ସେବାନିବୃତ୍ତ ପ୍ରଧାନଶିକ୍ଷକ ଜଳନ୍ଧର ରଥଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

13


ଓଡ଼ଗାଁ, ୦୬।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ପିଏମଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସେବାନିବୃତ୍ତ ପ୍ରଧାନଶିକ୍ଷକ ଜଳନ୍ଧର ରଥଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଅଧିବାସ ପଣ୍ଡା ଓ ପୂର୍ବତନ ପ୍ରଧାନଶିକ୍ଷୟିତ୍ରୀ ବସିରନବିବି ବିଶେଷ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଦିବାକର ନାୟକ, ସତ୍ୟନାରାୟଣ ଆଚାର୍ଯ୍ୟ, ରାଜକିଶୋର ସାହୁ, ବଂଶୀଧର ପାଳ, ଶୁକଦେଇ, ଶୈଳବାଳା ମହାପାତ୍ର, ଯୁଗଳକିଶୋର ସାହୁ, ଦିବ୍ୟଲୋଚନ ବରାଡ଼, ବରେନ୍ଦ୍ର କୁମାର ନନ୍ଦ, ଦିଲୀପ କୁମାର ହୋତା, ରଞ୍ଜନ କୁମାର ଦାଶ, ପଞ୍ଚାନନ ପଣ୍ଡାଙ୍କ ସମେତ ବହୁ ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗଦେଇଥିଲେ। ବକ୍ତାମାନେ ଜଳନ୍ଧର ରଥଙ୍କ ଅଦମ୍ୟ ସାହସ, ଦୃଢ଼ ଇଚ୍ଛାଶକ୍ତି ଓ ସଙ୍କଳ୍ପର ପ୍ରଶଂସା କରିଥିଲେ। ତାଙ୍କ ନେତୃତ୍ୱରେ ପ୍ରାୟ ୮ ବର୍ଷ ବିଳମ୍ବରେ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଆୟୋଜିତ ହୋଇଥିବାରୁ ତାଙ୍କ ଅବଦାନକୁ ସମସ୍ତେ ସ୍ମରଣ କରିଥିଲେ। ବିଦ୍ୟାଳୟ ପକ୍ଷରୁ ଜଳନ୍ଧର ରଥଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଓ ବିଦାୟକାଳୀନ ସଙ୍ଗୀତ ପରିବେଷଣ କରିଥିଲେ। ଶିକ୍ଷକ ସସ୍ମିତା ସ୍ୱାଇଁ ଓ ଏକଲବ୍ୟ ଦାଶ ସଂଯୋଜନା କରିଥିବାବେଳେ ସନ୍ତୋଷ କୁମାର ମହାପାତ୍ର, ଜ୍ୟୋତି ପ୍ରକାଶ ପ୍ରଧାନଙ୍କ ସମେତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

Leave A Reply

Your email address will not be published.