଣ୍ଣ ଥିଲା ତାହା ବ୍ୟକ୍ଷା କରାଯାଇଥିଲା।ସେ ବିଶ୍ଵ ହିନ୍ଦୁ ପରିଷଦ ଦାୟିତ୍ଵ ସମୟରେ ଓଡ଼ିଶା କନ୍ଧମାଳ ଜିଲ୍ଲାରେ ଖ୍ରୀଷ୍ଟିଆନ ଧର୍ମାନ୍ତିକରଣ ର ପ୍ରବାହକୁ ନିଜ ଯୋଗସାଧନା ଓ ଆଧ୍ୟାତ୍ମିକତାର ଅପୁର୍ବ ବଳ ପ୍ରୟୋଗ କରି ଦୃଢ ଦମନ କରିପାରିଥିଲେ।ତାହା ଏକ ମହତ୍ତ୍ୱପୂର୍ଣ୍ଣ ଶିଖ୍ୟା ଭାବେ ଗ୍ରହଣ କରାଯିବାକୁ ଏଠାର ହିନ୍ଦୁ ସମାଜ ଆହ୍ବାନ କରାଯାଇଥିଲା।ହିନ୍ଦୁ ଧର୍ମର ସୁରକ୍ଷା ନିମନ୍ତେ ସ୍ବାମୀଜୀଙ୍କ ଜୀବନଭରି ତ୍ୟାଗ,ନିଷ୍ଠା ସମର୍ପଣର ଜଳାଞ୍ଜଳି,ତାଙ୍କ ମୃତ୍ୟୁର ୧୮ବର୍ଷ ପରେ ମଧ୍ୟ କିପରି ଅବିସ୍ମରଣୀୟ ରଖାଜିବ ତାହା ଆଲୋଚନା ସହିତ ତାଙ୍କ ନିର୍ମମ ହତ୍ୟାର ରହସ୍ୟକୁ ସର୍ବାଧରଣରେ ଜଲଦି ପ୍ରକାଶ କରିବା ବର୍ତ୍ତମାନ ଓଡ଼ିଶା ଲୋକଙ୍କ ସରକାର ପାଖରେ ମିଡ଼ିଆ ବନ୍ଧୁ ମାନଙ୍କ ଦ୍ଵାରା ଅନୁରୋଧ କରାଯାଇଥିଲା।ତେବେ ଏହି କାର୍ଯ୍ୟକ୍ରମ ପତଞ୍ଜଳୀ ଯୋଗ ଶାଖାର ସଂଚାଳକ ଶ୍ରୀ କରୁଣାକର ବାଡତ୍ୟା ଙ୍କ ପୋରୋହିତ୍ୟରେ ଆରମ୍ଭ ହୋଇଥିବା ବେଳେ ରେ ମୁଖ୍ୟ ଅତିଥି ରୂପେ ମହନ୍ତ ଶ୍ରୀ ହରିହର ଦାସ ମହାରାଜ,ମୁଖ୍ୟ ବକ୍ତା ଭାବେ ଶ୍ରୀ ସୂର୍ଯ୍ୟ ନାରାୟଣ ପାଣିଗ୍ରାହି,ସମ୍ମାନିତ ଅତିଥିଭାବେ ପତଞ୍ଜଳି ଯୋଗ ଶାଖା କର୍ୟବାହ ଶ୍ରୀ ଉମାଚରଣ ପାଢୀ ଏବଂ ବିଶିଷ୍ଟ ସମାଜସେବୀ ଶ୍ରୀ ସନ୍ତୋଷ ସାବତ ଯୋଗ ଦେଇଥିଲେ ଏବଂ ଅନ୍ୟମାନେ ସହଯୋଗ ଯୋଗାଇ ଦେଇଥିଲେ ।

Leave A Reply

Your email address will not be published.