ଓଡ଼ିଶା ପରିବେଶ କଂଗ୍ରେସ ୧୭ତମ ଅଧିବେଶନ ପାଇଁ ପ୍ରସ୍ତୁତି ବୈଠକ

38

“ପରିବେଶ ଓ ପ୍ରଯୁକ୍ତି” ବିଷୟବସ୍ତୁକୁ ନେଇ ଏନ୍ ଆଇ ଟି ରାଉରକେଲାରେ ନଭେମ୍ବର ୩ ରୁ ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ

ଭୁବନେଶ୍ୱର, ୫ ସେପ୍ଟେମ୍ବର ୨୦୨୬: ଓଡ଼ିଶା ପରିବେଶ କଂଗ୍ରେସର ୧୭ତମ ଅଧିବେଶନର ସଫଳତା ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପ୍ରାକୃତିକ ଇତିହାସ ସଂଗ୍ରହାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଚଳିତ ବର୍ଷର ଅଧିବେଶନର ବିଷୟବସ୍ତୁ ରହିଛି “ପରିବେଶ ଓ ପ୍ରଯୁକ୍ତି” l ଆସନ୍ତା ନଭେମ୍ବର ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଏହା ଦେଶର ପ୍ରତିଷ୍ଠିତ ବୈଷୟିକ ଶିକ୍ଷା ପ୍ରତିଷ୍ଠାନ ଏନ୍ ଆଇ ଟି ରାଉରକେଲାରେ ଅନୁଷ୍ଠିତ ହେବ l
ବୈଠକରେ ଓଡ଼ିଶାର ପରିବେଶ ସୁରକ୍ଷା, ନିରନ୍ତର ବିକାଶ ଏବଂ ପରିବେଶ କ୍ଷେତ୍ରରେ ପ୍ରଯୁକ୍ତିର ବ୍ୟବହାର ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ପରିବେଶ ଉପରେ ପ୍ରଯୁକ୍ତିର ପ୍ରଭାବ ଓ ସମ୍ପ୍ରତି ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ପ୍ରଯୁକ୍ତିର ବ୍ୟବହାର ର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା l

ବୈଠକରେ ପରିବେଶ କଂଗ୍ରେସ ର ଅଧ୍ୟକ୍ଷ ଡ ଅରବିନ୍ଦ ବେହେରା ଅଧ୍ୟକ୍ଷତା କରିଥିଲେ ଏବଂ ସଂଗଠନର କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ସୁଦର୍ଶନ ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।

ଏନ୍ ଆଇ ଟି ରାଉରକେଲାର ଖଣିଜ ଶାସ୍ତ୍ର ବିଭାଗର ପ୍ରଫେସର ତଥା ପରିବେଶ କଂଗ୍ରେସର ସ୍ଥାନୀୟ ଆୟୋଜକ କମିଟିର ସଭାପତି ହିମାଂଶୁ ଶେଖର ସାହୁ ଯୋଗଦେଇ ୧୭ତମ ଓଡ଼ିଶା ପରିବେଶ କଂଗ୍ରେସ୍‌ର ସମ୍ପୂର୍ଣ୍ଣ ଆୟୋଜନର ଯୋଜନା, କାର୍ଯ୍ୟକ୍ରମର ରୂପରେଖ ଓ ତାଙ୍କ ତରଫରୁ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରିଥିଲେ। ଆଗାମୀ ପରିବେଶ କଂଗ୍ରେସ ର ଅଧିବେଶନ ପାଇଁ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ତଥା ବିଭିନ୍ନ ଅଧିବେଶନର ଅଧ୍ୟକ୍ଷ ମାନଙ୍କର ଏକ ତାଲିକା ପ୍ରସ୍ତୁତ ହେବା ସହିତ ଦେଶ ବିଦେଶରୁ ଗବେଷଣା ଭିତ୍ତିକ ପ୍ରବନ୍ଧ ଆହ୍ୱାନ ପାଇଁ ଲେଖକ ମାନଙ୍କୁ ଯୋଗାଯୋଗ କରିବା ପାଇଁ ଖସଡ଼ା ପ୍ରସ୍ତୁତ ହୋଇଥିଲା l

ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପିଲାଙ୍କ ପରିବେଶ କଂଗ୍ରେସ ମଧ୍ୟ ଅନୁଷ୍ଠିତ ହେବ l ଏଥିରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କ ଭିତରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ହେବ l ପିଲାଙ୍କ ଭିତରେ ପରିବେଶ ସୁରକ୍ଷାପାଇଁ ବିଭିନ୍ନ ସୃଜନlତ୍ମକ ପ୍ରକଳ୍ପ ତଥା ପରିବେଶ ପାର୍ଲିଆମେଣ୍ଟ ଆୟୋଜନ ହେବ l ସାକ୍ରେଟିସ ଫାଉଣ୍ଡେସନ ଏହାକୁ ଆୟୋଜନ କରିବ ଏବଂ ଫାଉଣ୍ଡେସନର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଦେବଜିତ୍ ମିତ୍ତ୍ର ଏ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା କରିଥିଲେ l ପୂର୍ବବର୍ଷ ପରି ପ୍ରଫେସର ରାଧାମୋହନ ଗ୍ରୀନ ଆମ୍ବାସାଡାର ପୁରସ୍କାର, ପଦ୍ମଶ୍ରୀ ଅଜୟ ପରିଡ଼ା ଯୁବ ବୈଜ୍ଞାନିକ ପୁରସ୍କାର, ଏସ ବି ମିଶ୍ର ଗ୍ରୀନ କର୍ପୋରେଟ ପୁରସ୍କାର ତଥା ଅବସର ବେଉରା ଯୁବ ପରିବେଶବିତ୍ ପୁରସ୍କାର ପ୍ରଦାନ କରାଯିବ ଏବଂ ଏଥି ପାଇଁ ଦରଖାସ୍ତ ଆହ୍ୱାନ କରିବା ପାଇଁ ବୈଠକରେ ନିଷ୍ପତି ହୋଇଛି l
ଯୋଗଦେଇଥିଲେ।

ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା, ପ୍ରାକୃତିକ ସମ୍ପଦ ସୁରକ୍ଷା ଏବଂ ପ୍ରଯୁକ୍ତିଭିତ୍ତିକ ବିକାଶ ଉପରେ କଂଗ୍ରେସ୍‌ରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ପ୍ରସିଡିଂସ କମିଟି ର ସମ୍ପାଦକ ପ୍ରଫେସର ଶରତ ପାଳିତା କହିଥିଲେ l
ଏହି ବୈଠକରେ ଅନେକ ବିଶେଷଜ୍ଞ, ବୈଜ୍ଞାନିକ, ପରିବେଶବିତ୍ ତଥା ସମାଜ କର୍ମୀ ମାନେ ଯୋଗ ଦେଇଥିଲେ l ସେମାନଙ୍କ ମଧ୍ୟରେ ଅଛନ୍ତି ପ୍ରଫେସର ସୁନ୍ଦର ନାରାୟଣ ପାତ୍ର, ପ୍ରଫେସର ସୂର୍ଯ୍ୟ ନାୟକ, ଶିଶିରକାନ୍ତ ବେହେରା, ଡ ଶୁଭ୍ରାଂଶୁ ଭୂଷଣ ରାୟ ସିଦ୍ଧାନ୍ତ ପଣ୍ଡା, ଜୟ ପ୍ରକାଶ ନାୟକ, ଅରୁଣ ସାହା, ଦେବଜିତ୍ ମିତ୍ର, ମନୋରଞ୍ଜନ ମିଶ୍ର, ରମେଶ ଚନ୍ଦ୍ର ସାହୁ, ପ୍ରଫେସର ଶିବ ପ୍ରସାଦ ଅଧିକାରୀ, ସୁପ୍ରଭା ପଟ୍ଟନାୟକ, ହିଂମାଶୁ ଭୂଷଣ ସାହୁ, ପ୍ରଫେସର ପଦ୍ମଜା ମିଶ୍ର, ବିଭୀଷଣ ନାୟକ, ବିଜୟ କୁମାର ପ୍ରଧାନ, ଗିରିଜା ଶଙ୍କର ଦାସ, ଇ ଆଶୁତୋଷ ଦାସ, ସଚ୍ଚିକାନ୍ତ ପ୍ରଧାନ, ଶଙ୍କର ପ୍ରସାଦ ପାଣି, ମନୋଜ କୁମାର ବାରିକ, ନିଗମ ଜ୍ୟୋତି ପଣ୍ଡା ପ୍ରମୁଖ l

Leave A Reply

Your email address will not be published.