ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବିନୋଦ ଚନ୍ଦ୍ର ଜେନା ଏ ମଧ୍ୟରେ ନବଜୀବନ ଅନାଥାଶ୍ରମରେ ରହୁଥିବା ଛାତ୍ରୀ ମାନଙ୍କୁ ମାଗଣା ଗଣିତ ଓ ବିଜ୍ଞାନ ଶିକ୍ଷାଦାନ କରିଛନ୍ତି।ନିଜର ପରିଣତ ୭୫ ବର୍ଷରୁ ଉର୍ଦ୍ଧ୍ବରେ ସେ ଏହିଭଳି କାର୍ଯ୍ୟକ୍ରମ ଜାରୀ ରଖିଛନ୍ତି। ଉକ୍ତ ଆଶ୍ରମର ଅଧୀକ୍ଷକ ରାବଣା ଶିକ୍ଷକଙ୍କ ମହନୀୟତା ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି।
ପୂର୍ବରୁ ସେ ମହାରାଜାଙ୍କ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ମାଗଣାରେ ଗଣିତ ଓ ବିଜ୍ଞାନ ଶିକ୍ଷାଦାନ କରିଥିଲେ। ତାଙ୍କର ବିଭିନ୍ନ ନବସୃଜନ ଉପସ୍ଥାପନା ମାଧ୍ୟମରେ ବିଭିନ୍ନ ବୈଜ୍ଞାନିକ ପରୀକ୍ଷା ସୋସିଆଲ ମିଡିଆରେ ପ୍ରଶଂସିତ ହୋଇଛନ୍ତି।
ପ୍ରକାଶ ଥାଉକି ରାଜ୍ଯ ପାଠ୍ୟକ୍ରମରେ ସେ ଏସସିଆରଟି ଦ୍ବାରା ବହୁବାର ନିମନ୍ତ୍ରିତ ହୋଇ ନିଜର ବିଜ୍ଞାନ ଶିକ୍ଷାଦାନ ଜାରୀ ରଖିଛନ୍ତି। ତାଙ୍କର ବିଭିନ୍ନ ବିଜ୍ଞାନ ସମ୍ୱନ୍ଧୀୟ ଲେଖା ବିଭିନ୍ନ ଖବରକାଗଜରେ ପ୍ରକାଶିତ ହୋଇଛି। ସେ ମଧ୍ୟ ବହୁ ପୁସ୍ତକ ଲେଖି ତାଙ୍କର ଜ୍ଞାନ ପରିସୀମାକୁ ସାର୍ବଜନୀନ କରିପାରିଛନ୍ତି।
Sign in
Sign in
Recover your password.
A password will be e-mailed to you.